ଭାରତରେ କରୋନାର ୧୦ ଭାରିଏଣ୍ଟ ସକ୍ରିୟ, ହେଲେ ଉପୁଜିବନି ଚୀନ୍ ଭଳି ପରିସ୍ଥିତି କହିଲେ ବୈଜ୍ଞାନିକ
27/12/2022 at 6:31 PM

ନୂଆଦିଲ୍ଲୀ ୨୭।୧୨: ଚୀନ୍ରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି। ଲକ୍ଷଲକ୍ଷ ମାମଲା ସାମ୍ନାକୁ ଆସୁଛି। ଚୀନ୍ର ପରିସ୍ଥିତି ଦେଖି ଅନ୍ୟ ଦେଶ ଚିନ୍ତିତ ହେବା ସ୍ୱଭାବିକ। ଚୀନ୍ରେ ପ୍ରକୋପ କରୁଥିବା ଓମିକ୍ରନର ବିଏଫ.୭ ଭାରିଆଣ୍ଟ ଏବେ ସମସ୍ୟାର ବିଷୟ ପାଲଟିଛି। ଭାରତରେ ମଧ୍ୟ କରୋନାର ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି। ତେବେ କୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତ ଏବେ ପ୍ରସ୍ତୁତି କରିନେଇଛି। ଦେଶରେ ଟେଷ୍ଟିଂ ସାଙ୍ଗକୁ ବୁଷ୍ଟର ଡୋଜ ଓ ବିଦେଶୀ ଯାତ୍ରୀଙ୍କ ଲାଗି ଗାଇଡ ଲାଇନ ମଧ୍ୟ ଏବେ ଦେଶରେ ପାଳନ ହେଲାଣି।
ଦେବେ ବିଏଫ.୭ ଯୋଗୁ ଦେଶରେ ଆସିପାରେକି କୋଭିଡ ଲହର, ଭାରତରେ ବଢୁଥିବା ବିଏଫ.୭ ଭାରିଆଣ୍ଟ ନେଇ କଣ କହୁଛନ୍ତି ବିଶେଷଜ୍ଞ ଓ ବୈଜ୍ଞାନିକ ଆସନ୍ତୁ ଜାଣିବା..
Overflowing hospital morgues—Fever meds shortage, oxygen tanks EMPTY, 🏥 overwhelmed, blood shortage, death tolls soaring among elderly ==>lots of body bags—even at a top Beijing hospital too. Worsening #COVID19 yet to come. But still 0 official deaths.
— Eric Feigl-Ding (@DrEricDing) December 24, 2022
🧵pic.twitter.com/Zy7TtidU8U
ଭାଇରୋଲଜିଷ୍ଟ ଡା. ଗଗନଦୀପ କାଙ୍ଗଙ୍କ ଅନୁସାରେ ଭାରତରେ ଏବେ କରୋନାର ୧୦ଟି ଭାରିଆଣ୍ଟ ସକ୍ରିୟ ଅଛି ଓ ଏହା ସତ୍ତ୍ୱେ ଦେଶରେ କରୋନାର ପ୍ରକୋପ ମଧ୍ୟ ନାହିଁ। ଏଥିରେ ବିଏଫ.୭ ଭାରିଆଣ୍ଟ ଭାରତ ଲାଗି ନୂଆ ନୁହେଁ। ଦେଶକୁ ଓମିକ୍ରନ ସଂକ୍ରମଣ ପରଠାରୁ ଏହାର ଅନେକ ସବ୍ ଭାରିଆଣ୍ଟ ମଧ୍ୟ ସଂକ୍ରମଣ କଲାଣି। ହେଲେ କେଉଁଥିରେ ବି ଡେଲ୍ଟା ଭଳି ପରିସ୍ଥିତି ଉପୁଜି ନାହିଁ। ଏଣୁ ଭାରତ ଲାଗି ବିଏଫ.୭ ଏତେ ବିପଦଜନକ ସାବ୍ୟସ୍ତ ହେବ ନାହିଁ ବୋଲି ଡା. କାଙ୍ଗ କହିଛନ୍ତି।
ସେହିପରି ଚୀନ୍ରେ କରୋନାର ନୂଆ ମାମଲା, ଲକ୍ଷଣ ଓ ଏହାର ଜଟିଳତା ଭାରତ ଅପେକ୍ଷା ଅଲଗା। ଚୀନ୍ରେ ବୟସ୍କ ଓ ଯେଉଁ ବର୍ଗ ଟିକାକରଣ କରି ନାହାନ୍ତି ସେମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି। ଚୀନ୍ର ଲୋକଙ୍କ ଠାରେ ପ୍ରାକୃତିକ ଇମ୍ୟୁନିଟି ବହୁତ କମ୍ ଏଣୁ ସଂକ୍ରମଣ ସମ୍ଭାବନା ସର୍ବାଧିକ ରହୁଥିବା ଡା. କାଙ୍ଗ କହିଛନ୍ତି। ତେବେ ଚୀନ୍ରେ କରୋନା ସଂକ୍ରମଣ ଭାକ୍ସିନ କରାଇଥିବା ଲୋକଙ୍କ ଠାରେ ମଧ୍ୟ ହେଉଛି। ତେବେ ଭାରତରେ ବିଏଫ.୭ ସତ୍ତ୍ୱେ ଏହାର ଲକ୍ଷଣ ପରିବର୍ତ୍ତନର ସମ୍ଭାବନା ବହୁତ କମ୍ ବୋଲି ଡା. କାଙ୍ଗ କହିଛନ୍ତି।
35) Epic long lines at crematoriums… imagine having to not just wait for hours to cremate you loved ones, but have to do it carrying their deceased bodies for all those hours… let’s have empathy for the horrific #COVID19 wave 🌊 crashing into China. 🙏
— Eric Feigl-Ding (@DrEricDing) December 26, 2022
pic.twitter.com/aQcmmjuCTC
ଯଦି ଏହି ଭାରିଆଣ୍ଟରେ କେହି ସଂକ୍ରମିତ ହୁଅନ୍ତି ତେବେ ତାଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଇପାରେ, ଯେଉଁଥିରେ ଜ୍ୱର ମଧ୍ୟ ଆସିପାରେ। ଏଥିରେ ସଂକ୍ରମିତ ଘରେ ରହି ପାରାସିଟାମଲ ଟାବଲେଟ୍ ରେ ଏହାର ସହଜ ଚିକିତ୍ସା କରିପାରିବେ। ଭାରତରେ ଏପର୍ଯ୍ୟନ୍ତ ବିଏଫ.୭ର ୪ଟି ମାମଲା ଚିହ୍ନଟ ହୋଇଛି, ହେଲେ ଏଥିଲାଗି କାହାରିକୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡି ନାହିଁ। ଏହି ଭୂତାଣୁ ଶ୍ୱାଶନଳିର ଉପର ଅଂଶକୁ ସଂକ୍ରମିତ କରୁଛି। ତେବେ ଡେଲ୍ଟା ଭାଇରସ ଶ୍ୱାସନ ପ୍ରଣାଳୀର ନିମ୍ନ ଅଂଶକୁ ପ୍ରଭାବିତ କରୁଥିଲା।ଏବେ ଦେଶରେ ଶୀତ ଋତୁ ହୋଇଥିବାରୁ ଅନ୍ୟ ଭୂତାଣୁ ମଧ୍ୟ ସକ୍ରିୟ ହେବେ। ଏଣୁ ଯଦି ଲହର ରୂପ ନିଏ ତେବେ କୋଭିଡ ପ୍ରଭାବ ବଢିପାରେ ବୋଲି ସେ ଆଶଙ୍କା କରିଛନ୍ତି।