oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ମହାରାଷ୍ଟ୍ର ବିଜେପି ନେତାଙ୍କ ବଡ଼ ଦାବି, କହିଲେ ଉଦ୍ଧବଙ୍କ ସ୍ଥାନରେ ସଞ୍ଜୟ ରାଉତଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହାନ୍ତି ପାୱାର!

22/02/2022 at 7:57 PM

ପୁଣେ୨୨।୨: ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ଓ ବିରୋଧୀ ବିଜେପି ମଧ୍ୟରେ ତୁ..ତୁ ..ମେଁ ..ମେଁ.. ଏବେବି ଜାରି ରହିଛି। କିଛି ସମୟ ପୂର୍ବରୁ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ମହାରାଷ୍ଟ୍ରରେ ଉଦ୍ଧବଙ୍କ ସରକାରର ପତନ ଆଶଙ୍କା କରିଥିବା ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଆଉ ଏକ ବଡ଼ ଦାବି କରିଛନ୍ତି। ତେବେ ଏଥର ସେ ଯେଉଁ ଦାବି କରିଛନ୍ତି ସେଥିରେ ମହାବିକାଶ ଅଘାଡି ଭାଙ୍ଗିବାର କଥା ସେ କହି ନାହାନ୍ତି। ହେଲେ ଯାହା କହିଛନ୍ତି ତାହା ରାଜ୍ୟ ରାଜନୀତିରେ ଝଡ଼ ଠାରୁ କମ୍‌ ନୁହେଁ ବୋଲି ଏବେ ବିଚାର କରାଯାଉଛି।

ପାଟିଲ କହିଛନ୍ତି ଯେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏବେ ଏନସିପି ନେତା ଶରଦ ପାୱାରଙ୍କ ସେହି ଏଜେଣ୍ଡାରେ କାମ କରୁଛନ୍ତି, ଯେଉଁଥିରେ ସେ ଉଦ୍ଧବଙ୍କୁ ହଟାଇ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି କହିଛନ୍ତି। ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ଉଦ୍ଧ ବଠାକରେ ମାନନ୍ତୁ ଅବା ନ ମାନ୍ତୁ କିନ୍ତୁ ସେ ମୁମ୍ବାଇରେ ରହୁଥିବା ଘର ‘ମାତୋଶ୍ରୀ’କୁ ନିଅଁ ସହ ଉପାଡି ଫୋପାଡିବାକୁ ଏବେ ରାଜନୈତିକ ଷଡ଼ଯନ୍ତ୍ର ଆରମ୍ଭ ହୋଇଯାଇଛି। ଉଦ୍ଧବ ମୋର ମିତ୍ର ଏଣୁ ଏହା ଜଣାଇଦେବା ମୋର କର୍ତ୍ତବ୍ୟ ବୋଲି ସେ କହିଛନ୍ତି।

ଶିବସେନା ସଂସ୍ଥାପକ ବାଲଶାହେବ ଠାକରେଙ୍କ ପୁଅ ହେଉଛନ୍ତି ଉଦ୍ଧବ। ତାଙ୍କ ସହ ମୁଁ ଦୀର୍ଘ ସମୟ କାମ କରିଛି। ଏଥିରେ ସଞ୍ଜୟ ରାଉତ କିଏ ମୋତେ ଜାଣିବାକୁ ବାକି ନାହିଁ। ନିକଟରେ ସେ ଶିବସେନାରେ ଯୋଗ ଦେଇଛନ୍ତି ଆଉ ଏବେ ଆମକୁ ପାଠ ଶିଖାଉଛନ୍ତି ବୋଲି କହିଛନ୍ତି।  ତେବେ ଉଦ୍ଧବ ଏବେଠୁ ଜାଣିଯିବା ଦରକାର ଶରଦ ପାୱାରଙ୍କ ଏଜେଣ୍ଡାରେ ସଞ୍ଜୟ ରାଉତ କାମ କରୁଛନ୍ତି ବୋଲି। ଏହି ଏଜେଣ୍ଡା ହେଉଛି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା, କାରଣ ସେହି ପଦରେ ତାଙ୍କର ଅଢେଇବର୍ଷ ପୂରଣ ହୋଇସାରିଲାଣି।

ଯେହେତୁ ସୁପ୍ରିୟା ସୁଲେଙ୍କୁ ପାୱାର ମୁଖ୍ୟମନ୍ତ୍ରୀ କରିପାରିବେନି, ତେହେତୁ ସଞ୍ଜୟ ରାଉତଙ୍କ ମୁଖ୍ୟମନ୍ତ୍ରୀ କରିପାରିଲେ ତାଙ୍କ ଲାଗି ସୁପ୍ରିୟାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଭଳି ହେବ। ପୁଣେ ବାରାମାତୀରୁ ସୁପ୍ରିୟା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଶରଦ ପାୱାରଙ୍କ ଝିଅ। ତେବେ ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ପାୱାର ତାଙ୍କ ଝିଅଙ୍କୁ ସିଧାଶଳଖ ରାଜ୍ୟ ରାଜନୀତିକୁ ଆଣି ପାରୁ ନାହାନ୍ତି। ତେବେ ସଞ୍ଜୟ ରାଉତଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ତାଙ୍କଲାଗି ଏହା ସୁଗମ ହୋଇପାରିବ ବୋଲି କହିଛନ୍ତି ପାଟିଲ।

   Related Posts