scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦେଶରେ ବଢ଼ିବନି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

29/09/2023 at 5:31 PM

ନୂଆଦିଲ୍ଲୀ ୨୯।୯: ଗତ ପାଖାପାଖି ୧ ମାସ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହେଉଥିବା ବୃଦ୍ଧି ଯୋଗୁ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବ ବୋଲି ଆଶଙ୍କା କରାଯାଉଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶୁକ୍ରବାର ଦେଶବାସୀଙ୍କୁ ଖୁସି କରିବା ଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରେ ତୈଳ ଦର ହ୍ରାସ ନ ହେଲେ ମଧ୍ୟ ବୃଦ୍ଧି ହେବନାହିଁ।  ସେ କହିଛନ୍ତି ଯେ ଅଶୋଧିତ ତୈଳର ଦର ବୃଦ୍ଧି ଅଏଲ ମାର୍କେଟିଂ କମ୍ପାନୀ (ଓଏମସି)ଙ୍କ ଲାଗି ପେଟ୍ରୋଲ ଓ ଡିଜେଲ ଉଭୟ ଉପରେ ଅଣ୍ଡର ରିକୋଭରି ରହିଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏଥିରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିର କୌଣସି ସମ୍ଭାବନା ନାହିଁ। ଦେଶରେ ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ଆଶ୍ୱସ୍ତିଭରା ବୋଲି କୁହାଯାଉଛି। ଉଲ୍ଲେଖ ଯୋଗ୍ୟ ଯେ ଗତ ଏକମାସ ହେଲା କ୍ରୁଡ ଅୟଲ ଦର ବୃଦ୍ଧିରେ ରୋକ ଲାଗୁ ନାହିଁ ଓ ଏହାର ବ୍ୟାରଲ ପିଛା ଦର ୧୦୦ ଡଲାର ପାଖାପାଖି ପହଞ୍ଚି ଗଲାଣି। ଶୁକ୍ରବାର ଡବ୍ଲୁଟିଆଇ କ୍ରୁଡ ୯୨ ଡଲାର ପ୍ରତି ବ୍ୟାରଲ କାରବାର କରୁଥିବା ବେଳେ ବ୍ରେଣ୍ଟ କ୍ରୁଡ ୯୫ ଡଲାର ସ୍ତରକୁ ପହଞ୍ଚିଛି।

କ୍ରୁଡ ଦର ଗତ ୧୩ ମାସର ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି। ଗତ ୩ ମାସରେ (ଜୁଲାଇ-ସେପ୍ଟେମ୍ବର) କ୍ରୁଡ ମୂଲ୍ୟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଦେଖାଯାଇଛି। ସାଉଦୀ ଆରବ ଓ ଋଷିଆ କ୍ରୁଡ ଅଏଲ ଉତ୍ପାଦନ ଓ ଯୋଗାଣ ହ୍ରାସ କରିବା ଯୋଗୁ ଏପରି ଦରବୃଦ୍ଧି ହେଉଛି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଗତ ୧୬ ମାସରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସେପରି କୌଣସି ଉଠାପକା ଦେଖାଯାଇ ନାହିଁ। କେନ୍ଦ୍ର ସରକାର ଶେଷ ଥର ଏକ୍ସାଇଜ ଡ୍ୟୁଟି ହ୍ରାସ କରି ପେଟ୍ରୋଲ ଓ ଡିଜେଲ ଦରରେ ରିହାତି ଦେଇଥିଲେ।

ସେତେବେଳେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ହ୍ରାସ ହୋଇ ଲିଟର ପିଛା ୯୨ଟଙ୍କା ୭୨ ପଇସା ଓ ଡିଜେଲ ମୂଲ୍ୟ ୮୯ଟଙ୍କା ୬୨ ପଇସାକୁ ଖସିଥିଲା। ଏହା ଛଡା ନୋଏଡାରେ ପେଟ୍ରୋଲ ଲିଟର ପିଛା ୯୬ଟଙ୍କା ୯୪ ପଇସା ଓ ଡିଜେଲ ୯୦ଟଙ୍କା ୧୪ ପଇସା ଦରରେ କାରବାର ହେଉଛି। ସେହିପରି ଗାଜିୟାବାଦରେ ଲିଟର ପିଛା ପେଟ୍ରୋଲ ୯୬ଟଙ୍କା ୫୮ ପଇସାରେ କାରବାର ହେଉଥିବା ବେଳେ ଡିଜେଲ ୮୯ଟଙ୍କା ୭୫ ପଇସା ରହିଛି। ଏହି ସମୟରେ ଗୁରୁଗ୍ରାମରେ ପେଟ୍ରୋଲ ଲିଟର ପିଛା ୯୭ଟଙ୍କା ୪ ପଇସାରେ କାରବାର ହେଉଥିବା ବେଳେ ଡିଜେଲ ୮୯ଟଙ୍କା ୯୧ପଇସାରେ ବିକାକିଣା ହେଉଛି।  

ଏବେ ଅନଲାଇନ୍‌ ଗେମିଂ ହୋଇଯିବ ମହଙ୍ଗା, ୧ ଅକ୍ଟୋବରରୁ ଲାଗିବ୨୮% GST

   Related Posts