SBIଙ୍କ ରିପୋର୍ଟରେ ସମସ୍ତେ ଆଶ୍ଚର୍ଯ୍ୟ, ଜାଣନ୍ତୁ ଲୋକେ ୨ହଜାର ଟଙ୍କା ନୋଟ୍ର କରୁଛନ୍ତି କ’ଣ?
4/06/2023 at 8:26 PM

ମୁମ୍ବାଇ ୪।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମେ ୧୯ ତାରିଖ ଦିନ ୨ହଜାର ଟଙ୍କା ନୋଟ୍ ବଜାରରୁ ଫେରାଇ ନେବାକୁ ଘୋଷଣା କରିଥିଲେ। ଏହା ପରେ ମେ ୨୩ ତାରିଖରୁ ବ୍ୟାଙ୍କ ମାନଙ୍କରେ ନୋଟ ବଦଳା ଯାଉଛି। ଏଥିରେ ଦେଶର ସର୍ବ ବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ୨ ହଜାର ଟଙ୍କା ନୋଟ ଜମା କରିବା ବା ବଦଳାଇବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବ୍ୟାଙ୍କ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୪ ହଜାର କୋଟି ଟଙ୍କାର ୨ ହଜାର ଟଙ୍କା ନୋଟ ଜମା ହୋଇ ସାରିଲାଣି।

ଏସବିଆଇ ଚେୟାରମ୍ୟାନ ଦିନେଶ ଖରା ଏକ ଇଭେଣ୍ଟ କାଳରେ ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ ୨ ହଜାର ଟଙ୍କା ନୋଟର ଏବେବି ଲିଗାଲ ଟେଣ୍ଡର ରହିଛି। ଟଙ୍କା ବଦଳାଇବା ପାଇଁ ଆରବିଆଇ ଦୀର୍ଘ ସମୟ ଦେଇଛନ୍ତି। ଲୋକେ ଏହାକୁ କିଣାକିଣିରେ ମଧ୍ୟ ବ୍ୟବହାର କରିପାରିବେ। ହେଲେ ଲୋକେ ଏହା ନକରି ବ୍ୟାଙ୍କରେ ବଦଳାଇବାରେ ଲାଗିଛନ୍ତି। ବ୍ୟାଙ୍କ ପ୍ରାରମ୍ଭିକ ସପ୍ତାହର ତଥ୍ୟ ଜାରି କରିଛନ୍ତି। ଯେଉଁଥିରେ ବ୍ୟାଙ୍କ ବ୍ରାଞ୍ଚମାନଙ୍କରେ ୩ ହଜାର କୋଟି ମୂଲ୍ୟର ୨ ହଜାର ଟଙ୍କା ନୋଟ ବଦଳାଯାଇଥିବା ସୂଚନା ଦେଇଛନ୍ତି।

ତେବେ ଅନ୍ୟବ୍ୟାଙ୍କମାନଙ୍କରେ ଜମା ହୋଇଥିବା ଓ ବଦଳଯାଇଥିବା ନୋଟ ସମ୍ପର୍କରେ ସୂଚନା ମିଳି ନାହିଁ। ହେଲେ ଦେଶର ସର୍ବ ବୃହତ୍ତ ବ୍ୟାଙ୍କର ସୂଚନାରୁ ଯାହା ଜଣାପଡୁଛି ଲୋକେ ଟଙ୍କା ଜମା କରିବାକୁ ବେଶି ଆଗ୍ରହୀ। ଜମା କରିବାର କୌଣସି ସୀମା ନଥିବାରୁ ଲୋକେ ନିଜ ଇଛା ଅନୁସାରେ ନୋଟ ବଦଳାଇବାରେ ଲାଗିଛନ୍ତି। ଆରବିଆଇ ୨ ହଜାର ଟଙ୍କା ନୋଟ୍ କୁ କ୍ଲିନ୍ ନୋଟ୍ ପଲିସିରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୀତି ଅନୁସାରେ ଆରବିଆଇ ବଜାରରୁ ଧିରେ ଧିରେ ୨ ହଜାର ଟଙ୍କା ନୋଟ ବାହାର କରିନେବେ। ୨୦୧୬ ମସିହାରେ ନୋଟ ବନ୍ଦ କାଳରେ ଆରବିଆଇ ୨ ହଜାର ଟଙ୍କା ନୋଟ୍ ଜାରି କରିଥିଲେ।
ବାର୍ଟର ଟ୍ରେଡ ଲାଗି ବାଧ୍ୟ ହେଲା ପାକିସ୍ତାନ, ଏହି ସବୁ ଦେଶଙ୍କ ସହ ଏବେ କରିବ ବସ୍ତୁ ଅଦଳବଦଳ