ମୁମ୍ବାଇ ୨୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜଣେ ଏପରି ନେତାଙ୍କୁ ପାର୍ଟିରେ ସାମିଲ କରିଛି ଯିଏ ୨୦ ବର୍ଷ ପୂର୍ବେ ୨୦୦୪ ମସିହାରେ ପାର୍ଟି ଛାଡି ଦେଇଥିଲେ। ଏହି ନେତା ଜଣକ ହେଉଛନ୍ତି କମାଲ ଫାରୁକୀ, ଯିଏ ଦୀର୍ଘ ବର୍ଷ ପରେ ପୁଣି ପାର୍ଟିକୁ ଫେରିଛନ୍ତି। କମାଲ ତାଙ୍କ ରାଜନୈତିକ ଯାତ୍ରାର ପ୍ରାରମ୍ଭ ପ୍ରଥମେ ବହୁଜନ ସମାଜ ପାର୍ଟି (ବିଏସପି) ଓ ପରେ ଶରଦ ପାୱାରଙ୍କ ଏନସିପିରୁ ଆରମ୍ଭ କରିଥିଲେ। ତେବେ ୨୦୦୪ ମସିହାରେ କଂଗ୍ରେସ ଛାଡିବା ପରେ ସେ ୨୦୧୩ ମସିହା ପର୍ଯ୍ୟନ୍ତ ବିଏସପି ସହିତ ସାମିଲ ଥିଲେ। ସେ ଏବେ ତାଙ୍କ ପୁଅ ଉମରଙ୍କ ସହିତ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
କମାଲ ଫାରୁକୀ କଂଗ୍ରେସକୁ ଫେରିବା ସହିତ ଏକ ମାର୍ମିକ ବୟାନ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ଓ ସେହିଭଳି ପାର୍ଟିଙ୍କ ସାମ୍ପ୍ରଦାୟିକ ଘୃଣାସ୍ପଦ ଦକ୍ଷିଣପନ୍ଥୀ ବିଚାରଧାରାକୁ ହରାଇବା ପାଇଁ କଂଗ୍ରେସକୁ ଫେରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନର ପରିବେଶରେ କଂଗ୍ରେସ ହିଁ ଏପରି ଏକ ପାର୍ଟି ଯିଏ ବାସ୍ତବାରେ ଆମ ଦେଶର ସତ୍ୟନିଷ୍ଠ ଭାବନାର ନେତୃତ୍ୱକୁ ପୁନରସ୍ଥାପନ କରିପାରିବ।
ଉଲ୍ଲେଖଯୋଗ୍ୟ ଯେ କମାଲ ଫାରୁକୀ ମରାଠାବାଡ କ୍ଷେତ୍ରର ଜଣେ ଅନୁଭବୀ ରାଜନେତା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର କଂଗ୍ରେସକୁ ଫେରିବା ପାର୍ଟି ଲାଗି ଏହା ଏକ ରଣନୈତିକ ବୃଦ୍ଧି ଭାବେ ଦେଖାଯାଉଛି। ଫାରକୁକୀଙ୍କ ଭଳି ପ୍ରମୁଖ ବ୍ୟାକ୍ତି ଓ ତାଙ୍କ ପୁଅ ଉମର କମାଲ ଫାରୁକୀ ଯିଏ ପୂର୍ବରୁ ଏନସିପିର ରାଜ୍ୟ ମୁଖପାତ୍ର ଓ ଛାତ୍ରଶାଖାରେ ଉପାଧ୍ୟକ୍ଷ ଭଳି ପଦରେ ଥିଲେ ତାଙ୍କୁ ଦଳରେ ସ୍ୱାଗତ କରି କଂଗ୍ରେସ ମହାରାଷ୍ଟ୍ରରେ ନିଜର ପ୍ରଭାବ ମଜଭୁତ କରିବାକୁ ଚାହୁଁଛି। ଏହି ପଦକ୍ଷେପ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଶେଷ ରୂପେ ଗୁରୁତ୍ୱପୂର୍ଣ୍ଣ କାରଣ ପାର୍ଟି ବିଭିନ୍ନ ଭୋଟର ବର୍ଗରେ ନିଜର ଆବେଦନକୁ ପୁଣି ଜୀବନ୍ତ କରିବାକୁ ଚାହୁଁଛି।
କଂଗ୍ରେସ ପାର୍ଟି ମହାରାଷ୍ଟ୍ରରେ ୧୧.୫ ପ୍ରତିଶତ ମୁସଲମାନ ଭୋଟକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ କମାଲ ଫାରୁକୀଙ୍କ ପ୍ରଭାର ଉପରେ ନିର୍ଭର। ନିକଟ ଅତୀତରେଏହି ସମୂଦାୟର ସମର୍ଥନରେ ପରିବର୍ତ୍ତନ ଦେଖାଯାଇଛି, ଯେଉଁଥିରେ ଅସଦୁଦ୍ଦିନ ଓବେସୀଙ୍କ ଏଆଇମଆଇଏମ ଭଳି ପାର୍ଟିମାନେ ଖାସ କରି ଔରଙ୍ଗାବାଦ ଭଳି ଜିଲ୍ଲାମାନଙ୍କରେ ନିଜର ପ୍ରଭାବ ଦେଖାଉଛନ୍ତି। ଐତିହାସିକ ରୂପେ କଂଗ୍ରେସର ଗଡ଼ ଥିବା ଏହି ଅଞ୍ଚଳରେ ପାର୍ଟି ଲାଗି ମୁସ୍ଲିମ ଭୋଟରଙ୍କ ସମର୍ଥନରେ ହ୍ରାସ ଦେଖାଯାଇଛି। ଏଣୁ ଦଳକୁ ଫାରୁକୀଙ୍କ ପ୍ରତ୍ୟାବର୍ତ୍ତନ ଭୋଟରଙ୍କ ଏହି ପ୍ରବୃତ୍ତିକୁ ଓଲଟାଇବାରେ ସମ୍ଭାବିତ ରୂପେ ଗୁରୁତ୍ୱପୂର୍ଣ୍ଣ କାରକ ହୋଇଛି।
ମହାରାଷ୍ଟ୍ରକ ରାଜନୈତିକ ପରିଦୃଶ୍ୟରେ କଂଗ୍ରେସକୁ ଫାରୁକୀଙ୍କ ପ୍ରତ୍ୟାବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ କମିଟିରେ ତାଙ୍କ ଭୂମିକା ଓ ଅଲ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡ ସଦସ୍ୟ ରୂପେ ତାଙ୍କର ବିବିଧ ରାଜନୈତିକ ପୃଷ୍ଠଭୂମି ତାଙ୍କୁ ବେଶ୍ ପ୍ରଭାବଶାଳୀ କରିଛି।