ଅଶୋଧିତ ତୈଳ ଦର ସ୍ଥିର ରହିଲେ ହେବ ପେଟ୍ରୋଲ ଓ ଡିଜେଲ ମୂଲ୍ୟର ଦୈନିକ ସଂଶୋଧନ

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ ୩୦।୧୧: ସାର୍ବଜନିକ କ୍ଷେତ୍ରର ତୈଳ ବିତରଣକାରୀ କମ୍ପାନୀମାନେ ଦୈନିକ ଆଧାରରେ ପେଟ୍ରୋଲ ଓ ଡିଜେଲର  ମୂଲ୍ୟ ସଂଶୋଧନ ସେତେବେଳେ କରିବେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରଲ ପିଛା ଦର ୮୦ ଡଲାରରୁ ତଳେ ସ୍ଥିର ହେବ। ସାର୍ବଜନିକ କ୍ଷେତ୍ରର ୩ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ),ଭାରତ ପେଟ୍ରୋଲିୟମ କର୍ପୋରେସନ (ବିପିସିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (ଏଚପିସିଏଲ) ଲଗାତାର ୨୦ମାସ ହେଲା ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରଖିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁ ଏହି କମ୍ପାନୀମାନଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା। ଏହି କମ୍ପାନୀମାନଙ୍କ ନିକଟରେ ମିଳିତ ଭାବେ ଦେଶର ୯୦ପ୍ରତିଶତ ତୈଳ ବଜାର ରହିଛି। ତେବେ ପୂର୍ବ ଆର୍ଥିକ ବର୍ଷରେ ଦର କମ୍‌ ରହିବା ଯୋଗୁ କମ୍ପାନୀମାନଙ୍କର ବେଶ୍ ଲାଭ ହୋଇଥିଲା। ତେବେ ଜଣେ ଅଧିକାରୀ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାର ଅସ୍ଥିର ରହୁଥିବା ଓ ମୂଲ୍ୟ ବାରମ୍ବାର ତଳ ଉପର ହେଉଛି।

{"id":876876,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ତୈଳ କମ୍ପାନୀମାନେ ବର୍ତ୍ତମାନର ବଜାର ପରିସ୍ଥିତି ଦୃଷ୍ଟିରୁ  ଲିଟର ପିଛା ୧ ଟଙ୍କା ହ୍ରାସ କରିପାରନ୍ତେ। ଯଦି ସେମାନେ ଏପରି କରନ୍ତି ସମସ୍ତେ ନିଷ୍ପତ୍ତିକୁ ସ୍ୱାଗତ କରିବେ, ହେଲେ ଅନ୍ତର୍ଜାତୀୟ ବଜାରରେ ପୁଣି ଥରେ ତୈଳ ଦର ବୃଦ୍ଧି ହେଲେ ସେତେବେଳେ ଏମାନଙ୍କୁ ଦର ବଢାଇବାକୁ ଅନୁମତି ମିଳିବ କି ସେ ନେଇ କିନ୍ତୁ ସନ୍ଦେହ ରହିଛି। ତେବେ ଅନ୍ୟଜଣେ ଅଧିକାରୀ କହିଛନ୍ତି  କେଉଁ ଦିନ ଡିଜେଲରେ ଲାଭ ହେଉଛି ତ କେଉଁ ଦିନ କ୍ଷତି, କୌଣସି ସ୍ତର ନିର୍ଦ୍ଧାରିତ ନୁହେଁ।

ଏଣୁ ଅଧିକାରୀ କହିଛନ୍ତି ଯେ ତୈଳ ବିତରଣକାରୀ କମ୍ପାନୀମାନେ ସେତେବେଳେ ଦୈନିକ ଆଧାରରେ ଦର ଧାର୍ଯ୍ୟ କରିବେ ଯେଉଁଦିନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୮୦ ଆମେରିକୀୟ ଡଲାରରୁ ତଳକୁ ରହିବା ସହ ସ୍ଥିର ହେବ। ୬ ଏପ୍ରିଲ ୨୦୨୨ରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏପରି ବଜାର ପରିସ୍ଥିତିରେ ଦର ପରିବର୍ତ୍ତନ ମଧ୍ୟ ହୋଇପାରିବନି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.