ମକର ସଂକ୍ରାନ୍ତିରେ ଚଳିବେ ସୂର୍ଯ୍ୟ, ଜାଣନ୍ତୁ ଆପଣଙ୍କ ରାଶିରେ କିଭଳି ପଡିବ ପ୍ରଭାବ...

Published By : Prameya-News7 Bureau | January 09, 2020 IST

ଚଳିତ ବର୍ଷ ଜାନୁଆରୀ ୧୫ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ । ହିନ୍ଦୁ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତିର ଅଧିକ ମହତ୍ବ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାନୁଆରୀ ୧୪ ତାରିଖ ରାତିରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କର ମକର ରାଶିରେ ପ୍ରବେଶକୁ ହିଁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ । ଚଳିତ ବର୍ଷ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଏବଂ ବୁଧ ଏକାଠି ହେବା ଦ୍ବାରା ବୁଦ୍ଧାଦିତ୍ୟ ଯୋଗ ହେବ । ଏହି ଯୋଗ କିଛି ରାଶି ଉପରେ ସକରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ସେହିପରି ଅନ୍ୟ କିଛି ରାଶି ଉପରେ ଏହା ନକରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।

ମେଷ ରାଶି :

{"id":208920,"width":576,"height":441,"sizeSlug":"large"}

ଏହି ଯୋଗ ମେଷ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ପ୍ରଦାନ କରିବ । ଏହି ରାଶିର ବ୍ୟକ୍ତିଙ୍କୁ ପ୍ରଚୁର ଧନ ଲାଭ ହେବ । ଏମାନଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବ ।

ବୃଷ ରାଶି :

{"id":208921,"width":574,"height":440,"sizeSlug":"large"}

ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ ହେବ । ଏମାନେ କର୍ମକ୍ଷେତ୍ରରେ ସଫଳତା ପାଇବେ । ଏମାନଙ୍କର ପଦୋନ୍ନତି ହେବାର ସମ୍ଭାବନା ରହିଛି ।

ମିଥୁନ ରାଶି :

{"id":208922,"width":576,"height":441,"sizeSlug":"large"}

ମିଥୁନ ରାଶିର ବ୍ୟକ୍ତିଙ୍କ ଏହି ଯୋଗ ବେଶ୍ ଲାଭପ୍ରଦ ରହିବ । କାର୍ଯ୍ୟରେ ଏମାନେ ସଫଳତା ପାଇବାର ସମ୍ଭାବନା ରହିଛି ।

କର୍କଟ ରାଶି :

{"id":208923,"width":581,"height":445,"sizeSlug":"large"}

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଯୋଗ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏହି ବ୍ୟକ୍ତିଙ୍କର ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ଆର୍ଥିକ ଅବସ୍ଥା ଦୁର୍ବଳ ହେବାର ସମ୍ଭାବନା ରହିଛି ।

ସିଂହ ରାଶି :

{"id":208924,"width":578,"height":443,"sizeSlug":"large"}

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଯୋଗ ଶୁଭ ପରିଣାମ ଦେବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିବାର ଯୋଗ କହିଛି ।

କନ୍ୟା ରାଶି :

{"id":208925,"width":575,"height":440,"sizeSlug":"large"}

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଯୋଗ ସାମାନ୍ୟ ଫଳପ୍ରଦ ହେବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତିମାନେ ଆତ୍ମସନ୍ତୋଷ ଲାଭ କରିବେ ।

ତୁଳା ରାଶି :

{"id":208926,"width":577,"height":442,"sizeSlug":"large"}

ଏହି ଯୋଗ ତୁଳା ରାଶିର ବ୍ୟକ୍ତିଙ୍କ ବେଶ୍ ଲାଭଦାୟକ ସାବ୍ୟସ୍ତ ହେବ । ଏମାନଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତିଙ୍କୁ ପ୍ରଚୁର ଧନପ୍ରାପ୍ତର ଯୋଗ ରହିଛି ।

ବିଛା ରାଶି :

{"id":208927,"width":577,"height":442,"sizeSlug":"large"}

ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଯୋଗ ଅଶୁଭ ରହିବ । ଏମାନେ ବିବାଦ, ଗଣ୍ଡଗୋଳରେ ଫସିବାର ସମ୍ଭାବନା ରହିଛି । ଯାହା ଫଳରେ ଏହି ରାଶିର ବ୍ୟକ୍ତି ସର୍ବଦା ଚିନ୍ତିତ ରହିବେ ।

ଧନୁ ରାଶି :

{"id":208928,"width":577,"height":442,"sizeSlug":"large"}

ଏହି ଯୋଗ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ। ଏମାନଙ୍କ ଜ୍ଞାନ ବୃଦ୍ଧି ହୋଇପାରେ ।

ମକର ରାଶି :

{"id":208929,"width":578,"height":443,"sizeSlug":"large"}

ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଯୋଗ ଶୁଭ ସଙ୍କେତ ଦେଉଛି । ଏହି ବ୍ୟକ୍ତିଙ୍କ ଯଶ ଏବଂ କୃତୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

କୁମ୍ଭ ରାଶି :

{"id":208930,"width":576,"height":441,"sizeSlug":"large"}

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଯୋଗ ସାମାନ୍ୟ ଫଳପ୍ରଦ ହେବ । ଏମାନଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ ।

ମୀନ ରାଶି :

{"id":208931,"width":576,"height":441,"sizeSlug":"large"}

ମୀନ ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବା ଉଚିତ୍ । କୌଣସି କଥାକୁ ନେଇ ଏହି ରାଶିର ବ୍ୟକ୍ତି ଭୟଗ୍ରସ୍ତ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.