ଅନୁବ୍ରତ ମଣ୍ଡଳ: ନା ସେ ମନ୍ତ୍ରୀ ନା ବିଧାୟକ ତଥାପୀ ବୀରଭୂମ ରାଜନୀତିରେ ଥିଲା କେଷ୍ଟୋ ଦାଙ୍କ ଅଭୂତ ପୂର୍ବ ପ୍ରଭାବ, କିପରି?

Published By : Prameya-News7 Bureau | August 12, 2022 IST

କୋଲକାତା ୧୨।୮: ତୃଣମୂଳ କଂଗ୍ରେସ ବୀରଭୂମ ଅଧ୍ୟକ୍ଷ ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଗୋ ତସ୍କରୀ ମାମଲାରେ ଗିରଫ କରିଛି।  ସେ ଏବେ ୧୦ ଦିନିଆ ରିମାଣ୍ଡରେ ଅଛନ୍ତି । ତେବେ ତୃଣମୂଳ କଂଗ୍ରେସ ଅନୁବ୍ରତଙ୍କ ଗିରଫକୁ ପ୍ରସଙ୍ଗ କରି ସାରା ରାଜ୍ୟରେ ପ୍ରଦର୍ଶନ କରୁଛି। ସେ ବିଧାୟକ ନୁହନ୍ତି କି ମନ୍ତ୍ରୀ ବି ନୁହନ୍ତି ତେବେ ଆସନ୍ତୁ ଜାଣିବା ଅନୁବ୍ରତ ମଣ୍ଡଳ କିଏ ଓ ତୃଣମୂଳରେ ତାଙ୍କର ସ୍ଥାନ କେଉଁଠି।

ଗୋ ତସ୍କରୀ ମାମଲରା ୬୨ ବର୍ଷ ବୟଷ୍କ ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇର ଗିରଫଦାରୀ ପରଠାରୁ ତାଙ୍କର ଦୀର୍ଘ ୩ ଦଶନ୍ଧୀର ରାଜନୈତିକ କ୍ୟାରିୟର ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଖାସ ଲୋକଙ୍କ ମଧ୍ୟରେ ଅନୁବ୍ରତ ଅନ୍ୟତମ। ବୀରଭୂମ ଜିଲ୍ଲୀ ୟୁନିଟିର ଅଧ୍ୟକ୍ଷ ତଥା ପାର୍ଟିର ରାଜ୍ୟ କମିଟି ସଦସ୍ୟ ଅନୁବ୍ରତଙ୍କ ପ୍ରତିଷ୍ଠା ଟିଏମସିରେ ବେଶ ବଢିଛି। ରାଜ୍ୟରେ ଟିଏମସିର ୧୧ ବର୍ଷ ଶାସନରେ ସେ ଲଗାତାର ମଜବୁତ ହୋଇ ଚାଲିଥିଲେ।

{"id":669899,"width":840,"height":473,"sizeSlug":"full","linkDestination":"none"}

ବୟାନରେ ଯୋଗୁ ଚର୍ଚ୍ଚାରେ ରହୁଥିବା ଅନୁବ୍ରତ ତାଙ୍କ ଡାକ ନାଁ କେଷ୍ଟୋ ଦା ଭାବେ ବେଶ ପରିଚିତ। ସେ ସୂରୀରେ ଜଣେ ମାଛ ବ୍ୟବସାୟୀ ଭାବେ ଜୀବିକା ଅର୍ଜନ କରୁଥିଲେ। ତେବେ ତାଙ୍କ ନେତୃତ୍ୱ ଓ ସଙ୍ଗଠନାତ୍ମକ କ୍ଷମତାକୁ ୮୦ ଦଶକ ଶେଷ ଭାଗରେ ଜଣେ ସ୍ଥାନୀୟ ଯୁବ କଂଗ୍ରେସ ନେତା ଦେଖିଥିଲେ ଓ ତାଙ୍କୁ ମମତା ବାନାର୍ଜୀଙ୍କ ନିକଟକୁ ନେଇଯାଇଥିଲେ। ଏହି ଠାରୁ ବେଙ୍ଗଲ ରାଜନୀତିରେ ଅନୁବ୍ରତ ମଣ୍ଡଳର ଗୁରୁତ୍ୱ ବଢିବଢି ଚାଲିଥିଲା।

୧୯୯୮ରେ ମମତା ବାନାର୍ଜୀ କଂଗ୍ରେସରୁ ଆସି ତୃଣମୂଳ କଂଗ୍ରେସର ଗଠନ କରିଥିଲେ। ଏଥିରେ ମମତାଙ୍କ ସହ ଆସିଥିବା ନେତାଙ୍କ ମଧ୍ୟରେ କେଷ୍ଟୋଦା ମଧ୍ୟ ଜଣେଥିଲେ। ୨୦୦୦ ମସିହାରେ ଟିଏମସି ତାଙ୍କୁ ବୀରଭୂମ ଜିଲ୍ଲା ସଭାପତି ଅବସ୍ଥାପିତ କରିଥିଲା ସେବେଠାରୁ ସେ ବୀରଭୂମ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଆସିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.