ମୋଦିଙ୍କର ବିଛାରାଶିକୁ ପ୍ରିୟଙ୍କାଙ୍କର ମଧ୍ୟ ବିଛାରାଶି: ରାଜନୀତିରେ ପ୍ରିୟଙ୍କାଙ୍କ ସ୍ଥିତି ନେଇ କଣ କହୁଛି ତାଙ୍କ କୁଣ୍ଡଳି ଜାଣନ୍ତୁ…

Published By : Prameya-News7 Bureau | January 23, 2019 IST

ଭୁବନେଶ୍ବର୨୩|୧: ନିର୍ବାଚନ ଆଗରୁ କଂଗ୍ରେସର ମାଷ୍ଟରଷ୍ଟ୍ରୋକ୍ । ପ୍ରିୟଙ୍କା ଗାନ୍ଧି ହେଲେ କଂଗ୍ରେସର ମହାସଚିବ । ରାଜନୀତିକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି । ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ତେବେ ପ୍ରିୟଙ୍କାଙ୍କ ଏଣ୍ଟ୍ରିକୁ ନେଇ ନାନା ପ୍ରକାରର କ୍ରିୟା ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଜେପି କହିଛି ରାହୁଲଙ୍କ ନେତୃତ୍ବରେ ହତାଶ ହୋଇ ଶେଷରେ କଂଗ୍ରେସ ପ୍ରିୟାଙ୍କାଙ୍କୁ ଡାକିବାକୁ ବାଧ୍ୟ ହେଲା।

{"id":77362}

ହେଲେ କଂଗ୍ରେସ ଶିବିରରେ ଖୁସିର ମାହୋଲ। ଦିଲ୍ଲୀର କଂଗ୍ରେସ ଅଫିସ ଠାରୁ ରାଜ୍ୟ ରାଜ୍ୟରେ କଂଗ୍ରେସର କାର୍ଯ୍ୟାଳୟ ସବୁଠି କଂଗ୍ରେସ କର୍ମୀ ବାଣ ଫୁଟାଇ କରୁଛନ୍ତି ସ୍ବାଗତ। ପ୍ରିୟଙ୍କା ଗାନ୍ଧି କଂଗ୍ରେସରେ ଏଣ୍ଟ୍ରି କରିଛନ୍ତି। ଏମିତି ସେମିତି ବି ନୁହେଁ ସିଧା କଂଗ୍ରେସ ତାଙ୍କୁ ମହାସଚିବ ପଦରେ ଅବସ୍ଥାପିତ କରିଛି। ପ୍ରିୟଙ୍କାଙ୍କୁ ୟୁପି ନିର୍ବାଚନ ଦାୟିତ୍ବ ଦେଇଛି କଂଗ୍ରେସ । ପୂର୍ବ ଉତ୍ତରପ୍ରଦେଶ ଦାୟିତ୍ବ ତୁଲାଇବେ । ସାଙ୍ଗରେ ରହିବେ ୟଙ୍ଗ ବ୍ରିଗେଡ଼ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଆଉ ପ୍ରିୟଙ୍କାଙ୍କ ଏଣ୍ଟ୍ରିରେ ଖୁବ ବଳଶାଳୀ ହୋଇଛନ୍ତି ପ୍ରେସିଡେଣ୍ଟ ତଥା ଭାଇ ରାହୁଲ ଗାନ୍ଧି।

{"id":77363}

ହେଲେ ପ୍ରୟଙ୍କାଙ୍କ ଜନ୍ମକୁଣ୍ଡଳି କଣ କଂଗ୍ରେସର ଏହି ଆଶାକୁ ସାକାର କରିବକି । ପ୍ରିୟଙ୍କାଙ୍କ ଜନ୍ମକୁଣ୍ଡଳି ଅନୁସାରେ ତାଙ୍କର ମିଥୁନ ଲଗ୍ନ ଓ ବିଛା ରାଶି । ଲଗ୍ନାଧିପତି ବୁଧ ଜନ୍ମକୁଣ୍ଡଳିରେ କେନ୍ଦ୍ରରେ ରହିବା ସହିତ ବୃହସ୍ପତି ଯୁକ୍ତ ହୋଇଛନ୍ତି । ନବାଂଶରେ ମଧ୍ୟ ବୁଧ ସ୍ବଗୃହୀ ହୋଇ ଭଲ ସ୍ଥିତିରେ ରହିଛନ୍ତି । ଏହାର ପ୍ରଭାବରେ ସେ ଅତ୍ୟନ୍ତ ଲୋକପ୍ରିୟ ହେବେ । ରାଜନୀତି କ୍ଷେତ୍ରରେ ବେଶ ପ୍ରତିଷ୍ଠା ମଧ୍ୟ ଲାଭ କରିବେ । ଯେଉଁଭଳି କୁଣ୍ଡଳିରେ ବୁଧଙ୍କ ସ୍ଥିତିକୁ ଲୋକପ୍ରିୟତା ପାଇଁ ବିଚାରକୁ ନିଆଯାଏ ସେହିଭଳି ପଞ୍ଚମ ଭାବକୁ ରାଜନୈତିକ ଦୃଷ୍ଟି କୋଣରୁ ବିଚାର କରାଯାଏ । ପ୍ରୟଙ୍କାଙ୍କ କୁଣ୍ଡଳରି ପଞ୍ଚମାଧିପତି ନିଜ ଗୃହଠାରୁ ପଞ୍ଚମ ସ୍ଥାନରେ ଅବସ୍ଥାନ କରିଛନ୍ତି । ଏହା ଏକ ଉତ୍ତମ ଯୋଗ ବୋଲି ବିଚାର କରାଯାୁଥିବାରୁ ରାଜନୀତି କ୍ଷେତ୍ରରେ ସେ ବେଶ ସଫଳତା ହାସଲ କରିପାରିବେ ।

{"id":77364}

ସେହିଭଳି ପ୍ରୟଙ୍କାଙ୍କ ଆର୍ଥିକ ସ୍ଥିତି ଜାତକ ଅନୁସାରେ ଅତ୍ୟନ୍ତ ଉଚ୍ଚକୋଟିର । ଏଥ ସହିତ ପାରିବାରିକ ଶକ୍ତି ବୃଦ୍ଧିର ମଧ୍ୟ ଯୋଗ ରହିଛି ।କୁଣ୍ଡଳିରେ ଦଶମାଧିପତି ପରାକ୍ରମାଧିପତି ହୋଇଥିବାବେଳେ ଲଗ୍ନାଧିପତି କେନ୍ଦ୍ରବଳ ପ୍ରାପ୍ତ କରୁଛନ୍ତି ।

{"id":77365}

ବର୍ତ୍ତମାନ ପ୍ରିୟଙ୍କାଙ୍କ କୁଣ୍ଡଳି ଅନୁସାରେ ସେ ଶୁକ୍ର ମହାଦଶାରେ ଶନି ଅନ୍ତର୍ଦଶା ଭୋଗ କରୁଛନ୍ତି । ଏହି ସମୟ ତାଙ୍କ ପାଇଁ ଅତି ଉତ୍ତମ ସମୟ ବୋଲି କୁହାନଯାଇପାରେ । ତେବେ ଜନ୍ମ କୁଣ୍ଡଳିରେ ଶନି ଭାଗ୍ୟାଧିପତି ହୋଇଥିବାରୁ ଉତ୍ତରପ୍ରଦେଶରେ କଂଗ୍ରେସ ହରାଇଥିବା ଜନସମର୍ଥନ ଫେରାଇଆଣିବାରେ ସେ ସକ୍ଷମ ହେବେ । କହିବାକୁ ଗଲେ ରାଜନୀତିରେ ପ୍ରୟଙ୍କଙ୍କ ବିଧିବଦ୍ଧ ପ୍ରବେଶ କଂଗ୍ରେସ ପାଇଁ ବେଶ ଲାଭ ଦାୟକ ହେବ । ତେବେ ତାଙ୍କୁ କଡା ରାଜନୈତିକ ପ୍ରଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡିବ ।

{"id":77366}

ଯଦିଓ ଶୁକ୍ର ମହାଦଶାରେ  ଶନିଙ୍କ ଅନ୍ତର୍ଦଶା ପ୍ରିୟଙ୍କାଙ୍କ ପାଇଁ ବେଶ ଭଲ ନାହିଁ , ତେବେ ଶନି ହିଁ ପ୍ରୟଙ୍କାଙ୍କୁ ପ୍ରତିଷ୍ଠା ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମରାଶି ହେଉଛି ବିଛା । ପ୍ରିୟଙ୍କାଙ୍କର ମଧ୍ୟ ଜନ୍ମ ରାଶି ବିଛା । ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କା ହିଁ ନରେନ୍ଦ୍ର ମୋଦିଙ୍କୁ ଅଧିକ ଅଡୁଆରେ ପକାଇପାରନ୍ତି ।   ଯଦିଓ ଉଭୟ ନରେନ୍ଦ୍ର ମୋଦି ଏବଂ ପ୍ରୟଙ୍କାଙ୍କ କୁଣ୍ଡଳିରେ ଶନି ଦେବଙ୍କର ସାଢେସାତି ଚାଲିଛି ତଥାପି ପ୍ରୟଙ୍କାଙ୍କ କୁଣ୍ଡଳିରେ ଶନିଙ୍କ ଉତ୍ତମ ସ୍ଥିତି ଓ ବୃହସ୍ପତିଙ୍କ ଯୋଗକାରକ ଅବସ୍ଥାନ କାରଣରୁ ଉତ୍ତର ପ୍ରଦେଶରେ ପ୍ରିୟଙ୍କା ଲାଭବାନ ହେବେ । ଅନ୍ୟପକ୍ଷରେ ନରେନ୍ଦ୍ର ମୋଦିଙ୍କୁ ସେ ତୁଳନାରେ ଲାଭ ମିଳିବ ନାହିଁ ।ଭାରତୀୟ ଜନତା ପାର୍ଟି ଏବଂ ଅନ୍ୟ ଦଳମାନେ ଏହା ଦ୍ବାରା କ୍ଷତିଗ୍ରସ୍ତ ହେବେ ।

{"id":77367}

୨୦୧୯ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପ୍ରୟଙ୍କା ଓ ତାଙ୍କ ପରିବାରକୁ ବିଶେଷ କରି ତାଙ୍କ ସ୍ବାମୀଙ୍କୁ ପ୍ରଶାସନିକ ବିରୋଧର ସମ୍ମୁଖୀନ ହେବାକୁ ପଡିବ । ତେବେ ସେପ୍ଟେମ୍ବର ମାସ ପରେ ସେ ଦେଶର ରାଜନୈତିକ ଆକାଶର ଧ୍ରୁବ ତାରାଭଳି ଚମକିବେ ବୋଲି  ଉତ୍ତର ଭାରତର ପ୍ରସିଦ୍ଧ ଜ୍ୟୋତିଷ ରାଜେଶ ତିୱାରୀ  ଭବିଷ୍ୟବାଣୀ କରିଛନ୍ତି ।

{"id":77371}

 

ତେଣୁ ୟୁପିରେ ହେବ ମହା ଟକ୍କର ବୁଆ-ବବୁଆଙ୍କ ଯୋଡ଼ି, ମୋଦି-ଅମିତଙ୍କ ଯୋଡ଼ିକୁ କଂଗ୍ରେସର ଭାଇଭଉଣୀ ଯୋଡ଼ି ଟକ୍କର ଦେବ। ଏସପିବିଏସପି ମେଣ୍ଟ କରି କଂଗ୍ରେସର ହାତ ଛାଡ଼ିଦେଇଥିଲେ, ୨୦୧୪ରେ କଂଗ୍ରେସକୁ କେବଳ ୨ଟି ସିଟ୍‌ ରାହୁଲ-ସୋନିଆଙ୍କ ଆସନରେ ସୀମୀତ ରଖିଦେଇଥିଲା ବିଜେପି। ଏଥର ପ୍ରିୟଙ୍କା କଂଗ୍ରେସ ଜୋସ ଭରିବେ ନିଶ୍ଚୟ। ସେପଟେ ବିଜେପି କହିଛି ବିଜେପିରେ ପାର୍ଟି ହେଉଛି ପରିବାର, କଂଗ୍ରେସରେ ପରିବାର ହିଁ ପାର୍ଟି।

{"id":77369}

୨୦୧୪ରେ ମଧ୍ୟ ପ୍ରିୟଙ୍କାଙ୍କ ଏଣ୍ଟ୍ରି ନେଇ କଥା ଉଠିଥିଲା। ତେବେ ସେତେବେଳେ କେବଳ ପ୍ରଚାରରେ ଅଂଶଗ୍ରହଣ କରିଥିଲେ। ଏଥର କିନ୍ତୁ ସେ ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ହୁଏତ ରାୟବରେଲିରୁ ସେ ପ୍ରାର୍ଥୀ ହେବେ। ଏହା ସହିତ ଦେଶର ବିଭିନ୍ନ ଭାଗରେ ମଧଅୟ ସେ ପ୍ରଚାର କରିବେ। ଓଡ଼ିଶାରେ ମଧ୍ୟ ପ୍ରିୟଙ୍କା ଏଫେକ୍ଟକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି।

{"id":77370}

 ଫେବ୍ରୁଆରିରେ ଦାୟିତ୍ବ ନେବାକୁ ଥିବା ପ୍ରିୟଙ୍କା ଗାନ୍ଧି କଂଗ୍ରେସ ପାଇଁ ଟ୍ରମ୍ପ କାର୍ଡ ହୋଇପାରନ୍ତି। ତେବେ ସ୍ବାମୀ ରବର୍ଟ ଭଦ୍ରାଙ୍କ ନାଁରେ ଥିବା ଦୁର୍ନୀତି ମାମଲାର ଭୁତ ମଧ୍ୟ ପ୍ରିୟଙ୍କାଙ୍କୁ ଏଥର ଚେଜ୍‌ କରିପାରିବେ। ତେଣୁ ନିର୍ବାଚନୀ ମୈଦାନ ହିଁ କହିବ ପ୍ରିୟଙ୍କା କେତେ ଫାଇଦା କେତେ ଫ୍ଲପ୍‌।

{"id":77372}

 ପ୍ରଥମଥର ପାଇଁ କଂଗ୍ରେସ ଦଳୀୟ ସଂଗଠନରେ ମିଳିଲା ଦାୟିତ୍ବ । ଉତ୍ତରପ୍ରଦେଶ ପାଇଁ କଂଗ୍ରେସ ୨ଜଣ ପ୍ରଭାରୀଙ୍କୁ ଦାୟିତ୍ୱ ଦେଇଛି । ପ୍ରିୟଙ୍କା ଗାନ୍ଧିଙ୍କ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରଭାରୀ ଦାୟିତ୍ବ ମିଳିଛି । ଲୋକସଭା ନିର୍ବାଚନରେ ମୋଦିଙ୍କୁ ଟକ୍କର ଦେବ ରାହୁଲ-ପ୍ରିୟଙ୍କା ଯୋଡି । ଏଥିସହ ଉତ୍ତରପ୍ରଦେଶ ଭଳି ବଡ ରାଜ୍ୟର ନିର୍ବାଚନୀ ମଇଦାନ ସମ୍ଭାଳିବାକୁ ପ୍ରିୟଙ୍କା ଏବଂ ସିନ୍ଧିଆ ଭଳି ଯୁବ ଗୋଷ୍ଠୀ କାନ୍ଧରେ ଦାୟିତ୍ବ ଦେଇଛି କଂଗ୍ରେସ ।

{"id":77373,"width":595,"height":426}

ପ୍ରିୟଙ୍କା ଫେବୃଆରୀରେ ସମ୍ଭାଳିବେ ଦାୟିତ୍ବ । କଂଗ୍ରେସରେ ପ୍ରିୟଙ୍କା ଦାୟିତ୍ବ ନେବା ପରେ ପ୍ରଶ୍ନ ଉଠୁଛି । କଂଗ୍ରେସକୁ ମିଳିଲା କି ଟ୍ରମ୍ପ କାର୍ଡ ? ମହିଳାଙ୍କ ସମର୍ଥନ ମିଳିବା ଆଶା ? ଭଲ ବକ୍ତା ଭାବରେ ମିଳିବ ଫାଇଦା ? କଂଗ୍ରେସକୁ ମିଳିଲା କି ବଡ ଚେହେରା ? ପରିବାର କାର୍ଡରେ ମିଳିବ କି ଫାଇଦା ? ତେବେ ପ୍ରିୟଙ୍କା ଗାନ୍ଧିଙ୍କୁ ଦାୟିତ୍ବ ମିଳିବା ପରେ ବିଜେପି ପ୍ରତିକ୍ରିୟା ପ୍ରକାଶ କରି କହିଛି ବିଜେପିରେ ପାର୍ଟି ହେଉଛି ପରିବାର, କଂଗ୍ରେସରେ ପରିବାର ହିଁ ପାର୍ଟି । ରାହୁଲଙ୍କ ଆଶା ବାଡି ହେବାକୁ ଆସିଛନ୍ତି ପ୍ରିୟଙ୍କା  । ନିର୍ବାଚନ ଆଗରୁ କଂଗ୍ରେସ ପ୍ରିୟଙ୍କା କାର୍ଡ ଖେଳିଥାଏ ବୋଲି ବିଜେପି କହିଛି । ଏପଟେ ପ୍ରିୟଙ୍କାଙ୍କୁ ମହାସଚିବ କରିବା ପରେ କଂଗ୍ରେସ ନେତା ଆଶା ସାଧାରଣ ନିର୍ବାଚନରେ ଦଳ ଭଲ କରିବ ବୋଲି ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.