ଏପରି ପୁଅକୁ ବାହା ହେବେ ଜୟା କିଶୋରୀ, ଯିଏ ପୂରଣ କରିବ ତାଙ୍କ ସର୍ତ୍ତ
27/01/2023 at 6:51 PM

ନୂଆଦିଲ୍ଲୀ ୨୭।୧: ଭାରତର ପ୍ରଶିଦ୍ଧ ପ୍ରବଚକ, ଭଜନ ଗାୟିକା ତଥା ମୋଟିଭେସନାଲ ସ୍ପିକର ଜୟା କିଶୋରୀ ଏବେ ଚର୍ଚ୍ଚାରେ। ଏହି ସୁନ୍ଦରୀ ପ୍ରବଚକ ଖୁବ୍ କମ୍ ବୟସରେ ତାଙ୍କଲାଗି ପରିଚୟ ସୃଷ୍ଟି କରିପାରିଛନ୍ତି। କୁହାଯାଏ ଜୟା ଜେତେବେଳେ ୬ ବର୍ଷର ହୋଇଥିଲେ ସେତେବେଳେ ସେ ଆଧ୍ୟାତ୍ମ୍ୟ ପ୍ରତି ଆକର୍ଷିତ ହୋଇଥିଲେ। କମ୍ ବୟସରେ ସେ ଲିଙ୍ଗାଷ୍ଟକମ, ଶିବ ତାଣ୍ଡବ ସ୍ତ୍ରୋତ୍ରମ, ମଧୁରାଷ୍ଟକମ, ଶିବ ପଞ୍ଚାକ୍ଷର ସ୍ତ୍ରୋତମ, ଦାରିଦ୍ର୍ୟ ଦହନ ଶିବ ସ୍ତ୍ରୋତମ ଭଳି କଠିନ ସ୍ତ୍ରୋତଙ୍କୁ ମନେରଖି ପାରିଥିଲେ। ଜୟା କିଶୋରୀ ତାଙ୍କ ଭଜନ ଓ ପ୍ରବଚନ ବ୍ୟତୀତ ଏବେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଆସନ୍ତୁ ଜାଣିବା ବିବାହକୁ ନେଇ ଜୟା କିଶୋରୀଙ୍କ ବିଚାର କ’ଣ?

ବିବାହକୁ ନେଇ ଜୟା ଅନେକବାର ତାଙ୍କର ବିଚାର ବ୍ୟକ୍ତ କରିଛନ୍ତି। ତାଙ୍କର କହିବା କଥା ହେଲା ସେ ବିବାହ ନିଶ୍ଚୟ କରିବେ। କାରଣ ସେ ମଧ୍ୟ ଅନ୍ୟ ଯୁବତୀଙ୍କ ଭଳି ଜଣେ ସାଧାରଣ ଯୁବତୀ। ଏଣୁ ବିବାହ କରି ଘର ସଂସାର କରିବା ତାଙ୍କର ମଧ୍ୟ ଉଦ୍ଦେଶ୍ୟ। ତେବେ ବିବାହ ଲାଗି ଏବେ ସମୟ ଅଛି ବୋଲି ସେ କହିଛନ୍ତି। ତାଙ୍କ ପିତା ମଧ୍ୟ ଅନେକ ବାର ତାଙ୍କ ବିବାହ କଥା ଉଠାଇଲେଣି। ତେବେ ବିବାହ ନିମନ୍ତେ ଜୟା କିଶୋରୀଙ୍କ ଏକ ସର୍ତ୍ତ ମଧ୍ୟ ଅଛି।
ଜୟା କିଶୋରୀ କାହାକୁ ବାହା ହେବେ ସେ ନେଇ କାହାକୁ ଜଣା ନାହିଁ। ତେବେ ବିବାହକୁ ନେଇ ସେ ଏକ ସର୍ତ୍ତ ରଖିଛନ୍ତି। ସଂସ୍କାର ଟିଭି ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଜୟା କିଶୋରୀ ତାଙ୍କର ବିବାହ ଯଦି କୋଲକାତାରେ ହୁଏ ତେବେ ଭଲ ବୋଲି କହିଛନ୍ତି। କାରଣ କୋଲକାତାରେ ବିବାହ ହେଲେ ସେ ତାଙ୍କ ଘରକୁ ଯାଇ ଖାଇ ପାରିବେ ବୋଲି କହିଛନ୍ତି। ତେବେ ବିବାହ ଯଦି ଅନ୍ୟତ୍ର ହୁଏ ତେବେ ତାଙ୍କର ସର୍ତ୍ତ ତାଙ୍କ ପିତାମାତା ମଧ୍ୟ ତାଙ୍କ ସହ ସେ ବିବାହ କରୁଥିବା ସହରକୁ ସିଫ୍ଟ ହେବେ।

ତେବେ ବିବାହକୁ ନେଇ ଜୟା କିଶୋରୀଙ୍କ ଡର ରହିଛି। ଏକ ମ୍ୟାଗଜିନକୁ ଦେଇଥିବା ସାକ୍ଷାତକାରରେ ଏ କଥା କହିଛନ୍ତି। କାରଣ ଯେହେତୁ ସେ ମଧ୍ୟ ଜଣେ ଝିଅ ତାଙ୍କୁ ବିବାହ କରି ପରଘରକୁ ଯିବାକୁ ପଡିବ। ଏଣୁ ଦିନେ ନା ଦିନେ ତାଙ୍କୁ ଘର ଛାଡିବାକୁ ପଡିବ ବୋଲି ସେ ଡରୁଛନ୍ତି। ସାକ୍ଷାତକାରରେ ଜୟା କିଶୋରୀ ତାଙ୍କ ମାତା ପିତାଙ୍କ ବିନା ସେ ଜୀବନର ପରିକଳ୍ପନା ମଧ୍ୟ କରିପାରନ୍ତିନି ବୋଲି କହିଛନ୍ତି। ଏଥିରେ ଜୟା କିଶୋରୀଙ୍କ ବିବାହକୁ ନେଇ ଜାରି ଚର୍ଚ୍ଚାକୁ ଏକ ଖୋରାକ ମଧ୍ୟ ମିଳିଛି।