କେଉଁ ରୋଷେଇ ତେଲ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ : ଜାଣନ୍ତୁ

Published By : Prameya-News7 Bureau | February 23, 2020 IST

ରୋଷେଇ ଘରେ ରୋଷେଇ ତେଲର ଅତ୍ୟନ୍ତ ମହତ୍ତ୍ବ ରହିଥାଏ। ଡାଲିରେ ତଡ଼କା ଲଗାଇବାଠୁ ଆରମ୍ଭ କରି ତରକାରୀ କରିବା ଏବଂ ଡିପ୍ ଫ୍ରାଇଙ୍ଗ୍ ସବୁଥିରେ ତେଲ ବ୍ୟବହୃତ ହୋଇଥାଏ। ସ୍ବାସ୍ଥ୍ୟ ପ୍ରତି ବଢ଼ୁଥିବା ସଚେତନତା ଯୋଗୁଁ ଲୋକେ ରୋଷେଇ ତେଲ ପରିବର୍ତ୍ତନ କରିଥାଆନ୍ତି। କିଛି ଅନୁଧ୍ୟାନ ମୁତାବକ ଅଲିଭ ତେଲ ଉତ୍ତମ ହୋଇଥାଏ ତ ଆଉ କେତେକ ଅନୁଧ୍ୟାନ ଅନୁଯାୟୀ ଏଭୋକାଡୋ ତେଲ।

{"id":228132,"sizeSlug":"large"}

ରିଫାଇନ୍ ତେଲ ସମସ୍ତଙ୍କ ରୋଷେଇ ଘରେ ରହିଥାଏ। ଅଧିକାଂଶ ଲୋକଙ୍କୁ ଲାଗିଥାଏ ଯେ ରିଫାଇନ୍ ତେଲ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଏବଂ ଏଥିରେ ସବୁ ଜିନିଷ ପ୍ରସ୍ତୁତ ହୋଇଥାଏ। କିନ୍ତୁ ରିଫାଇନ୍ ତେଲ ରୋଷେଇ ପାଇଁ ଉତ୍ତମ ନଥାଏ କି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବି ଉପଯୁକ୍ତ ନଥାଏ। ରିଫାଇନ୍ ତେଲକୁ ପ୍ରସ୍ତୁତ କରିବା ପାଇଁ ଉଚ୍ଚ ତାପମାତ୍ରା ଆବଶ୍ୟକ ହୋଇଥାଏ ଯାହା ଯୋଗୁଁ ନ୍ୟୁଟ୍ରିସନ୍ କମିଯାଇଥାଏ। ରିଫାଇନ୍ ତେଲରେ ଟ୍ରାନ୍ସ ଫ୍ୟାଟ୍ ମଧ୍ୟ ଥାଏ ଯାହା ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ।

{"id":228133,"sizeSlug":"large"}

ରିଫାଇନ୍ ତେଲଠୁ ଲାଭଦାୟକ ହେଉଛି ଘଣା ପେଶା ତେଲ। ଘଣା ପେଶା ତେଲକୁ ପ୍ରସ୍ତୁତ କରିବା ପାଇଁ କୌଣସି ପ୍ରକାରର କୌଶଳ ବ୍ୟବହାର କରାଯାଇନଥାଏ।ଏଥିରେ ପ୍ରଚୁର ମ୍ରାତ୍ରାରେ ନ୍ୟୁଟ୍ରିସନ୍ ଥାଏ। ସୋରିଷ ତେଲକୁ ଆଣ୍ଟିବ୍ୟାକ୍ଟେରିଆଲ୍ କୁହାଯାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହାକୁ ଆପଣ ତରକାରୀ କରିବାଠୁ ଆରମ୍ଭ କରି ଡିପ୍ ଫ୍ରାଇଙ୍ଗ୍ କରି ପାରିବେ।

{"id":228134,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.