ଜାଣନ୍ତୁ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ ହର୍ଷିତା କେଜ୍ରିୱାଲ କରୁଛନ୍ତି କ’ଣ

Published By : Prameya-News7 Bureau | October 19, 2019 IST

ନୂଆଦିଲ୍ଲୀ : ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଲାଗି ପ୍ରଚାରକରିବେ ତାଙ୍କ ଝିଅ। ଏ ନେଇ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଘୋଷଣା ବି କରିଛନ୍ତି। ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରୀ କରୁଥିବା ତାଙ୍କ ଝିଅ ହର୍ଷିତା ଏଥିଲାଗି ୫ ମାସ ଛୁଟି ନେବେ ବୋଲି କେଜ୍ରିୱାଲ କହିଥିଲେ। ତେବେ ଆସନ୍ତୁ ଜାଣିବା ଏହି ହର୍ଷିତା କେଜ୍ରିୱାଲ କିଏ?

{"id":171915}

ଅରବିନ୍ଦ କେଜ୍ରିୱାଲଙ୍କ ଝିଅ  ହେଉଛନ୍ତି ହର୍ଷିତା । ପିଲାଟି ଦିନରୁ ହର୍ଷିତା ପାଠପଢାରେ ବେଶ ଆଗୁଆ। ଦ୍ୱାଦଶ ପରୀକ୍ଷାରେ ୯୬ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ। ସେ ଇଞ୍ଜିନିୟରିଂ ପଢିବା ଲାଗି ଆଗ୍ରହୀ ଥିଲେ। ଏଣୁ ଆଇଆଇଟି ଜେଇଇ ଲାଗି ଖୁବ ପରିଶ୍ରମ ବି କରିଥିଲେ। ଏଣୁ ଦିଲ୍ଲୀ ଆଇଆଇଟିରେ ପଢିବାକୁ ତାଙ୍କୁ ପ୍ରବେଶିକା ପରୀକ୍ଷାରେ ରାଙ୍କ ବି ମିଳିଯାଇଥିଲା। କେମିକାଲ ଇଞ୍ଜିନିୟରିଂରେ ବି ଟେକ୍ ଉତୀର୍ଣ୍ଣ ହେବା ପରେ ଏବେ ହର୍ଷିତା ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଚାକିରୀ କରୁଛନ୍ତି।

{"id":171916}

କେବଳ ହର୍ଷିତା ନୁହନ୍ତି ତାଙ୍କ ସାନ ଭାଇ ପୁଲକିତ କେଜ୍ରିୱାଲ ମଧ୍ୟ ଭଉଣୀଙ୍କ ଭଳି ପାଠପଢାରେ ବେଶ ଆଗରେ। ସେ ମଧ୍ୟ ୯୬.୪ ପ୍ରତିଶତ ନମ୍ବର ରଖି ଦ୍ୱାଦଶ ଶ୍ରେଣୀ ଉତୀର୍ଣ୍ଣ ହୋଇଥିଲେ। ଭଉଣୀ ଭଳି ଆଇଆଇଟି ଜେଇଇ ଉତୀର୍ଣ୍ଣ ହୋଇ ଏବେ ଦିଲ୍ଲୀ ଆଇଆଇଟିରେ ପଢୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.