ସୁରକ୍ଷା ଓ ପ୍ରତିରକ୍ଷା ପାଇଁ ଜାଗତିଅ।ର କ୍ୟାମେରାର ଅ।ଖି; ଜାଣନ୍ତୁ, ସର୍ଜିକାଲ ଷ୍ଟ୍ରାଇକରେ କ’ଣ ଥିଲା କ୍ୟାମେରାର ଭୂମିକା
28/09/2018 at 11:43 AM

ଘଟଣା ଘଟିବାର ଦୁଇ ବର୍ଷ ହେଲାଣି, କିନ୍ତୁ ଏବେ ବି ସେଇ ଘଟଣା ଚର୍ଚାରେ । ଘଟଣା ଡାହାମିଛ ବୋଲି କହିଥିଲା ଅ।ମ ପଡ଼ୋଶୀ। ଦେଶ ଭିତରୁ ବି କିଛି କମ୍ ବିରେଧ ହେଇନଥିଲା । ରାଜନୀତି ଗରମିଥିଲା ଏହାକୁ ନେଇ । ଅ।ପଣ ଅନୁମାନ କରିପାରୁଥିବେ, ଅ।ମେ କେଉଁ ଘଟଣାର ଅବତାରଣା କରିବାକୁ ଚାହୁଁଛୁ । ହଁ ଅ।ଜ୍ଞା, ସର୍ଜିକାଲ ଷ୍ଟ୍ରାଇକ୍…ସମୟ ୨୦୧୬ ସେପ୍ଟେମ୍ବର ୨୯ ତାରିଖ । ସେଇ ସର୍ଜିକାଲ ଷ୍ଟ୍ରାଇକର ଅ।ଉ କିଛି ଏକ୍ସକ୍ଲୁସିଭ୍ ଫୁଟେଜ୍ ଏବେ ସାମ୍ନାକୁ ଅ।ସିଛି । ୨୦୧୮ ଜୁନ୍ ମାସରେ ସର୍ଜିକାଲ ଷ୍ଟ୍ରାଇକର କିଛି ଅସଲ ଦୃଶ୍ୟ ବା ରିଅଲ ଫୁଟେଜ୍ ଭାରତ ସରକାର ସାର୍ବଜନୀନ କରିଥିଲେ । ଏବେ ପୁଣି କିଛି ଦୃଶ୍ୟ ସାର୍ବଜନୀନ ହୋଇଛି । ଘଟଣାର ଦୁଇ ବର୍ଷ ପୂର୍ତି ଅବସରରେ ଏହି ଦୃଶ୍ୟ ପୁଣି ଭାରତୀୟ ସେନାର ବୀରତ୍ବର ଜୟଗାନ କରିଛି, ପାକିସ୍ତାନୀ ଷଡ଼ଯଂତ୍ରର ପର୍ଦାଫାଶ କରିଛି ।
ପାକ୍ ଅ।ତଂକବାଦୀମାନେ ଉରୀ ସେନାଶିବିର ଉପରେ ଅ।କ୍ରମଣ କରି ଅ।ମର ଜବାନମାନଙ୍କୁ ହତ୍ୟା କରିବା ପରେ ଅ।ରଂଭ ହୋଇଥିଲା ଏ ଅପରେସନ । ୨୦୧୬ ସେପ୍ଟେମ୍ବର ୨୮-୨୯ ତାରିଖ ରାତି ୧୨ଟା ୩୦ରୁ ୪ଟା ପର୍ଯ୍ୟନ୍ତ ଚାଲିଥିଲା ସେନାର ଅପରେସନ । ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀରରେ ସେମାନଂକର କାରନାମା ଦେଖାଇଥିଲେ । ୭୦ରୁ ୮୦ ଜଣ କମାଣ୍ଡୋ ୪ଟି ଟିମରେ ବିଭକ୍ତ ହୋଇ ଏଇ ଅପରେସନକୁ କାର୍ଯ୍ୟକାରୀ କରିଥିଲେ । ଏଥିରେ ୩୦ରୁ ୪୦ ଜଣ ଅ।ତଂକବାଦୀ ଓ ପାକ୍ ସୈନ୍ୟ ନିହତ ହୋଇଥିଲେ । ପ୍ରାୟ ୫ଟି ଅ।ତଂକବାଦୀ କ୍ୟାମ୍ପ ଓ ଲଂଚପ୍ୟାଡକୁ ପାରା କମାଣ୍ଡୋମାନେ ଧ୍ବଂସ କରିଦେଇଥିଲେ । କୌତୁହଳର ବିଷୟ, କୁକୁରମାନଂକୁ ଦୂରେଇ ରଖିବା ପାଇଁ ଏହି ଅଭିଯାନରେ ଚିତାବାଘର ପରିସ୍ରା ବ୍ୟବହାର କରାଯାଇଥିଲା । ଏହି ତଥ୍ୟ ଏବେ ସାମ୍ନାକୁ ଅ।ସିଛି । ପାକ୍ ଅଧିକୃତ କାଶ୍ମୀର(ପିଓକେ)ର ଉଗ୍ରବାଦୀ ଶିବିରଗୁଡ଼ିକରେ ହୋଇଥିବା ଏହି ସର୍ଜିକାଲ ଷ୍ଟ୍ରାଇକ୍ ଅତ୍ୟନ୍ତ ଚାଲାଖି ତଥା ଗୋପନୀୟତାର ସହ କରାଯାଇଥିଲା । ପାକିସ୍ତାନୀ ରାଡାର ବି ଏହା ଧରିପାରିବାକୁ ଅସମର୍ଥ ହୋଇଥିଲା ।

March 21-24, 2011, at Fort Bragg, N.C. The paratroopers are participating in a weeklong advanced rifle marksmanship course. (U.S. Army photo by Sgt. Michael J. MacLeod)
ଶାନ୍ତି ପାଇଁ ଯୁଦ୍ଧ, ସୁରକ୍ଷା ଓ ପ୍ରତିରକ୍ଷା ପାଇଁ ଯୁଦ୍ଧ । ଯୁଗ ଯୁଗରୁ ଯୁଦ୍ଧ କରିଛି ଏ ମଣିଷ, ତାହା ରାମାୟଣର ଯୁଦ୍ଧ ହେଉ କି ମହାଭାରତ ଯୁଦ୍ଧ କି ଭାରତ-ପାକିସ୍ତାନ ଯୁଦ୍ଧ । ଇତିହାସ ଏ ସବୁର ମୁକସାକ୍ଷୀ । ଯୁଦ୍ଧରେ ଅନେକ ଧନ, ଜୀବନ ଯାଏ । ତେବେ ଖଳଶକ୍ତିଗୁଡ଼ିକର ପରାଭବ ପାଇଁ ଅ।ବଶ୍ୟକ ହେଲେ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବାକୁ ପଡ଼େ । ପାକ୍ ଅ।ତଂକବାଦୀମାନେ ଉରୀ ସେନାଶିବିର ଉପରେ ଅ।କ୍ରମଣ କରି ଅ।ମର ଜବାନମାନଙ୍କୁ ହତ୍ୟା କରିବା ପରେ ଅ।ମ ଦେଶ ପକ୍ଷରୁ କୁଟନୈତିକ ପଦକ୍ଷେପ ନିଅ।ଯାଇଥିଲା, ଯାହାଫଳରେ ବିଶ୍ବ ଦରବାରରେ ପାକିସ୍ତାନ ଏକଘରିକିଅ। ହେଇଯାଇଥିଲା ।ଏହାପରେ ପାକ୍ ଅଧିକୃତ କାଶ୍ମୀରର ଉଗ୍ରବାଦୀ ଶିବିରଗୁଡ଼ିକରେ ହୋଇଥିବା ସର୍ଜିକାଲ ଅ।ଟାକ୍ ବି ଅତ୍ୟନ୍ତ ଚାଲାଖିର ସହ କରାଯାଇଥିଲା, ଅଳ୍ପ କିଛି ଜଣ ଏ ମିଶନକୁ ଅ।ଗେଇନେଇଥିଲେ, ଯାହାଫଳରେ ଏ ଖବର ବାହାରକୁ ଲିକ୍ ହେଇନଥିଲା ।
ଏଭଳି ସର୍ଜିକାଲ ଷ୍ଟ୍ରାଇକରେ ଗୋଟେ ବଡ଼ ମାଧ୍ୟମ ସାଜିଥିଲା କ୍ୟାମେରା…ଯୋଉ କ୍ୟାମେରା ସବୁ ଦେଖୁଥିଲା । ୨୦୧୬ ଜୁନ୍ ମାସରେ ଲଂଚ୍ ହେଇଥିବା କାଟ୍ରୋସାଟ୍ ଟୁ ସି ସାଟେଲାଇଟ୍ ତରଫରୁ ମିଳିଥିଲା ପିଓକେରେ ଥିବା ଅ।ତଂକବାଦୀଙ୍କ ଅ।ଡ୍ଡାର ଫଟୋ, ଯାହାକି ଏଭଳି ବଡ଼ ଧରଣର ଅପରେସନକୁ ରୂପ ଦେବାରେ ସହାୟକ ହୋଇଥିଲା ।
ଅ।ପଣ ଜାଣିଥିବେ, ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ ମହାକାଶକୁ ପ୍ରେରିତ ଏଇ ସାଟେଲାଇଟରେ ପାନ୍-କ୍ରୋମାଟିକ୍ କ୍ୟାମେରା ବ୍ୟବହାର କରାଯାଏ, ଯାହା ୦.୬ ମିଟର ରିଜୋଲ୍ୟୁସନର କଳା-ଧଳା ଛବି ଉତ୍ତୋଳନ କରିଥାଏ । ଗୋଟେ ମିନିଟର ଭିଡିଓ ମଧ୍ୟ ଏହା ଉତ୍ତୋଳିତ କରିପାରେ । ପାଠକବଂଧୁ, ଭାରତୀୟ ସେନା ପକ୍ଷରୁ ପିଓକେରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ କାର୍ଟୋସାଟ୍ ଇମେଜ୍ ବ୍ୟବହାର କରାଯାଇଥିଲା, ଯାହାକି ଅ।ମ ପ୍ରତିରକ୍ଷା କ୍ଷେତ୍ର ତଥା ମହାକାଶ ବିଜ୍ଞାନ ପାଇଁ ବଡ଼ ଉପଲବ୍ଧି । ପ୍ରତିରକ୍ଷା କ୍ଷେତ୍ରରେ ସଂପ୍ରତି କ୍ୟାମେରାର ବହୁଳ ଉପଯୋଗ ହେଉଚି । ଥର୍ମାଲ ଇନଫ୍ରାରେଡ୍ କ୍ୟାମେରା, ଡ୍ରୋନ କ୍ୟାମେରା, ମିଲିଟାରୀ ସିକୁରିଟି କ୍ୟାମେରା ଅ।ଦି ବିଭିନ୍ନ ଧରଣର କ୍ୟାମେରା ଦ୍ବାରା ଶତ୍ରୁପକ୍ଷ ଉପରେ ଚଉକସ ନଜର ରଖାଯାଉଛି ।
ପାକିସ୍ତାନ ଅ।ମ ଦେଶର ଏକ ନମ୍ବର ଶତ୍ରୁ । ଅଲଗା ହେବାଦିନଠୁ ସେ ଅ।ମ ପଛରେ ଲାଗିଛି । ଅ।ତଂକବାଦୀମାନଙ୍କୁ ଅ।ମ ଦେଶକୁ ପଠାଇବାରେ ପ୍ରତ୍ୟକ୍ଷ ଭୂମିକା ରହିଛି ପାକିସ୍ତାନର । ଯେତେ ଗାଲୁ ଫେଲିଲେ କ’ଣ ହେବ, କ୍ୟାମେରା ଏସବୁ କାରନାମାର ମୁକସାକ୍ଷୀ ହୋଇଛି । ପାକିସ୍ତାନ ଅ।ର୍ମି ଅ।ତଂକବାଦୀମାନଙ୍କୁ ଅ।ମ ଦେଶର ସୀମାକୁ ଛାଡ଼ୁଥିବାର ଦୃଶ୍ୟ ରେକର୍ଡ ହେଇଚି ଥର୍ମାଲ ଇନଫ୍ରାରେଡ୍ କ୍ୟାମେରାରେ । ଗ୍ରେନେଡ଼, ରକେଟ୍ ଲଂଚର ମାଧ୍ୟମରେ ସେମାନେ ଅ।ମକୁ ଅ।କ୍ରମଣ କରୁଛନ୍ତି । ତେବେ ଭାରତୀୟ ସେନା ପକ୍ଷରୁ ଏହାର ମୁହଁତୋଡ଼ ଜବାବ ଦିଅ।ଯାଉଛି, ଯାହାଫଳରେ ଅ।ତଂକବାଦୀମାନେ ପଛଘୁଂଚା ଦଉଛନ୍ତି । କ୍ରିଷ୍ଣାଘାଟି ଅଂଚଳରେ ଅ।ତଂକବାଦୀ ଅନୁପ୍ରବେଶ ପାକିସ୍ତାନର ହୀନ ଉଦ୍ୟମକୁ ସାମ୍ନାକୁ ଅ।ଣିଥିଲା । ଲାଇନ୍ ଅଫ୍ କଂଟ୍ରୋଲରେ ବାରମ୍ବାର ଏଭଳି ଘଟଣା ଘଟୁଛି ଏବଂ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି । ପାଠକବଂଧୁ, ଭାରତ ଗୋଟେ ଗଣତାଂତ୍ରିକ ତଥା ଶାନ୍ତିପ୍ରିୟ ଦେଶ ଭାବେ ପରିଚିତ ହେଉଥିବାବେଳେ ପାକିସ୍ତାନ ଅ।ତଂକବାଦୀଙ୍କ ଦେଶ ଭାବେ କୁଖ୍ୟାତି ଅର୍ଜନ କରିଛି, ବିଶ୍ବସ୍ତରରେ ଏହାର ଛବି ଦିନକୁ ଦିନ ଖରାପ ହେବାରେ ଲାଗିଛି ।
ସମରେନ୍ଦ୍ର ବଳିଅ।ରସିଂହ