twitter  ୟୁଜର ପଚାରିଲେ ଭାରତରେ କେବେ ସୁଦ୍ଧା ହେବ ଟେସ୍ଲା କାର ପ୍ଲାଣ୍ଟ? ଜାଣନ୍ତୁ କ’ଣ କହିଲେ ଏଲନ ମସ୍କ

Published By : Prameya-News7 Bureau | May 28, 2022 IST

କାଲିଫର୍ଣ୍ଣିଆ ୨୮।୫: ଏବେ ସବୁଆଡେ ଗୋଟିଏ ଚର୍ଚ୍ଚା ଭାରତରେ କେବେ ବିଜନେସ୍ ଆରମ୍ଭ କରିବେ ଏଲନ ମସ୍କ। ଏଥିରେ ମସ୍କ ଯାହା କହିଛନ୍ତି ଏଥିରୁ ଭାରତରେ ତାଙ୍କ କାରବାରର ଭବିଷ୍ୟତ ବେଶ୍ ସ୍ପଷ୍ଟ ହୋଇଯାଇଛି। ଏଲନ ମସ୍କ ତାଙ୍କ ସ୍ପେସ୍-ଏକ୍ସ, ଷ୍ଟାର ଲିଂକ ଓ ଟେସଲା କାର ଲାଗି ସାରା ବିଶ୍ୱରେ ପ୍ରଶିଦ୍ଧ। ହେଲେ ଭାରତରେ ତାଙ୍କର ଏଥିରୁ କେଉଁ ଗୋଟିଏବି ଏ ଯାଏଁ ଚାଲିପାରୁନି। ଏଥିଲାଗି ତାଙ୍କ ଫଲୋଅରମାନେ ମଧ୍ୟ ସମୟ ସମୟରେ ପ୍ରଶ୍ନ କରୁଛନ୍ତି।

ଏହି କ୍ରମରେ ଜନୈକ ବ୍ୟକ୍ତି ମସ୍କଙ୍କୁ ତାଙ୍କ ପ୍ରୋଜେକ୍ଟ ଷ୍ଟାର ଲିଂକକୁ ନେଇ ପ୍ରଶ୍ନ କରିଥିଲେ। ଏଥିରେ ଭାରତରେ ତାଙ୍କ ପ୍ରୋଜେକ୍ଟର ଅପଡେଟ୍ କଣ ବୋଲି ପଚାରିଥିଲେ। ଏଥିରେ ସମ୍ପୃକ୍ତ ବ୍ୟକ୍ତି ମସ୍କଙ୍କୁ ବିଶ୍ୱରେ ତାଙ୍କର ଶସ୍ତା ଓ ଦ୍ରୁତ ଇଣ୍ଟରନେଟ୍ ସେବା ଲାଗି ଭିଜନକୁ ବେଶ୍ ତାରିଫ କରାଯାଉଥିବା କହିଥିଲେ। ତେବେ ଭାରତରେ କେବେ ଉପଲବ୍ଧ ହେବ ବୋଲି କରିଥିବା ପ୍ରଶ୍ନରେ ମସ୍କ ଏବେବି ତାଙ୍କ ସଂସ୍ଥା ସେଠାକାର ସରକାରଙ୍କ ମଞ୍ଜୁରୀକୁ ଅପେକ୍ଷା କରିଥିବା ଉଲ୍ଲେଖ କରିଥିଲେ।

{"id":635490,"width":839,"height":552,"sizeSlug":"full","linkDestination":"none"}

ଏଥିରେ  ଅନ୍ୟ ଜଣେ ୟୁଜର ଟେସ୍ଲା ନେଇ ସ୍ଥିତି କଣ ବୋଲି ପଚାରିଥିଲେ। ଆଗାମୀ ଦିନରେ ଟେସ୍ଲା ଭାରତରେ ତାଙ୍କର ପ୍ଲାଣ୍ଟ ବସେଇବାକୁ ଚିନ୍ତା କରୁଛନ୍ତି କି ବୋଲି ୟୁଜରଙ୍କ ପ୍ରଶ୍ନରେ ଟେସ୍ଲା ସିଇଓ ଗଭୀର ନିରାଶା ବ୍ୟକ୍ତ କରିଛନ୍ତି ।  ସେ କହିଛନ୍ତି ଯେ ଟେସ୍ଲା ଏପରି କୌଣସି ସ୍ଥାନରେ ମାନୁଫେକ୍ଚରିଂ ପ୍ଲାଣ୍ଟ ବସେଇବେ ନାହିଁ  ଯେଉଁଠି ପ୍ରଥମେ ଆମକୁ ଆମର ଉତ୍ପାଦ ବିକ୍ରି ଓ ସର୍ଭିସର ଅନୁମତି ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଏଥିରୁ ଭାରତର ଉଦ୍ୟୋଗ ନୀତି ଯାହା ଏଥିରେ ଟେସ୍ଲା ଭାରତରେ ତାଙ୍କର କୌଣସି ବି ବ୍ୟବସାୟ ଆରମ୍ଭ କରିପାରିବେନି ଏହା ଏକପ୍ରକାର ସ୍ପଷ୍ଟ ହୋଇଯାଉଛି।

ଏହି ଟ୍ୱୁଇଟ୍ ପରେ ମଧ୍ୟ ଅନେକ ଟ୍ୱିଟ୍ ହୋଇଛି ଯେଉଁଥିରେ ମସ୍କ ତାଙ୍କର ଆଗାମୀ ପ୍ଲାନ ସମ୍ପର୍କରେ ସୂଚିତ କରିଛନ୍ତି। ଏଥିରେ ତାଙ୍କ ଷ୍ଟାରଲିଂକକୁ ନାଇଜେରିଆ ଓ ମୋଜାମ୍ବିକ୍‌ରେ ସରକାରଙ୍କ ମଞ୍ଜୁରୀ ମିଳିଥିବା କହିଛନ୍ତି। ଏହାର କିଛି ସମୟ ପୂର୍ବରୁ ସେ ଏକ ପୋଷ୍ଟ ମଧ୍ୟ କରିଥିଲେ। ଯେଉଁଥିରେ ଫିଲପାଇନ୍ସ ସରକାର ମଧ୍ୟ ତାଙ୍କ ଷ୍ଟାରଲିଂକକୁ ମଞ୍ଜୁରୀ ଦେଇଥିବା ଉଲ୍ଲେଖ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.