oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ରାଜ୍ୟସଭାରୁ ନିଲମ୍ବନ ପରେ ଜାଣନ୍ତୁ କ’ଣ କହିଲେ ‘ଆପ’ ସାଂସଦ ସଞ୍ଜୟ ସିଂହ, ଟ୍ୱିଟ୍‌ରେ ଲେଖିଛନ୍ତି କ’ଣ?

27/07/2022 at 2:28 PM

ନୂଆଦିଲ୍ଲୀ ୨୭।୭:  ଆମ ଆଦମୀ ପାର୍ଟି (ଆପ) ସାଂସଦ ସଞ୍ଜୟ ସିଂହଙ୍କୁ ରାଜ୍ୟସଭାରୁ ସପ୍ତାହ ଲାଗି ନିଲମ୍ବନ କରାଯାଇଛି। କାଗଜ ଚିରି ଆସନ ଉପରକୁ ଫୋପାଡିବା ଅଭିଯୋଗରେ ତାଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସଂସଦରେ ହଟ୍ଟଗୋଳ ଓ ଅବମାନନା ଲାଗି ଏପର୍ଯ୍ୟନ୍ତ ରାଜ୍ୟସଭାରୁ ୨୦ ଓ ଲୋକସଭାରୁ ୪ ସାଂସଦ ନିଲମ୍ବନ ହେଲେଣି। ଏଥିରେ ଆପ ସାଂସଦ ସଞ୍ଜୟ ସିଂହ ମଧ୍ୟ ନିଲମ୍ବିତ ହୋଇଛନ୍ତି।

ନିଲମ୍ବନ ପରେ ସଞ୍ଜୟ ସିଂହ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ମୋଦିଜୀ ସସପେଣ୍ଡ କରିଦେଇଛନ୍ତି ସତ ହେଲେ ମୁଁ ଲଢୁଥିବି ଓ ଜବାବ ମାଗୁଥିବି ବୋଲି ସଂଞ୍ଜୟ ସିଂହ ଟ୍ୱିଟ୍‌ କରିଛନ୍ତି। ରାଜ୍ୟସଭା ଉପବାଚସ୍ପତି ହରିବଂଶ ନାରାୟଣ ସିଂହ ଏ ବାବଦରେ କହିଛନ୍ତି ଯେ ସଞ୍ଜୟ ୱେଲରେ ଥିଲେ ଓ ହଟ୍ଟଗୋଳ କରୁଥିଲେ। ଏଥିରେ ସେ କାଗଜ ଚିରି ଆସନ ଉପରକୁ ଫୋପାଡିବା ଆସନର ସମ୍ପୂର୍ଣ୍ଣ ଅବମାନନା ବୋଲି ଉପବାଚସ୍ପତି କହିଛନ୍ତି। ଏଣୁ ସଞ୍ଜୟ ସିଂହଙ୍କ ବିରୋଧରେ ରାଜ୍ୟସଭାରେ ମୋସନ ଅଣାଯିବା ସହ ବାଚନିକ ଭୋଟରେ ଗୃହୀତ କରାଯାଇଛି। ଏଥିରେ ସଞ୍ଜୟ ସିଂହଙ୍କୁ ସଂସଦ ପରିସରରୁ ବାହାର କରିଦିଆଯାଇଛି।

ସଂସଦର ଚଳିତ ଅଧିବେଶନରେ ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ସଞ୍ଜୟ ସିଂହ ୨୦ ନମ୍ବର ସାଂସଦ ଓ ସଂସଦର ବଳକା କାର୍ଯ୍ୟକ୍ରମରୁ ତାଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଇଛି। ସଂସଦର ଉଚ୍ଚ ସଦନରେ ସାଂସଦଙ୍କ ନିଲମ୍ବନର ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଂଖ୍ୟା। ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ କୃଷି ବିଧେୟକ ବିରୋଧରେ ସଂସଦରେ ହଙ୍ଗାମା କରି ୧୨ ଜଣ ସାଂସଦ ନିଲମ୍ବିତ ହୋଇଥିଲେ।

ଚଳିତ ଅଧିବେଶନରେ ରାଜ୍ୟସଭାରୁ ତୃଣମୂଳ କଂଗ୍ରେସର ୭ ସାଂସଦ ନିଲମ୍ବିତ ହୋଇଥିବା ବେଳେ ଡିଏମକେର ୬, ଟିଆରଏସର ୩, ସିପିଏମର ୨ ଓ ସିପିଆର ଜଣେ ସାଂସଦ ଏହିପରି ସଞ୍ଜୟ ସିଂହଙ୍କୁ ମିସାଇ ୨୦ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି।   

   Related Posts