ଭାରତରେ Covid-19ର ପିକ୍‌କୁ ନେଇ ବଡ ଖୁଲାସା,ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ?

Published By : Prameya-News7 Bureau | July 30, 2020 IST

ବର୍ଦ୍ଧମାନ ୩୦।୭:  କରୋନା ମହାମାରୀ ସଂକ୍ରମଣ ହ୍ରାସ ହେଉଛି କି? କ’ଣ ଦେଶରେ କରୋନା ତା ପିକ୍‌ରେ ପହଞ୍ଚି ସାରିଲାଣି? କରୋନାକୁ ନେଇ ଏବେ ଲୋକଙ୍କ ମନରେ ଏପରି ଅନେକ ପ୍ରଶ୍ନ। ତେବେ ସମ୍ପୂର୍ଣ୍ଣ ପ୍ରକରଣରେ ସରକାର କେବଳ ଦୈନିକ କରୋନା ସଂକ୍ରମଣ ହାର, ଟେଷ୍ଟିଂ ଓ ଚିକିତ୍ସା ବ୍ୟତୀତ ଅନ୍ୟ କୌଣସି ସୂଚନା ଦେଉ ନାହାନ୍ତି। ସରକାରଙ୍କ ପୁଷ୍ଟି ଓ ସ୍ପଷ୍ଟତାକୁ ନେଇ ଏବେ ବିଶେଷଜ୍ଞ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି। ତେବେ ଦେଶରେ କରୋନା ତାର ପିକ୍‌ ଅତିକ୍ରମ କରିସାରିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅନୁମାନ କରୁଥିବା ବେଳେ ନମୁନାର ପଜିଟିଭିଟି ହାର ହ୍ରାସକୁ ଏହାର ଆଧାର ବୋଲି ଏବେ ଭାବୁଛନ୍ତି।

{"id":307740,"sizeSlug":"large"}

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ( ଆଇସିଏମଆର)ଙ୍କ ତଥ୍ୟର ତୁଳନା କଲେ ଏଥିରୁ କରୋନାର ସକରାତ୍ମକତା ହାର ହ୍ରାସ ହେଉଥିବାର ଦେଖାଯାଉଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୫ଲକ୍ଷ ୨୮ ହଜାର ୮୨ଟି ନମୁନାର ପରୀକ୍ଷଣ ହୋଇଥିବା ବେଳେ ଏଥିରୁ ୪୭ହଜାର ୭୦୪ଟି ନମୁନା ପଜିଟିଭ ମିଳିଛି। ଯାହା ମୋଟ ସଂକ୍ରମଣ ସଂଖ୍ୟାର ମାତ୍ର ୯ ପ୍ରତିଶତରୁ ବି କମ୍‌। ସେହି ଅନୁସାରେ ଗତ ୨୪ ଜୁଲାଇର ତଥ୍ୟ ସମୀକ୍ଷା କଲେ ୧୪ ପ୍ରତିଶତ ନମୁନା ପିଜିଟିଭ ମିଳିଥିଲା। ଯାହା ଦେଶରେ ସେଦିନ ସଂକ୍ରମଣର ରେକର୍ଡ ସୃଷ୍ଟି କରିଥିଲା। ତେବେ ଏହା ପରଠାରୁ ସଂକ୍ରମିତଙ୍କ ହାର ନିୟମିତ ହ୍ରାସ ହେଉଥିବା ବେଳେ ଏବେ ୯ ପ୍ରତିଶତରୁ ବି ତଳକୁ ଖସିଲାଣି। ଏଥିରୁ ଦେଶରେ କରୋନାର ପିକ୍‌ ସମୟ ଅତିକ୍ରାନ୍ତ ହୋଇ ସାରିଥିବା ବିଶେଷଜ୍ଞ ଆକଳନ କରୁଛନ୍ତି।

{"id":307741,"width":579,"height":324,"sizeSlug":"large"}

ଜୁଲାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ କମ୍‌ ରହିଛି। ତେବେ ଏହା ପୂର୍ବରୁ ଜୁନ ୨୬ ତାରିଖରେ କରୋନା ଗୋଟିଏ ଦିନରେ ୮ ପ୍ରତିଶତ ଲୋକଙ୍କୁ ସଂକ୍ରମିତ କରିଥିବାର ରେକର୍ଡ ରହିଛି। ଜୁଲାଇ ମାସରେ ଦେଶରେ କରୋନା ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଛି। ଯାହା ପ୍ରତିଦିନ ବୃଦ୍ଧି କରାଯାଇଥିଲା।  ଯେଉଁ ହାରରେ ଟେଷ୍ଟିଂ ବୃଦ୍ଧି  ହୋଇଥିଲା ସେହି ହାରରେ ପଜିଟିଭଙ୍କ ସଂଖ୍ୟା ମଧ୍ୟ ଦେଶରେ ବଢିବାରେ ଲାଗିଥିଲା। ଏବେ ଦେଶରେ ଟେଷ୍ଟିଂ ବଢିଛି, ହେଲେ ପଜିଟିଭଙ୍କ ସଂଖ୍ୟା ହ୍ରାସ ହୋଇଛି।

{"id":307742,"sizeSlug":"large"}

ବର୍ଦ୍ଧମାନ ମେଡିକାଲ କଲେଜ କମ୍ୟୁନିଟି ମେଡିସିନ ବିଭାଗ ନିର୍ଦ୍ଦେଶକ ପ୍ରଫେସର ଡା.ଯୁଗୋଳ କିଶୋର କହିଛନ୍ତି ଯେ ଯଦି ଆଗକୁ କରୋନା ପଜିଟିଭ ହାର ହ୍ରାସ  ଜାରି ରହେ ତେବେ ଧରାଯିବ ଦେଶରେ କରୋନାର ପିକ୍ ସମୟ ଅତିକ୍ରାନ୍ତ ହୋଇସାରିଛି। ଏହା ଛଡା ଦେଶରେ କୋଭିଡ ସଂକ୍ରମଣ ହ୍ରାସ ହେଉଥିବା ମଧ୍ୟ ଏଥିରୁ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.