ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଖଡଗେଙ୍କ ଖୁଲାସା- ଥରୁରଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବାକୁ କହିଥିଲି

2/10/2022 at 8:17 PM

ନୂଆଦିଲ୍ଲୀ ୨।୧୦: କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ପ୍ରାର୍ଥୀ ହୋଇଥିବା ମଲ୍ଲିକାର୍ଜ୍ଜୁନ ଖଡଗେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ଜନତାଙ୍କୁ ଯାହା ବି ପ୍ରତିଶ୍ରୁତି ଦେଇଥିଲା କୌଣସି ଗୋଟିଏ ବି ପାଳନ କରିନି। ଏହି ଚର୍ଚ୍ଚାରେ ସେ ମୂଲ୍ୟବୃଦ୍ଧି,କଳାଧନ ଓ ବେକାରୀ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦବୀ ନିର୍ବାଚନ ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା। ତେବେ ସେ କଂଗ୍ରେସ ବିଚାରଧାରା ଆଗକୁ ବଢାଇବା ଲାଗି କାମ କରୁଛନ୍ତି ଓ ଖାସ ଏଥିଲାଗି ନିର୍ବାଚନ ଲଢୁଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଖଡଗେଙ୍କ ନାମ ଆଦୌ ନଥିଲା। ମାତ୍ର ଦିନକ ପୂର୍ବରୁ ତାଙ୍କ ନାମ ଯୋଡା ଯାଇଥିଲା ଓ ଗାନ୍ଧି ପରିବାରଙ୍କ ଡିନର ଟେବୁଲରେ ତାଙ୍କ ନାମ ଚୂଡାନ୍ତ ହୋଇଥିଲା। ଗାନ୍ଧି ପରିବାରଙ୍କ ସମର୍ଥନ ସହ ଏବେ ତାଙ୍କୁ ଜି-୨୩ ନେତାଙ୍କ ସମର୍ଥନ ମଧ୍ୟ ମିଳିଯାଇଛି। ଏଣୁ ନିର୍ବାଚନରେ ଖଡଗେ ତାଙ୍କର ପ୍ରବଳ ଦାବିଦାରୀ ପେଶ୍ କରିଛନ୍ତି। ଏହା ସତ୍ତ୍ୱ ଖଡଗେ ତାଙ୍କ ବିରୋଧରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା ଶଶି ଥରୁରଙ୍କୁ ଓହରିଯିବାକୁ ବି କହିଥିବାର ମାନିଛନ୍ତି।

ଖଡଗେଙ୍କ ସହ ଥରୁର ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟଜଣେ ନେତା ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବା ପରେ ଏବେ ଖଡଗେ ଓ ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେବାକୁ ଯାଉଥିବା ବେଳେ ଖଡଗେଙ୍କ ଖୁଲାସା ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି। ତେବେ ଖଡଗେଙ୍କ ପରାମର୍ଶର ଜବାବରେ ଥରୁର ଗଣତନ୍ତ୍ରରେ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଚାହୁଁଥିବାର କହିଥିଲେ। ଏଣୁ ଥରୁର ପ୍ରାର୍ଥୀପତ୍ର ଦାଖଲ କରିଥିବାର ଖଡଗେ କହିଛନ୍ତି।  

   Related Posts