ଇଟାଲୀରେ କରୋନା ଯୋଗୁ ଜାଣନ୍ତୁ କେଉଁମାନଙ୍କର ହେଉଛି ମୃତ୍ୟୁ

Published By : Prameya-News7 Bureau | March 19, 2020 IST

ରୋମ: ଇଟାଲୀରେ କରୋନା ସଂକ୍ରମିତ ପ୍ରାୟ ୩ହଜାର ଲୋକେ ପ୍ରାଣ ହରାଇଲେଣି। ଦେଶରେ କରୋନା ମୃତ୍ୟୁ ନେଇ ନ୍ୟାସନାଲ ହେଲଥ୍ ଅଥରିଟି ଏକ ଅନୁଧ୍ୟାନ କରିଛନ୍ତି। ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଏଥିରେ କରୋନା ସଂକ୍ରମିତ ମୃତକଙ୍କ ମଧ୍ୟରୁ ୯୯ ପ୍ରତିଶତ ଲୋକେ ଏକାଧିକ ରୋଗରେ ଆକ୍ରାନ୍ତ ଥିବାର କୁହାଯାଇଛି। ତେବେ କେବଳ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଦେଶରେ ଖୁବ୍ ଶ୍ୱଳ୍ପ ବୋଲି ରିପୋର୍ଟରୁ ଜଣାପଡିଛି। 

{"id":241054,"sizeSlug":"large"}

ଇଟାଲୀରେ ଏପର୍ଯ୍ୟନ୍ତ ୩୬ ହଜାର ଲୋକେ କରୋନା ସଂକ୍ରମିତ ହେଲେଣି। ମୃତ୍ୟୁ ହାରରେ ଇଟାଲୀ ଏବେ ଅନ୍ୟ ଦେଶମାନଙ୍କୁ ବଳେଇଯାଇଛି। ଏଥିରେ ରୋମସ୍ଥିତ ଇନଷ୍ଟିଚ୍ୟୁଟ୍ ୧୮ ପ୍ରତିଶତ କରୋନା ମୃତକଙ୍କ ସ୍ୱାସ୍ଥ୍ୟ ରେକର୍ଡ ଯାଞ୍ଚ କରିଥିବା ବେଳେ ଏହି ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ କରୋନା ମୃତକଙ୍କ ମଧ୍ୟରୁ ମାତ୍ର ୦.୮ ପ୍ରତିଶତ କରୋନା ସଂକ୍ରମଣ ଯୋଗୁ  ପ୍ରାଣ ହରାଇଥିବା ଜଣାପଡିଛି। ବାକି ମୃତକଙ୍କ ମଧ୍ୟରୁ ଅଧାରୁ ଅଧିକ ଅନୁନ୍ୟ ୩ଟି ରୋଗରେ ଆକ୍ରାନ୍ତଥିଲେ। ସେହିପରି ଏକ ଚତୁର୍ଥାଂଶ ଏକ ଅଥବା ୨ଟି ରୋଗରେ ଆକ୍ରାନ୍ତ ଥିବା ଯୋଗୁ ପ୍ରାଣହରାଇଥିବା ଜଣାପଡିଛି।  

{"id":241055,"sizeSlug":"large"}

ରିପୋର୍ଟ ଅନୁସାରେ ୭୫ ପ୍ରତିଶତ ମୃତକ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଥିଲେ। ସେହିପରି ୩୫ ପ୍ରତିଶକ ଲୋକେ ଡାୟବେଟିଜ୍ ଓ ଏକତୃତୀୟାଂଶ ଲୋକେ ହୃଦ ଜନିତ ସମସ୍ୟାରେ ଅକ୍ରାନ୍ତ ଥିବାବେଳେ କରୋନାସଂକ୍ରମିତ ହେବାରୁ ପ୍ରାଣ ହରାଇଛନ୍ତି। ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏଠାରେ ଦିନକୁ ୪୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ହଜାର ପାଖାପାଖି ପହଞ୍ଚିଛି। ଏଥିରେ ଦେଶର ଲୋମ୍ବାର୍ଡିରେ ଗୋଟିଏ ଦିନରେ ୩୧୯ ଜଣଙ୍କ ମୃତ୍ୟୁ ଦେଶରେ ଆତଙ୍କ ଖେଳାଇ ଦେଇଛି।

{"id":241056,"width":580,"height":386,"sizeSlug":"large"}

ଚୀନ ପରେ ଇଟାଲୀ କରୋନାରେ ସର୍ବାଧିକ ସଂକ୍ରମିତ ଦେଶ । ବିଶ୍ୱରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୭୫୮ରେ ପହଞ୍ଚିଛି। ଏଥିରୁ ଚୀନର ମୃତ୍ୟୁ ସଂଖ୍ୟା ସର୍ବାଧିକ। ୟୁରୋପର ଇଟାଲୀ କରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି। ୟୁରୋପର ବୟସ୍କଙ୍କ ଏକ ବଡ ସଂଖ୍ୟା ଇଟାଲୀରେ ବସବାସ କରନ୍ତି। ଏଣୁ କରୋନା ସଂକ୍ରମଣ ବୟସ୍କ ଲୋକଙ୍କ ଲାଗି ଏଠାରେ ଘାତକ ସାବ୍ୟସ୍ତ ହୋଇଛି। ଏଠାରେ  ପରିସ୍ଥିତି ଏବେ ଏତେ ଭୟଙ୍କର ହୋଇପଡିଛି ଯେ ଲୋକେ ସେମାନଙ୍କ ପ୍ରିୟଜନଙ୍କ ଅନ୍ତ୍ୟେଷ୍ଟିରେ ବି ସାମିଲ ହୋଇ ପାରୁନାହାନ୍ତି। ସେହିପରି ଗୋଟିଏ ଗୋଟିଏ ଦିନରେ ଶହଶହ ଲୋକଙ୍କ ମୃତ୍ୟୁଯୋଗୁ ଅନ୍ତିମ ସଂସ୍କାରରେ ମଧ୍ୟ ବିଳମ୍ବ ହେଉଛି। କରୋନା କଟକଣା ଯୋଗୁ ଲୋକେ ଅନ୍ତିମ ସଂସ୍କାରରେ ଯୋଗ ମଧ୍ୟ ଦେଇପାରୁନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.