ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହ କଥା କୁହାଯାଇଛି | ଏହି ୯ଟି ଗ୍ରହ କୋଷ୍ଠୀର ୧୨ଟି ଭାବରେ ଅବସ୍ଥାନ କରି ଫଳ ପ୍ରଦାନ କରିଥାନ୍ତି | ଏହାର ଆଧାରରେ କୋଷ୍ଠୀର ଭଲମନ୍ଦ ବିଚାର କରାଯାଏ | ଏଥିରେ ରହିଥିବା ଅସୁବିଧାର ପ୍ରତିକାର ବିଧାନ ମଧ୍ୟ କରାଯାଇଥାଏ | ଗ୍ରହ ମାନଙ୍କ ଅବସ୍ଥିତି ଅନୁସାରେ ଜାତକ ବା କୋଷ୍ଠୀର ଦୋଷ ନିର୍ଣ୍ଣୟ କରାଯାଇଥାଏ | ବିଭିନ୍ନ ଦୋଷ ମଧ୍ୟରୁ କାଳସର୍ପ ଦୋଷ ଅତ୍ୟନ୍ତ ବିପଜ୍ଜନକ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି | ଯଦି କୌଣସି ବ୍ୟକ୍ତିଙ୍କର ୯ଟି ଗ୍ରହ ମଧ୍ୟରୁ ୭ଟି ଗ୍ରହ ରାହୁ କେତୁ ମଧ୍ୟରେ ରହନ୍ତି ତାହେଲେ ତାକୁ କାଳସର୍ପ ଦୋଷ ବୋଲି କୁହାଯାଏ | ଯେଉଁମାନେ କୋଷ୍ଠୀ ସମ୍ପର୍କରେ ଜାଣନ୍ତି ନାହିଁ ସେମାନେ କାଳସର୍ପ ଦୋଷରେ ପଡିଛନ୍ତି ବୋଲି ଜାଣିବା ପାଇଁ କେତେକେ ଲକ୍ଷଣ ଉପରେ ନିର୍ଭର କରିପାରନ୍ତି | କାଳସର୍ପ ଦୋଷ ଥିଲେ ବ୍ୟକ୍ତିଙ୍କ ଜୀବନରେ କୌଣସି କ୍ଷେତ୍ରରେ ସଫଳତା ମିଳେନାହିଁ |
କେମିତି ଜାଣିବେ କାଳସର୍ପ ଦୋଷ ବୋଲି.......
-ଯେଉଁ ବ୍ୟକ୍ତିଙ୍କୁ କାଳସର୍ପ ଦୋଷ ଲାଗିଥାଏ ତାଙ୍କୁ ବାରମ୍ବାର ଖରାପ ସ୍ବପ୍ନ ଆସିଥାଏ
-ସବୁବେଳେ ମନ ଭିତରେ ଗୋଟେ ଡର ଲାଗିରହିଥାଏ
-ରାତିରେ ଶୋଇଥିବା ସମୟରେ ସପ୍ନରେ ସବୁବେଳେ ସାପ ଦେଖାଦେଇଥାଏ
-ସତ ଚେଷ୍ଟା ସତ୍ୱେ ଶେଷ ମୁହୂର୍ତ୍ତରେ ସବୁ କାମ ବିଗିଡିଯାଏ
-ଘରେ ଏବଂ କର୍ମକ୍ଷେତ୍ରରେ ସବୁବେଳେ ବିବାଦ ଲାଗିରହିଥାଏ
କାଳସର୍ପ ଦୋଷରୁ କେମିତି ମୁକ୍ତି ପାଇବେ.....
-କାଳସର୍ପ ଦୋଷ ଥିଲେ ନିୟମିତ ଭଗବାନ ଶିବଙ୍କ ପୂଜା କରନ୍ତୁ
-କୌଣସି ଏକ ପବିତ୍ର ନଦୀରେ ରୂପା କିମ୍ବା ତମ୍ବାର ନାଗ ନାଗୁଣୀ ପ୍ରବାହିତ ଜଳରେ ଭସାନ୍ତୁ
- ପ୍ରତ୍ୟେକ ଶନିବାର ଅଶ୍ୱସ୍ଥ ଗଛରେ ପାଣି ଦିଅନ୍ତୁ ଓ ୭ ଥର ଏହାକୁ ପରିକ୍ରମା କରନ୍ତୁ
-ମଧ୍ୟ ପ୍ରଦେଶର ଉଜେୈନରେ ମହାକାଳଙ୍କ ନିକଟରେ କିମ୍ବା ମହାରାଷ୍ଟ୍ରର ନାସିକରେ କାଳସର୍ପ ଦୋଷର ପ୍ରତିକାର ପାଇଁ ପୂଜା କରନ୍ତୁ
କେମିତି ଜାଣିବେ କେଉଁ କାଳସର୍ପ ଦୋଷ ଲାଗିଛି...
୧.ଅନନ୍ତ କାଳସର୍ପ ଯୋଗ- ଯଦି ଲଗ୍ନରେ ରାହୁ ଏବଂ ସପ୍ତମ ସ୍ଥାନରେ କେତୁ ଥିବ ଏବଂ ବାକି ସମସ୍ତ ଗ୍ରହ ମଝିରେ ଥିବେ ତାହେଲେ ଅନନ୍ତ କାଳସର୍ପ ଦୋଷ ଲାଗିଛି ବୋଲି ଜାଣିବେ
୨.କୁଳିକ କାଳସର୍ପ ଦୋଷ- ଯଦି କୋଷ୍ଠୀର ଦ୍ୱିତୀୟ ସ୍ଥାନରେ ରାହୁ ଓ ଅଷ୍ଟମ ସ୍ଥାନରେ କେତୁ ଏବଂ ବାକି ସମସ୍ତ ଗ୍ରହ ଏମାନଙ୍କ ମଝିରେ ଥାଆନ୍ତି ତାହେଲେ କୁଳିକ ସର୍ପଦୋଷ ଲାଗିଛି ବୋଲି ଜାଣିବେ
୩.ବାସୁକୀ କାଳସର୍ପ ଦୋଷ- ଯଦି ରାହୁ ତୃତୀୟ ସ୍ଥାନରେ, କେତୁ ନବମ ସ୍ଥାନରେ ଏବଂ ଅନ୍ୟ ସମସ୍ତ ଗ୍ରହ ଏମାନଙ୍କ ମଝିରେ ରହନ୍ତି ତେବେ ବାସୁକୀ କାଳସର୍ପ ଦୋଷ ବୋଲି ଜାଣିବେ
୪.ସଂଖପାଳ କାଳସର୍ପ ଦୋଷ- ଯଦି ରାହୁ ଚତୁର୍ଥ ସ୍ଥାନରେ , କେତୁ ଦଶମ ସ୍ଥାନରେ ଓ ଅନ୍ୟାନ୍ୟ ଗ୍ରହ ଏମାନଙ୍କ ମଝିରେ ଅବସ୍ଥାନ କରିଥାନ୍ତି ତେବେ ସଂଖପାଳ କାଳସର୍ପ ଦୋଷ ଲାଗିଛି ବୋଲି ଜାଣିବେ
୫.ପଦ୍ମ କାଳସର୍ପ ଦୋଷ-ଯଦି ରାହୁ ପଞ୍ଚମ ସ୍ଥାନରେ, କେତୁ ଏକାଦଶ ସ୍ଥାନରେ ଓ ଅନ୍ୟାନ୍ୟ ଗ୍ରହ ଏମାନଙ୍କ ମଝିରେ ଅବସ୍ଥାନ କରିଥାନ୍ତି ତେବେ ପଦ୍ମ କାଳସର୍ପ ଦୋଷ ବୋଲି ଜାଣିବେ
୬.ମହାପଦ୍ମ କାଳସର୍ପ ଦୋଷ- ଯଦି ରାହୁ ଷଷ୍ଠ ସ୍ଥାନରେ, କେତୁ ଦ୍ୱାଦଶ ସ୍ଥାନରେ ଓ ଅନ୍ୟାନ୍ୟ ଗ୍ରହ ଏମାନଙ୍କ ମଝିରେ ଅବସ୍ଥାନ କରିଥାନ୍ତି ତେବେ ମହାପଦ୍ମ କାଳସର୍ପ ଦୋଷ ବୋଲି ଜାଣିବେ
୭.ତକ୍ଷକ କାଳସର୍ପ ଦୋଷ- ଯଦି ରାହୁ ସପ୍ତମ ସ୍ଥାନରେ, କେତୁ ପ୍ରଥମ ସ୍ଥାନରେ ଓ ଅନ୍ୟାନ୍ୟ ଗ୍ରହ ଏମାନଙ୍କ ମଝିରେ ଅବସ୍ଥାନ କରିଥାନ୍ତି ତେବେ ତକ୍ଷକ କାଳସର୍ପ ଦୋଷ
୮.କର୍କୁଟକ କାଳସର୍ପ ଦୋଷ-ଯଦି ରାହୁ ଅଷ୍ଟମ ସ୍ଥାନରେ, କେତୁ ଦ୍ଵିତୀୟ ସ୍ଥାନରେ ଓ ଅନ୍ୟାନ୍ୟ ଗ୍ରହ ଏମାନଙ୍କ ମଝିରେ ଅବସ୍ଥାନ କରିଥାନ୍ତି ତେବେ କର୍କଟକା କାଳସର୍ପ ଦୋଷ
୯.ଶଙ୍ଖନାଦ କାଳସର୍ପ ଦୋଷ-ଯଦି ରାହୁ ନବମ ସ୍ଥାନରେ, କେତୁ ତୃତୀୟ ସ୍ଥାନରେ ଓ ଅନ୍ୟାନ୍ୟ ଗ୍ରହ ଏମାନଙ୍କ ମଝିରେ ଅବସ୍ଥାନ କରିଥାନ୍ତି ତେବେ ଶଙ୍ଖନାଦ କାଳସର୍ପ ଦୋଷ
୧୦.ପଥକ କାଳସର୍ପ ଦୋଷ-ଯଦି ରାହୁ ଦଶମ ସ୍ଥାନରେ, କେତୁ ଚତୁର୍ଥ ସ୍ଥାନରେ ଓ ଅନ୍ୟାନ୍ୟ ଗ୍ରହ ଏମାନଙ୍କ ମଝିରେ ଅବସ୍ଥାନ କରିଥାନ୍ତି ତେବେ ପଥକ କାଳସର୍ପ ଦୋଷ
୧୧.ବିଶାକ୍ତ କାଳସର୍ପ ଦୋଷ-ଯଦି ରାହୁ ଏକାଦଶ ସ୍ଥାନରେ, କେତୁ ପଞ୍ଚମ ସ୍ଥାନରେ ଓ ଅନ୍ୟାନ୍ୟ ଗ୍ରହ ଏମାନଙ୍କ ମଝିରେ ଅବସ୍ଥାନ କରିଥାନ୍ତି ତେବେ ବିଶାକ୍ତାର କାଳସର୍ପ ଦୋଷ
୧୨.ଶେଷନାଗ କାଳସର୍ପ ଦୋଷ-ଯଦି ରାହୁ ଦ୍ୱାଦଶ ସ୍ଥାନରେ, କେତୁ ଷଷ୍ଠ ସ୍ଥାନରେ ଓ ଅନ୍ୟାନ୍ୟ ଗ୍ରହ ଏମାନଙ୍କ ମଝିରେ ଅବସ୍ଥାନ କରିଥାନ୍ତି ତେବେ ବିଶାକ୍ତାର କାଳସର୍ପ ଦୋଷ