ଚୀନ୍‌ ଭଳି ଭାରତରେ ପ୍ରକୋପ କରିବ କି କରୋନା? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

Published By : Prameya-News7 Bureau | December 21, 2022 IST

ନୂଆଦିଲ୍ଲୀ ୨୧।୧୨: କରୋନା ଭାଇରସ ମହାମାରୀ ଲାଗି ଚୀନ୍‌ର ପରିସ୍ଥିତି ବିଗଡିବାରେ ଲାଗିଛି। ସରକାର ଦେଶରେ ଜିରୋ କୋଭିଡ ନୀତି ଆପଣାଉଥିଲେ। ଲୋକଙ୍କ ବିରୋଧ ଯୋଗୁ ଢିଲା ଦେବା ପରେ ଏପରି ପରିସ୍ଥିତି ଉପୁଜିଛି। ଦେଶରେ ସଂକ୍ରମଣର ବେଗ ବଢିଥିବା ବେଳେ ଲୋକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି। ଏଣୁ ପଡୋଶୀ ଦେଶ ଭାରତ କୋଭିଡ-୧୯କୁ ନେଇ ଆତଙ୍କିତ ହେବା ସ୍ୱଭାବିକ। ଚୀନ୍‌ର ବିଗୁଡୁଥିବା ପରିସ୍ଥିତି କେବଳ ଭାରତ ନୁହେଁ ସାରା ବିଶ୍ୱକୁ ଏବେ ଚିନ୍ତିତ କରିଛି।

ତେବେ ଭାରତର ଭାଇରୋଲଜିଷ୍ଟ ଓ ବିଶେଷଜ୍ଞ ଭିନ୍ନେ କଥା କହୁଛନ୍ତି। ସେମାନଙ୍କ କହିବା କଥା ହେଲା ଭାରତରେ ଚୀନ୍‌ ଭଳି ପରିସ୍ଥିତି ଉପୁଜିବା ସମ୍ଭାବନା କମ୍। ସେମାନଙ୍କ ତର୍କ ହେଉଛି ଦେଶ ପୂର୍ବରୁ ଏହାର ମୂଲ୍ୟ ଦେଇ ସାରିଛି। କୋଭିଡ-୧୯ ଉପୁଜିବାର ୩ ବର୍ଷ ପରେ ଏବେ ଚୀନ୍‌ରେ ପ୍ରକୋପ କରୁଛି। ଯେଉଁଥିରେ ଲକ୍ଷଲକ୍ଷ ସଂଖ୍ୟାରେ ଲୋକେ ଏବେ ସଂକ୍ରମିତ ହେଉଥିବା ବେଳେ ମୋଟ ଜନସଂଖ୍ୟା ଉପରେ ଗୁରୁତର ପ୍ରକୋପ କରିବାର ବିପଦ ଘନେଇଛି।

{"id":723818,"sizeSlug":"full","linkDestination":"none"}

ଚୀନ୍‌ ରାଜଧାନୀ ବେଜିଂର ହସ୍ପିଟାଲମାନଙ୍କରେ ଏବେ ସଂକ୍ରମିତ ଭରି ହୋଇଯାଇଛନ୍ତି।  ସେପଟେ ଶବଗୃହ ସବୁ ମୃତକଙ୍କ ଦ୍ୱାରା ଭରି ଯାଇଛି। ତେବେ ଏପର୍ଯ୍ୟନ୍ତ ହସ୍ପିଟାଲମାନଙ୍କରେ ଭର୍ତ୍ତି ରୋଗୀଙ୍କ ସମ୍ପର୍କରେ ଚୀନ୍‌ ସରକାର କୌଣସି ଅଧିକାରୀକ ବୟାନ ଜାରି କରୁ ନାହାନ୍ତି। ତେବେ ଭାରତରେ ଜଣାଶୁଣା ଭାଇରୋଲଜିଷ୍ଟ ଡା. ଗଗନଦୀପ କେଙ୍ଗ କହିଛନ୍ତି ଯେ ଚୀନ୍‌ରେ ଏବେ ଶୀତ ଋତୁ ହୋଇଥିବା ବେଳେ ଚଳିତବର୍ଷ ଭୀଷଣ ଥଣ୍ଡାପଡିଛି। ଯଦି ପାଗ ସହିତ ଗାଣିତିକ ଆକଳନ କରାଯାଏ ତେବେ ସଂକ୍ରମଣର ମୋଟ ସଂଖ୍ୟା ୮୦ କୋଟିକୁ ପହଞ୍ଚିପାରେ ଓ ଆଗାମୀ ୩ ମାସରେ ୫ରୁ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ।

ତାଙ୍କ ଅନୁସାରେ ଏପରି ମୃତ୍ୟୁର ଅନେକ କାରଣ ରହିଛି। ଏଥିରୁ ପ୍ରଥମ କାରଣଟି ହେଉଛି ବୟସ୍କ ଜନସଂଖ୍ୟାରେ କ୍ୱଚିତ ଟିକାକରଣ ହୋଇଥିଲା। ସେହିପରି ପ୍ରଭାବୀ ଢଙ୍ଗରେ ବୁଷ୍ଟର ଡୋଜ ଦିଆଯାଇନଥିଲା। ଏହା ଛଡା ତୃତୀୟ କାରଣଟି ହେଉଛି ଏପର୍ଯ୍ୟନ୍ତ ଚୀନ୍‌ କ୍ୱାରେଣ୍ଟାଇନ ଓ ଯାତ୍ରାକଟକଣା କଡାକଡି ରଖିଥିଲା। ଯାହାକୁ ଲୋକଙ୍କ କଡା ବିରୋଧ ପରେ ସରକାର ହଟାଇ ନେଇଥିବା ବେଳେ କୋଭିଡ ନୂଆ ନୂଆ ଅଞ୍ଚଳକୁ ପହଞ୍ଚି ଯାଇଛି।

{"id":723819,"width":838,"height":472,"sizeSlug":"full","linkDestination":"none"}

ତାମିଲନାଡୁ ଭେଲ୍ଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜର ଡା. କେଙ୍ଗ କହନ୍ତି ଯେ ଶୀତ ଋତୁରେ ସାଧାରଣତଃ ଅନ୍ୟ ଭାଇରାଲ ସଂକ୍ରମଣ ଯୋଗୁ ହସ୍ପିଟାଲରେ ଲୋକଙ୍କ ସଂଖ୍ୟା ବଢିଥାଏ। ଏଥିରେ କରୋନା ସଂକ୍ରମିତ ମିଶିବା ପରିସ୍ଥିତିକୁ ଅଣାୟତ୍ତ କରିଛି। ଅନ୍ୟପଟେ ଚୀନ୍‌ ମିଡିଆ ରିପୋର୍ଟ ଅନୁସାରେ ୧୮ରୁ ଅଧିକ ଆୟୁ ବର୍ଗର ପାଖାପାଖି ୯୦ ପ୍ରତିଶତ ଜନସଂଖ୍ୟାକୁ ଚୀନ୍‌ କୋଭିଡ ଟିକାର ୨ଟି ସଟ୍ ଦିଆଯାଇଛି। ଯାହା ଲୋକଙ୍କୁ କରୋନାର ଗୁରୁତର ପରିସ୍ଥିତିରୁ ରକ୍ଷା କରିପାରିବ ହେଲେ ସଂକ୍ରମଣରୁ ରକ୍ଷା କରିପାରିବନି।

ଡିସେମ୍ବର ୨୦ ତାରିଖ ସୁଦ୍ଧା ଚୀନ୍‌ରେ ୧୦,୭୨,୦୦୪ ଜଣ ଲୋକେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୧,୩୦୯ ଥିଲା। ତେବେ ଚୀନ୍‌ ଅନୁସାରେ ଭାରତ ଏପର୍ଯ୍ୟନ୍ତ କୋଭିଡ-୧୯ର ୩ଟି ଲହର  ମୁକାବିଲା କରିସାରିଲାଣି। ଗତବର୍ଷ ଡେଲ୍ଟା ଭାରିଏଣ୍ଟ ପରିସ୍ଥିତି ଅସମ୍ଭାଳ କରିବ ବୋଲି ଆଶଙ୍କା କରାଯାଉଥିଲା, ହେଲେ ସେପରି କିଛି ହୋଇ ନାହିଁ। ଡିସେମ୍ବର ୨୦ ତାରିଖ ସୁଦ୍ଧା ଭାରତରେ ଆକ୍ଟିଭ କେସ୍ ସଂଖ୍ୟା ୩,୫୫୯ରୁ ବି କମ ରହିଛି। ଏହା ଛଡା ଚୀନ୍‌ରେ ଏବେ ଓମିକ୍ରନର ଦ୍ରୁତ ବ୍ୟାପୁଥିବା କିଛି ଭାରିଏଣ୍ଟ ସହ  ବିଏଫ.୭ ମଧ୍ୟ ପ୍ରକୋପ କରୁଛି।

{"id":723822,"sizeSlug":"full","linkDestination":"none"}

ଭାରତରେ ମଧ୍ୟ ବିଏଫ.୭ ଗତ କିଛିମାସ ହେଲା ମହଜୁଦ ଅଛି। ଏଣୁ ଭାରତରେ ଚୀନ୍‌ ଭଳି ପରିସ୍ଥିତିକୁ ନେଇ ବିଶେଷଜ୍ଞ ଏତେ ଚିନ୍ତିତ ନୁହନ୍ତି। ସିଏସଆଇଆର-ଆଇଜିଆଇବିଙ୍କ ନିର୍ଦ୍ଦେଶକ ଡା. ଅନୁରାଗ ଅଗ୍ରୱାଲ ଭାରତରେ ଦ୍ୱିତୀୟବାର ଏପରି ପରିସ୍ଥିତି ଉପୁଜିବାର ଆଶଙ୍କା ନାହିଁ ବୋଲି କହିଛନ୍ତି। ଡା. ଅଗ୍ରୱାଲଙ୍କ ଅନୁସାରେ ଭାରତରେ ଲୋକଙ୍କ ଇମ୍ୟୁନିଟି ବହୁତ ଅଧିକ। କାରଣ ଭାରତରେ ଲୋକେ ଅନେକ ପୂର୍ବରୁ ଓମିକ୍ରନରେ ସଂକ୍ରମିତ ହୋଇ ସାରିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଡେଲ୍ଟା ଏବଂ ଓମିକ୍ରନରେ ମଧ୍ୟ ସଂକ୍ରମିତ ଥିଲେ ବୋଲି ଗବେଷାଣାରୁ ଜଣାପଡିଛି।

ଡା. କେଙ୍ଗ କହିଛନ୍ତି ଯେ ଚୀନ୍‌ରେ ଯାହା ହେଉଛି ଏହାର ସିଧା ପ୍ରଭାବ ଭାରତ ଉପରେ ପଡିବାର ନାହିଁ, ଯେଉଁ ପର୍ଯ୍ୟନ୍ତ ଏଠାରେ କୌଣସି ନୂଆ ଭାରିଏଣ୍ଟ ନଆସିଛି ବୋଲି କହିଛନ୍ତି। ସେ ତାଙ୍କ କଥାକୁ ବୁଝାଇବାକୁ ଯାଇ କହିଛନ୍ତି ଯେ ଅଧିକାଂଶ ଭାରତରେ ହାଇବ୍ରିଡ ପ୍ରତିରକ୍ଷା ରହିଛି। ଯଦିଓ ଭାରତରେ କମ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି ତଥାପି ଆମର ସମ୍ପର୍କରେ ପ୍ରତିକ୍ରିୟାର ପରିବର୍ତ୍ତନ ସମ୍ଭାବନା କମ୍। କାରଣ ଆମ ଦେଶରେ ଦୀର୍ଘ ସମୟରୁ ଯାତ୍ରା କଟକଣା ହଟି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.