ନୂଆଦିଲ୍ଲୀ ୨୩।୧୧: ଆମାଜନ ଓ ଫ୍ୟୁଚର ରିଟେଲ ବିବାଦ (ରିଲାଏନ୍ସ ଇଣ୍ଡଷ୍ଟ୍ରିର ଫ୍ୟୁଚର ରିଟେଲ ଅଧିଗ୍ରହଣ)ରେ ସୁପ୍ରିମକୋର୍ଟ ମଙ୍ଗଳବାର ଟ୍ରକ ବୋଝେଇ ଡକ୍ୟୁମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରି କରିବାର ଉଦ୍ଦେଶ୍ୟ କ’ଣ ହୋଇପାରେ ବୋଲି କୋର୍ଟ ପଚାରିଥିବା ବେଳେ ବିଚାରପତିଙ୍କୁ ହଇରାଣ କରିବା ଅଥବା ମାମଲା ଭିତରକୁ ଭଡିଘୋଷାଡି ଭର୍ତ୍ତି କରିବାକୁ ଚାହାନ୍ତି କି ବୋଲି ଉଭୟ ପକ୍ଷଙ୍କୁ ପଚାରିଛନ୍ତି। ଏତେ ଦଲିଲ ଦସ୍ତାବେଜ ବଦଳେ ସଂକ୍ଷିପ୍ତରେ ମାମଲା ଉପସ୍ଥାପିତ କରାଯାଇପାରେ କି ବୋଲି ମଧ୍ୟ କୋର୍ଟ ପଚାରିଛନ୍ତି।
ପ୍ରଧାନ ବିଚାରପଚି ଜଷ୍ଟିସ୍ ଏନ.ଭି. ରମନ୍ନାଙ୍କ ନେତୃତ୍ୱରେ ଜଷ୍ଟିସ୍ ଏ.ଏସ.ବୋପାନ୍ନା ଓ ଜଷ୍ଟିସ୍ ହିମା କୋହଲିଙ୍କ ପୀଠ ମାମଲାର ଶୁଣାଣିରେ ଏହା କହିଛନ୍ତି। ତେବେ ଏହି ମାମଲାର ସମାଧାନ ହୋଇପାରିବ । ଯଦି ପକ୍ଷମାନେ ମାମଲାକୁ ସମ୍ପର୍କିତ କରୁଥିବା ସମ୍ପୂର୍ଣ୍ଣ ତଥ୍ୟ ଓ ଅଳ୍ପକିଛି ପ୍ରମାଣ ସମ୍ପର୍କିତ ଡକ୍ୟୁମେଣ୍ଟ ଉପସ୍ଥାପନ କରିବେ ବୋଲି ପୀଠ କହିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୮ ତାରିଖକୁ ଧାର୍ଯ୍ୟ ହୋଇଛି।
ସୁପ୍ରିମକୋର୍ଟ ପୀଠ କହିଛନ୍ତି ଯେ ୨୨-୨୩ ଖଣ୍ଡ (ଭଲ୍ୟୁମ)ରେ ପକ୍ଷମାନେ କୋର୍ଟଙ୍କୁ ସେମାନଙ୍କ ତଥ୍ୟ ପ୍ରଦାନ କରିଛନ୍ତି। କୋର୍ଟରେ ଡକ୍ୟୁମେଣ୍ଟର ପାହାଡ ଛିଡା କରିବାକୁ ହୁଏତ ସେମାନଙ୍କୁ ଭଲ ଲାଗୁଥାଇପାରେ, ହେଲେ ଏଥିରୁ କଣ ବୁଝାଯାଉଛି, ହୁଏତ ମାମଲାରେ ବିଚାରପତିଙ୍କୁ ହଇରାଣ କରିବା ଅଥବା ମାମଲା ଭିତରକୁ ଘୋଷାଡିବାକୁ ଚାହାନ୍ତି ବୋଲି କୋର୍ଟ କହିଛନ୍ତି।
{"id":548857,"sizeSlug":"full","linkDestination":"none"}ତେବେ ଏହା ଅନାବଶ୍ୟକ ବୋଲି ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି। ଫ୍ୟୁଚର ଗ୍ରୁପ ପକ୍ଷରୁ କୋର୍ଟରେ ହାଜର ହୋଇ ସାଲଭେ କହିଛନ୍ତି ଯେ ସଂକ୍ଷିପ୍ତ ହାତଲେଖା ନୋଟ ସହ ହାଜର ହୋଇ ବିଶାଳକାୟ ଭଲ୍ୟୁମ ବାହାରେ ସାଧାରଣ ଡକ୍ୟୁମେଣ୍ଟରେ ଆଲୋଚନା ଓ ଫାଇଲ କରିପାରିବେ ବୋଲି କହିଛନ୍ତି।
ମାମଲାରେ କୋର୍ଟ ଭଲ୍ୟୁମ ଖୋଜିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଯଦି ଆପଣମାନେ ଭଲ୍ୟୁମ ଖୋଲାଯାଉ ବୋଲି ଚାହୁଁଛନ୍ତି ତେବେ ଏଥିପାଇଁ ଆମକୁ ସମୟ ଦିଅନ୍ତୁ ନଚେତ ଆପଣଙ୍କ ଭଲ୍ୟୁମ ଭଲ୍ୟୁମ ଡକ୍ୟୁମେଣ୍ଟର କ୍ଷୁଦ୍ର ସଂକଳନ ପ୍ରସ୍ତୁତ କରି ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି। ଆମାଜନ ଓ ଫ୍ୟୁଚର ଗ୍ରୁପ ସୋମବାର ଟ୍ରକରେ ଲଦି ସେମାନଙ୍କ ମାମଲା ସମ୍ପର୍କିତ ଦସ୍ତାବେଜ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିଲେ।