କଂଗ୍ରେସରେ ବଋଣ ଗାନ୍ଧିଙ୍କ ଯୋଗଦାନ ନେଇ ଜାଣନ୍ତୁ କ’ଣ କହିଲେ ରାହୁଲ ଗାନ୍ଧି ?

Published By : Prameya-News7 Bureau | January 17, 2023 IST

ହୋସିୟାରପୁର ୧୭।୧: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ପଞ୍ଜାବର ହୋସିଆରପୁର ପହଞ୍ଚିଛି। ଏଠାରେ ସାମ୍ବାଦିକଙ୍କ ସହ ରାହୁଲ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସାମ୍ବାଦିକମାନେ କଂଗ୍ରେସରେ ବଋଣ ଗାନ୍ଧିଙ୍କ ଯୋଗଦାନ ନେଇ ରାହୁଲଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ରାହୁଲ ମୋ ବିଚାରଧାରା ସହ ତାଙ୍କ ବିଚାରଧାରାର ମେଳ ହେଉ ନଥିବା କହିଛନ୍ତି। ରାହୁଲ କହିଛନ୍ତି ଯେ ମୁଁ ତାଙ୍କୁ କୋଳାଗ୍ରତ କରିପାରେ ଗଳାରେ ଲଗାଇପାରେ ହେଲେ ତାଙ୍କ ବିଚାର ଧାରା ସହ ମୋର ବିଚାର ଧାରର ମେଳ ନାହିଁ। 

ରହୁଲ କହିଛନ୍ତି ଯେ  ବଋଣ ବିଜେପି ନେତା ସେ ଆମର ଭାରତ ଯୋଡୋ ଯାତ୍ରାରେ ଚାଲି ପାରିବେନି। ତାଙ୍କ ଲାଗି ଅସୁବିଧା ହୋଇପାରେ। ତାଙ୍କର ଓ ମୋ ବିଚାର ଧାରାରେ ଅନେକ ପ୍ରଭେଦ ରହିଛି। ମୋ ବିଚାରଧାରାରେ ମୁଁ ଆରଏସଏସ୍ କାର୍ଯ୍ୟାଳୟକୁ ଯାଇ ପାରିବିନି ହେଲେ ସେ ନିର୍ଦ୍ଦ୍ୱନ୍ଦ୍ୱରେ ଯାଇ ପାରୁଛନ୍ତି ବୋଲି ରାହୁଲ କହିଛନ୍ତି। ରାହୁଲ କହିଛନ୍ତି ଯେ ମୋ ପରିବାରର ଏକ ବିଚାରଧାରା ରହିଛି। ଏକ ସମୟରେ ବଋଣ ସେହି ବିଚାରଧାରାକୁ ଆପଣେଇଥିଲେ, ବୋଧ ହୁଏ ଆଜି ବି ସେ ସେହି ବିଚାରଧାରାରେ ଥାଇ ପାରନ୍ତି। ଯାହାକୁ ମୁଁ ସ୍ୱୀକାର କରି ନପାରେ ବୋଲି ରାହୁଲ କହିଛନ୍ତି।

{"id":734058,"width":839,"height":551,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ବିଜେପି ସାଂସଦ ବଋଣ ଗାନ୍ଧି ଆଜିକାଲି ତାଙ୍କ ପାର୍ଟିର ନୀତିକୁ ଖୋଲାଖୋଲି ସମାଲୋଚନା କରୁଛନ୍ତି।  ଏଣୁ ସେ ମଝିରେ ମଝିରେ ଦେଉଥିବା ବୟାନକୁ ନେଇ ତାଙ୍କର ଦଳବଦଳ ଆଶଙ୍କା କରାଯାଉଛି। ଅନୁମାନ କରାଯାଉଛି ବିଜେପିରେ ତାଙ୍କର ମୋହଭଙ୍ଗ ହୋଇଛି ଓ ସେ କଂଗ୍ରସକୁ ଯିବା ଲାଗି ତାଙ୍କର ମାର୍ଗ ପ୍ରଶସ୍ତ କରୁଛନ୍ତି। ଗତ ୨ ବର୍ଷରୁ ଅଧିକ କାଳ ହେଲା ବଋଣ ଗାନ୍ଧି ବିଭିନ୍ନ ପତ୍ର ପତ୍ରିକାରେ ଯେଉଁ ସବୁ ଲେଖା ପ୍ରକାଶ କରୁଛନ୍ତି ଓ ସୋସିଆଲ ମିଡିଆରେ ଯେଉଁପରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି ଏଥିରୁ ସେ କଂଗ୍ରେସରେ ଯୋଗଦେବାକୁ ଆଗ୍ରହୀ ଥିବାର ଆକଳନ କରାଯାଉଛି।

ଗତଦିନରେ ବଋଣ ଗାନ୍ଧି ଏକ ଜନସମାବେଶକୁ ସମ୍ବୋଧିତ କରିବା ବେଳେ ଯାହା କହିଥିଲେ ତାହା ବାସ୍ତବିକ ଚମକାଇବା ଭଳିଥିଲା।  ସେ କହିଥିଲେ ଯେ ନା ମୁଁ ନେହେରୁଙ୍କ ବିରୋଧ କରୁଛି ନା କଂଗ୍ରେସର ବିରୋଧୀ , ତେବେ ଆମର ରାଜନୀତି ଦେଶର ପ୍ରଗତି ଲାଗି ହେବା ଦରକାର ଦେଶରେ ଗୃହଯୁଦ୍ଧଲାଗି ନୁହେଁ ବୋଲି କହିଥିଲେ। ଆଜି ଯେଉଁମାନେ କେବଳ ଧର୍ମ ଓ ଜାତି ନାମରେ ଭୋଟ ମାଗୁଛନ୍ତି ସେମାନଙ୍କୁ ପଚରାଯିବା ଦରକାର ଯେ ରୋଜଗାର, ଶିକ୍ଷା ଓ ଚିକିତ୍ସାର ପରିସ୍ଥିତି କଣ ବୋଲି ବଋଣ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.