ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଜଷ୍ଟିସ୍ ପାରଦିୱାଲା ସୋସିଆଲ ମିଡିଆକୁ କହିଲେ ଅର୍ଦ୍ଧସତ୍ୟ ଗ୍ରସିତ, ନିୟନ୍ତ୍ରଣ ଲାଗି ଦରକାର କଡ଼ା ଆଇନ

3/07/2022 at 8:07 PM

ନୂଆଦିଲ୍ଲୀ ୩।୭: ପୈଗମ୍ବର ମହମ୍ମଦଙ୍କ ଉପରେ ମନ୍ତବ୍ୟ ଲାଗି ବିଜେପିରୁ ନିଲମ୍ବିତ ନୂପୁର ଶର୍ମାଙ୍କୁ ଭର୍ତ୍ସନା ନିମନ୍ତେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଜେ.ବି.ପାରଦିୱାଲା ଆଜିକାଲି ବେଶ୍ ଚର୍ଚ୍ଚାରେ। ଏଥିରେ ପାରଦିୱାଲା ରବିବାର ସୋସିଆଲ ମିଡିଆକୁ କାଠଗଡାରେ ଛିଡା କରାଇଛନ୍ତି। ସେ କହିଛନ୍ତି ଯେ ସୋସିଆଲ ମିଡିଆ ଅର୍ଦ୍ଧସତ୍ୟ ଗ୍ରସିତ। ଏଣୁ ଏହାର ନିୟନ୍ତ୍ରଣ ଲାଗି କଡା ନିୟମ ସହିତ ରେଗୁଲେସନ ମଧ୍ୟ ଲାଗୁ ହେବା ଦରକାର ।

ସୁପ୍ରିମକୋର୍ଟ ଜଷ୍ଟିସ୍ ପାରଦିୱାଲା ରବିବାର ଏକ ଏକ କାର୍ଯ୍ୟକ୍ରମକୁ ଭର୍ଚୁଆଲ ସମ୍ବୋଧିତ କରିଛନ୍ତି। ଏଥିରେ  ମିଡିଆ ଟ୍ରାଏଲକୁ ଆଇନର ଶାସନ ଲାଗି ଏକ ସୁସ୍ଥ ପରମ୍ପରା ନୁହେଁ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତିଙ୍କ ଅନୁସାରେ ଅଧା ସତ୍ୟ ଓ ସୂଚନା ରଖୁଥିବା ଲୋକେ ସୋସିଆଲ ମିଡିଆରେ ଛାଇହୋଇ ରହିଛନ୍ତି। ଯେଉଁମାନେ ଆଇନର ଶାସନ, ସାକ୍ଷ ପ୍ରମାଣ, ବିଚାର ପ୍ରକ୍ରିୟା ଓ ସୀମା ସମ୍ପର୍କରେ ଜାଣନ୍ତି ନାହିଁ।   ଏଣୁ ଏପରି କୌଣସି ବି ଟ୍ରାୟଲ ନ୍ୟାୟାଳୟ ଦ୍ୱାରା ହିଁ ହେବା ଦରକାର ବୋଲି କହିଛନ୍ତି।

ତେବେ ଡିଜିଟାଲ ମିଡିଆରେ କରାଯାଉଥିବା ଟ୍ରାୟଲ ନ୍ୟାୟପାଳିକାଙ୍କ ଉପରେ ଅନୁଚିତ ହସ୍ତକ୍ଷେପ ବୋଲି କହିଛନ୍ତି। କାରଣ ଡିଜିଟାଲ ମିଡିଆର ଟ୍ରାୟଲ ପ୍ରାୟ ଲକ୍ଷ୍ମଣ ରେଖା ପାର କରୁଛି, ଯାହା ଅଧିକ ସମସ୍ୟା ଗ୍ରସ୍ତ। କାରଣ ଏହା କେବଳ ଅଧା ସତ୍ୟର ପିଛା କରୁଛି। ତେବେ ସାମ୍ବିଧାନିକ ନ୍ୟାୟାଳୟ ପ୍ରାୟ ରଚନାତ୍ମକ ଆଲୋଚନାକୁ ସ୍ୱୀକାର କରେ। ସେହିପରି ବିଚାରପତିଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି।

ସେ କହିଛନ୍ତି ଯେ ସୋସିଆଲ ମିଡିଆ ବିଚାରପତିଙ୍କ ବିରୋଧରେ ସେମାନଙ୍କ ନିଷ୍ପତ୍ତିକୁ ନେଇ ରଚନାତ୍ମକ ଆଲୋଚନା ପରିବର୍ତ୍ତେ ବ୍ୟକ୍ତିଗତ ରାୟ ବ୍ୟକ୍ତ କରିବାର ସାହାରା ନେଇଥାନ୍ତି। ଏହା ବିଚାର ସଂସ୍ଥାଙ୍କ ଲାଗି ହାନିକାରକ ଓ ଗାରିମାକୁ ଠେସ୍ ପହଞ୍ଚାଇବା ଭଳି। ଏଣୁ ଆମର ସମ୍ବିଧାନ ଅନୁଯାୟୀ ଆଇନର ଶାସନ କାୟମ ରଖିବା ପାଇଁ ସାରା ଦେଶରେ ଡିଜିଟାଲ ଓ ସୋସିଆଲ ମିଡିଆକୁ ନିୟନ୍ତ୍ରିତ କରିବାକୁ ପଡିବ।

ଜଷ୍ଟିସ ପାରଦିୱାଲା ଏହା ମଧ୍ୟ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମର ‘ଅପାର ଶକ୍ତି’କୁ ଟ୍ରାୟଲ ଶେଷ ହେବା ପୂର୍ବରୁ ଅପରାଧ ଓ ନିରପରାଧ ଧାରଣାକୁ ତୀବ୍ର କରିବା ନିମନ୍ତେ ବ୍ୟବହାର କରାଯାଉଛି। ମୋକଦ୍ଦମା ଶେଷ ହେବା ପୂର୍ବରୁ ସମାଜ ନ୍ୟାୟିକ ପ୍ରକ୍ରିୟାର ଫଳାଫଳକୁ ବିଶ୍ୱାସ କରିବା ଆରମ୍ଭ କରେ। ଏଣୁ ସୋସିଆଲ ମିଡିଆର ରେଗୁଲେସନ ବିଶେଷ କରି ସମ୍ବେଦନଶୀଳ ପରୀକ୍ଷଣ ସନ୍ଦର୍ଭରେ ଯାହା ବିଚାରଧୀନ ଅଛି, ସେ ବାବଦେ ସଂସଦ ପକ୍ଷରୁ ନିୟାମକ ପ୍ରାବଧାନ ଉପସ୍ଥାପନ ପୂର୍ବକ ବିଚାର କରିବା ଦରକାର ବୋଲି କହିଛନ୍ତି।

   Related Posts