ଏଜବେଷ୍ଟନରେ ଇଣ୍ଡିଆ ଜିତିଲେ ଜାଣନ୍ତୁ କେଉଁ ଟିମ୍ ମାନଙ୍କୁ ମିଳିବ ଫାଇଦା, କାହାର ହେବ ଲସ୍

Published By : Prameya-News7 Bureau | June 30, 2019 IST

ଏଜବେଷ୍ଟନ :  ବର୍ମିଂହମ ଏଜବେଷ୍ଟନରେ ଆରମ୍ଭ ହୋଇଯାଇଛି ଆଇସିସି ୱାର୍ଲଡ କପ୍ ର ୩୮ତମ ମ୍ୟାଚ୍ । ଆୟୋଜକ ଇଂଲଣ୍ଡ ଓ ଇଣ୍ଡିଆ ମଧ୍ୟରେ ଅନୁଷ୍ଠିତ  ହେଉଛି ଏହି ମ୍ୟାଚ୍ । ଟସ୍ ଜିଣି ଘରୋଇ ଇଂଲଣ୍ଡ  ପ୍ରଥମେ ବ୍ୟାଟିଂ କରୁଛି। ରବିବାରର ଏହି ମ୍ୟାଚ୍ ଉପରେ ନିର୍ଭର କରୁଛି ଇଂଲଣ୍ଡ ଟିମର ୱାର୍ଲଡ କପ୍ ଆଶା। ଏଣୁ ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଳାଇଛି ଇଂଲଣ୍ଡ। ସେପଟେ ୱାର୍ଲଡ କପ୍ ରେ ଏପର୍ଯ୍ୟନ୍ତ ଅପରାଜେୟ ଟିମ୍ ବିବେଚିତ ହେଉଥିବା ଇଣ୍ଡିଆ ମଧ୍ୟ ବିଜୟ ଧାରା କାୟମ ରଖିବାକୁ ପ୍ରାଣପଣେ ଉଦ୍ୟମ କରିବ।

{"id":128985,"width":587,"height":429}

ଯଦି ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ପୁଣି ଜିତେ ତେବେ ପାକିସ୍ତାନ ଓ ବାଂଲାଦେଶ ଟିମକୁ ସେମିଫାଇନାଲ ଆଡକୁ ଅଗ୍ରସର    ହେବାକୁ ସୁଯୋଗ ମିଳିବ। ଏଣୁ ଉଭୟ ପାକ୍ ଓ ବାଂଲାଦେଶର କ୍ରିକେଟ ପ୍ରେମୀ ଚାହାନ୍ତି ରବିବାରର ମ୍ୟାଚ୍ ଭାରତ ହିଁ  ଜିତୁ। ପାକିସ୍ତାନର ୱାର୍ଲଡ କପ୍ ଆଶାଏବେ ବି ଜୀବିତ ଅଛି। ଚଲିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ମୋଟ ୮ଟି ମ୍ୟାଚ୍ ଖେଳିତିବା ବେଳେ ଏଥିରୁ ୩ଟିରେ ହାରିଛି। ଏଣୁ ୯ ପଏଣ୍ଟ ସହ ପାକିସ୍ତା ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।

{"id":128987}

ସେହିପରି ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରେ  ୭ଟି ମ୍ୟାଚ୍ ମିଳିଥିବା ବେଳେ ୩ଟି ଜିତି ୩ଟି ହାରିଛି। ବର୍ଷା ଯୋଗୁ ଗୋଟିଏ ମ୍ୟାଚ୍ ବାତିଲ ହେବାରୁ ୭ ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି।ଏଣୁ ବାଂଲାଦେଶକୁ ଆଗାମୀ ରାଉଣ୍ଡରେ ପହଞ୍ଚିବାକୁ ହେଲେ ଆଗକୁଖେଳିବାକୁ ଥିବା ୨ଟି ଜାକ ମ୍ୟାଚ୍ କୁ ଜିତିବାକୁ ହେବ। ସେହିଭଳି ଯଦି ରବିବାର ମ୍ୟାଚ୍ ରେ ଇଂଲଣ୍ଡ ହାରି ଯାଏ ତେବେ ପଏଣ୍ଟ ଟେବୁଲରେ ବାଂଲାଦେଶର ପଏଣ୍ଟ ୧୧ରେ  ପହଞ୍ଚିଯିବ। ଏଣୁ ଇଂଲଣ୍ଡର ହାର ପାଇଁ ଏବେ ଦୁଆ କରୁଛନ୍ତି ବାଂଲାଦେଶ କ୍ରିକେଟ ପ୍ରେମୀ। କେବଳ ବାଂଲାଦେଶ କି ପଡୋସୀ ପାକିସ୍ତାନ ନୁହେଁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଚାହେଁ ଏହି ମ୍ୟାଚ୍ ଇଣ୍ଡିଆ ଜିତୁ।

{"id":128990}

ଚୂଡାନ୍ତ-୪ରେ ରହିବା ପାଇଁ ଏବେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡକୁ ଗୋଟିଏ ଗୋଟିଏ ମ୍ୟାଚ୍ ଜିତିବାକୁ ପଡିବ। ଏଥିରୁ ଭାରତ ଏବେ ଇଂଲଣ୍ଡକୁ ମିସାଇ ବାଂଲାଦେଶ ଓ ଶ୍ରୀଲଙ୍କ ସହ ଖେଳିବ। ତେବେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିବାରୁ ଏବେ ନ୍ୟୁଜିଲ୍ୟାଣ୍ଡକୁ ନିଜ ସ୍ଥାନ ପକ୍କା କରିବାର ଅଛି। ଏଣୁ ନ୍ୟୁଜିଲ୍ୟାଣ୍ଡର ପ୍ରଶଂସକ ମଧ୍ୟ ରବିବାରର ମ୍ୟାଚ୍ ରେ ଇଣ୍ଡିଆର ବିଜୟ କାମନା କରୁଛନ୍ତି। ତେବେ ମ୍ୟାଚ୍ ହାରିଲେ ଇଂଲଣ୍ଡର ଏହିଠାରୁ ୱାର୍ଲଡକପ୍ ଯାତ୍ରା ସମାପ୍ତହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.