Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ରାବଣରେ ଶିବ ପୂଜା: ଜାଣନ୍ତୁ କିଏ ଆରମ୍ଭ କରିଥିଲେ ‘ବୋଲବମ’ ଯାତ୍ରା

20/07/2019 at 6:48 PM

ଶ୍ରାବଣ ମାସରେ ଶିବଙ୍କୁ ଜଳ ଲାଗିକୁ ଅନେକ ଫ୍ୟାସନ ବୋଲି କହୁଛନ୍ତି। ହେଲେ ଏହାର ଇତିହାସ ବେଶ ପ୍ରାଚୀନ ସାଙ୍ଗକୁ ରହିଛି ପୌରାଣିକ ମହତ୍ୱ । ଏହି ପରମ୍ପରା ଏତେ ପ୍ରାଚୀନ ଯେ ଏବେ ବିଶ୍ୱର ସେହି ପ୍ରଥମ ବ୍ୟକ୍ତି ଜିଏ ଶିବଙ୍କୁ ଶ୍ରାବଣରେ ପ୍ରଥମେ ଗଙ୍ଗା ଜଳାଭିଷେକ କରିଥିଲେ ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି। କେଉଁଠି ଭଗବାନ ପର୍ଶୁରାମଙ୍କୁ ପ୍ରଥମ କାଉଡିଆ ବୋଲି କୁହାଯାଉଥିବା ବେଳେ କେଉଁଠି ଶିବ ଭକ୍ତ ରାବଣ  ଧରାଧାମରେ ପ୍ରଥମେ ଏଭଳି ବ୍ରତ ଆରମ୍ଭ କରିଥିବା ଦାବି କରାଯାଉଛି।

କେତେକ କ୍ଷେତ୍ରରେ ଅନ୍ଧମୁନିଙ୍କ ପୁତ୍ର ଶ୍ରବଣ କୁମାରଙ୍କୁ ଏହାର ଉଦ୍ୟୋକ୍ତା କୁହାଯାଉଥିବା ବେଳେ ମର୍ଯ୍ୟଦା ପୁରଷୋତ୍ତମ ଶ୍ରୀରାମ ଚନ୍ଦ୍ର ହିଁ ପ୍ରଥମେ ଏହି ଶ୍ରାବଣ ଜଳଲାଗି ଆରମ୍ଭ କରିଥିବାର ପ୍ରମାଣ ମଧ୍ୟ ରହିଛି। ତେବେ ଏଥିରୁ ଭାରତରେ ଶ୍ରାବଣରେ ଶିବଙ୍କୁ  ଜଳ ଲାଗି ପରମ୍ପରା ଯୁଗଯୁଗର ବୋଲି ପ୍ରମାଣିତ ହେଉଛି । ତେବେ  ଆସନ୍ତୁ ଜାଣିବା ଶିବଙ୍କୁ ଶ୍ରାବଣ ଜଳାଭିଷେକ ଇତିବୃତ୍ତି।

ଶ୍ରାବଣରେ ଶିବ ପୂଜା ଯୁଗଯୁଗରୁ ହୋଇ ଆସୁଛି। ଦନ୍ତକଥା ଅନୁସାରେ ପର୍ଶୁରାମ ଆଜିର ଉତ୍ତରପ୍ରଦେଶ ବାଗପତ ନିକଟସ୍ଥ ‘ପୁରା ମହାଦେବ’ଙ୍କୁ ଗଙ୍ଗାନଦୀରୁ ଜଳଭାର ଆଣି ଅଭିଷେକ କରାଇଥିଲେ। ଏଥିପାଇଁ ସେ ଗଡମୁକ୍ତେଶ୍ୱର ଘାଟରୁ ପାଣି ଉଠାଇ ବଣ ଜଙ୍ଗଲ ରାସ୍ତାକୁ ପାଦରେ ଚାଲିଚାଲି ଅତିକ୍ରମ କରି ମହାଦେବଙ୍କ ନିକଟରେ ପହଞ୍ଚିଥିଲେ। ଆଜିକାଲି ଗଡମୁକ୍ତେଶ୍ୱରଙ୍କ ଅବସ୍ଥିତି ସ୍ପଷ୍ଟ ହୋଇ ପାରୁନାହିଁ । ତେବେ ଜନଶ୍ରୁତି ଅନୁସାରେ ଆଜିର ବ୍ରଜଘାଟ ହିଁ ସେ ଦିନର ଗଡମୁକ୍ତେଶ୍ୱର ଘାଟ ଥିଲା ବୋଲି କୁହାଯାଉଛି। ସେବେଠାରୁ ପର୍ଶୁରାମଙ୍କ ଅନୁସରଣରେ ଲୋକେ ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରିଆସୁଛନ୍ତି ବୋଲି ଅନେକ ଦାବି କରନ୍ତି।

ହେଲେ ଦେଶରେ ଶ୍ରାବଣ ଜଳ ଲାଗିର ପରମ୍ପରା ଶ୍ରବଣକୁମାରଙ୍କଠାରୁ ଆରମ୍ଭ ହୋଇଥିବା ଅନେକ ବିଶ୍ୱାସ କରନ୍ତି। ସେ ତାଙ୍କ ମାତାପିତାଙ୍କ ଗଙ୍ଗାସ୍ନାନ ଇଚ୍ଛା ପୂରଣ ନିମନ୍ତେ ପ୍ରଥମେ କାଉଡିଆ ଯାତ୍ରା ଆରମ୍ଭ କରିଥିଲେ। ଏଥିପାଇଁ ସେ ଶ୍ରାବଣ ମାସରେ ହରିଦ୍ୱାରରେ ପହଞ୍ଚିଥିଲେ। ମାତାପିତାଙ୍କୁ ଗଙ୍ଗାସ୍ନାନ କରାଇବା ସହ କଳସୀରେ ଗଙ୍ଗାଜଳ ଭରି ନେଇଥିଲେ ଓ ଏହିଠାରୁ ଦେଶରେ କାଉଡିଆ ଯାତ୍ରାର ଶୁରମ୍ଭ ବୋଲି କୁହାଯାଉଛି।

ତେବେ କେତେକ ଶାସ୍ତ୍ରରେ ଏହାର ଶ୍ରେୟ ରାବଣକୁ ପ୍ରଦାନ କରାଯାଉଛି। ସମୁଦ୍ର ମନ୍ଥନ ବେଳେ ମହାଦେବ ଗରଳ ପାନ କରିଥିଲେ। ତାଙ୍କର ବିଷ ଜ୍ୱାଳା ଶାନ୍ତ କରିବା ଲାଗି ରାବଣ ପ୍ରତହ୍ୟ ଜଳାର୍ପିତ କରିଥିଲା। ଦେବତାମାନେ ମଧ୍ୟ ତାଙ୍କର ଅନୁକରିଥିଲେ ଓ ଶ୍ରାବଣରେ ଶିବଙ୍କୁ ଜଳଲାଗି କରିଥିଲେ।

ତେବେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ହିଁ ଏହି ଶ୍ରାବଣୀ ଜଳଲାଗିର ପ୍ରଥମ ଉଦ୍ୟୋକ୍ତା ବୋଲି ଦାବି କରାଯାଉଛି। ଯାହାର ପ୍ରମାଣ ମଧ୍ୟ ଆଜି ବି ରହିଛି। ଏବେକାର ଝାରଖଣ୍ଡ ରାଜ୍ୟର ସୁଲତାନ ଗଞ୍ଜରୁ ରାମଚନ୍ଦ୍ର କାଉଡିରେ ପାଣି ଭରି ବୈଦ୍ୟନାଥ ଧାମରେ ଶିବଲଙ୍ଗକୁ ଜଳାଭିଷେକ କରିଥିଲେ ଓ ସେହି ଅନୁକରଣରେ ସେଠାରୁ ହିଁ ଦେଶରେ ଶ୍ରାବଣ ମାସରେ ଶିବପୂଜାର ଏଭଳି ଉପାୟ ଅବଲମ୍ବନ କରାଯାଉଛି। ତେବେ ଯାହା ବି ହେଉ ବୋଲବମ ଆଜି କାଲିର ଶିବ ଉପାସନା ନୁହେଁ ତାହା କିନ୍ତୁ ନିଶ୍ଚିତ ।  

   Related Posts