ଗେହଲଟଙ୍କ ତାରିଫ କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ସଚ୍ଚିନ ପାଇଲଟ କହିଲେ କ’ଣ?

Published By : Prameya-News7 Bureau | November 02, 2022 IST

ବାଂଶବାଡା ୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜସ୍ଥାନର ମାନଗଡ଼ ଧାମକୁ ଜାତୀୟ ସ୍ମାରକ ଘୋଷଣା ଲାଗି ବାଂଶବାଡା ଜିଲ୍ଲାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଭାମଞ୍ଚରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ତାରିଫ କରିଥିଲେ। ଯାହାକୁ ନେଇ ଏବେ ରାଜସ୍ଥାନ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି।

{"id":703821,"sizeSlug":"full","linkDestination":"none"}

ପ୍ରଧାନମନ୍ତ୍ରୀ ମୋଦି ଗେହଲଟଙ୍କ ତାରିଫ କରିବାରେ ସଚ୍ଚିନ ପାଇଲଟଙ୍କ ବୟାନ ଆସିଛି। ଏଥିରେ ପାଇଲଟ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଏଇଭଳି ଗୁଲାମନବୀ ଆଜାଦଙ୍କୁ ମଧ୍ୟ ତାରିଫ କରିଥିଲେ ବୋଲି କହିଛନ୍ତି। ଏଣୁ ସମସ୍ତ ଜାଣନ୍ତି ଏହା ପରେ କଣ ହୋଇଥିଲା ବୋଲି ସେ କହିଛନ୍ତି। ଏଣୁ ପ୍ରଧାନମନ୍ତ୍ରୀ ମୋଦି ଗେହଲଟଙ୍କୁ ତାରିଫ କରିବା ମୁଁ ବହୁତ ଆକର୍ଷକ ମନେ କରୁଛି ଓ ଏହାକୁ ହଲୁକାରେ ଗ୍ରହଣ କରାଯିବା କଥା ନୁହେଁ ବୋଲି କହିଛନ୍ତି।

wp:html /wp:html

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ମୋଦି କହିଥିଲେଯେ ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ଅଶୋକ ଗେହଲଟଙ୍କ ସହ ମିଶି କାମ କରିବାର ସୁଯୋଗ ମିଳିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଅଶୋକ ଗେହଲଟ ସବୁଠୁ ବରିଷ୍ଠ ମୁଖ୍ୟମନ୍ତ୍ରୀ ଥିଲେ। ଏବେବି ଏଠାରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସେ ହିଁ ଏକମାତ୍ର ବରିଷ୍ଠ।

ଏହା ପୂର୍ବରୁ ଅଶୋକ ଗେହଲଟ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଯେବେବି ବିଦେଶ ଗସ୍ତରେ ଯାଆନ୍ତି ଯେଉଁ ଦେଶକୁ ଯାଆନ୍ତି ସେଠାରେ ତାଙ୍କୁ ବହୁତ ସମ୍ମାନ ମିଳିଥାଏ ବୋଲି କହିଥିଲେ। ତାଙ୍କୁ କାହିଁକି ସମ୍ମାନ ମିଳେ, ମୋଦି ସେହି ଦେଶର ପ୍ରଧାନମନ୍ତ୍ରୀ ଯେଉଁ ଦେଶ ଗାନ୍ଧିଙ୍କ ଦେଶ। ଭାରତର ଗଣତନ୍ତ୍ର ବେଶ ଗଭୀର ଓ ଦେଶରେ ୭୦ ବର୍ଷ ପରେ ବି ଗଣତନ୍ତ୍ର ଜୀବିତ ଥିବା ଗେହଲଟ କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.