scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଣ ଏହି ଜେନେରିକ୍‌ ଔଷଧ ? ଯାହାକୁ ନେଇ ଡାକ୍ତରଙ୍କ ଉପରେ କଠୋର ହେଲେ କେନ୍ଦ୍ର ସରକାର

17/05/2023 at 6:45 PM

ନୂଆଦିଲ୍ଲୀ ୧୭/୦୫: ଦେଶରେ ଜେନେରିକ୍‌ ଔଷଧ ବ୍ୟବହାର ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସରକାର ଆଦେଶ ଜାରି କରି ସମସ୍ତ ଡାକ୍ତରମାନଙ୍କୁ ରୋଗୀଙ୍କ ପାଇଁ ଜେନେରିକ୍‌ ଔଷଧ ଲେଖିବାକୁ କହିଛନ୍ତି। ଯଦି ଡାକ୍ତର ପ୍ରେସକ୍ରିପସନ୍‌ରେ ଜେନେରିକ୍‌ ଔଷଧ ନଲେଖିବେ ତାହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ୱାସ୍ଥ୍ୟସେବା ବିଭାଗର ଜେନେରାଲ୍‌ ଡାଇରେକ୍ଟର ଆଦେଶ ଜାରି ସତର୍କ କରିଛନ୍ତି କି ଯେଉଁ ଡାକ୍ତରମାନେ ଜେନେରିକ୍‌ ଔଷଧ ଲେଖିବେନାହିଁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। କେନ୍ଦ୍ର ସରକାର ସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ରରେ ଚିକିତ୍ସକମାନଙ୍କୁ ଜେନେରିକ୍‌ ଔଷଧ ଲେଖିବା ପାଇଁ ନିର୍ଦ୍ଧାରିତ ନିୟମକୁ ଅନୁସରଣ କରିବା ପାଇଁ କହିଛନ୍ତି। ତାହେଲେ ଆସନ୍ତୁ ଜାଣିବା ଏହି ଜେନେରିକ୍‌ ଔଷଧ କାହାକୁ କୁହାଯାଏ?

⭐ ଏହା ଏପରି ଔଷଧ ଯାହାକି ଅନ୍ୟ ବ୍ରାଣ୍ଡେଡ୍‌ ଔଷଧ ଭଳି ପ୍ରଭାବି ହୋଇଥାଏ ଏବଂ ଏକ ସମାନ ଚିକିତ୍ସା ପ୍ରଭାବ ସୃଷ୍ଟି କରିଥାଏ।

⭐ ଅନ୍ଯ ବ୍ରାଣ୍ଡେଡ୍‌ କମ୍ପାନୀର ଔଷଧ ତୁଳନାରେ ଜେନେରିକ୍‌ ଔଷଧର ମାତ୍ରା, ଗୁଣବତ୍ତା, ଏହାର କାମ କରିବାର ତରିକା, ଏହାକୁ ଖାଇବାର ତରିକା ସାଧାରଣ ହୋଇଥାଏ।  

⭐ ଜେନେରିକ୍‌ ଔଷଧ ଅନ୍ୟ ବ୍ରାଣ୍ଡେଡ୍‌ ଔଷଧ ତୁଳନାରେ ରୋଗ ସହିତ ଲଢ଼େଇ କରିବାରେ ସମାନ ପ୍ରଭାବଶାଳୀ ହୋଇଥାଏ।

⭐ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ରାଣ୍ଡେଡ୍‌ ଔଷଧ ତୁଳନାରେ ଜେନେରିକ୍‌ ଔଷଧର ଦାମ୍‌ ବହୁତ କମ୍‌ ।

⭐ବ୍ରାଣ୍ଡେଡ୍‌ ଔଷଧର ପେଟେଣ୍ଟ ସରିବା ପରେ ହିଁ ଜେନେରିକ୍‌ ଔଷଧ ବଜାରକୁ ଅଣାଯାଏ।

ଏବେ ସରକାର ଜେନେରିକ୍‌ ଔଷଧ ବ୍ୟବହାର ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଆଦେଶ ଅନୁସାରେ ପଲି କ୍ଲିନିକର ଡାକ୍ତରମାନଙ୍କୁ ବାରମ୍ୱାର ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ କେବଳ ଜେନେରିକ୍‌ ଔଷଧ ଲେଖନ୍ତୁ। ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଡାକ୍ତର ଅତୁଲ ଗୋୟେଲ୍‌ କହିଛନ୍ତି ଯେ, ‘’ଏହା ସତ୍ତ୍ୱେବି ଯଦି ଡାକ୍ତରମାନେ ଯଦି ବ୍ରାଣ୍ଡେଡ୍‌ ମେଡ଼ିସିନ୍‌ ଲେଖିବା ଜାରି ରଖିବେ ତାହେଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ’’। ଏହା ମଧ୍ୟ ସମସ୍ତ ଡାକ୍ତରଖାନାର ମୁଖ୍ୟମାନଙ୍କୁ କୁହାଯାଇଛି ଯେ, ସେମାନେ ଏହି ନିୟମକୁ ସଠିକ୍‌ ଭାବେ ପାଳନ କରୁଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ।   

   Related Posts