ସନ୍ତୋଷ ରାଉଳରୁ କେମିତି ହେଲା ସାରଥୀ, ସିମେଣ୍ଟ ଗାଈରୁ କେମିତି ଝରିଲା କ୍ଷୀର… କହିଲେ ଆଇପିଏସ୍ ଅରୁଣ ବୋଥ୍ରା

Published By : Prameya-News7 Bureau | December 02, 2019 IST

ଭୁବନେଶ୍ବର ୨: ଆଇପିଏସଙ୍କ ମୁହଁରୁ ସାରଥୀଙ୍କ କାହାଣୀ । ସାରଥୀଙ୍କୁ ଗିରଫ କରିଥିବା ଆଇପିଏସ ଅରୁଣ ବୋଥ୍ରା ସାମ୍ନାକୁ ଆଣିଛନ୍ତି କିଛି ରୋଚକ କଥା । ଭଣ୍ଡ ସାରଥୀ କିଭଳି ଭଗବାନ ପାଲଟିଗଲେ ? କିଏ ତାଙ୍କୁ ଅବତାର ପୁରୁଷ ବନାଇ ଦେଲା ? କିଭଳି ସିମେଣ୍ଟ ଗାଈରୁ କ୍ଷୀର ବାହାରୁଥିଲା ?

ଖୋଦ୍ ସାରଥୀର ବୟାନ ଆଧାରରେ ନିଜର ଟ୍ବିଟର ହ୍ୟାଣ୍ଡେଲରେ ଅରୁଣ ଏ ସବୁର ଖୁଲାସା କରିଛନ୍ତି । ଅରୁଣ କହିଛନ୍ତି, ସାରଥୀ ଜାଣିଥିଲେ ସେ ଭଗବାନ ନୁହଁନ୍ତି । ଲୋକେ ତାଙ୍କୁ ଭଗବାନ ବୋଲି ଘୋଷଣା କରି ଅବତାର ପୁରୁଷ କରିଦେଲେ । ଆଉ ମିଛରେ ହେଉ ପଛେ ଭଗବାନ ହେବାର ଖୁସିକୁ ସେ ହରାଇବାକୁ ଚାହୁଁ ନ ଥିଲେ ।

ସେଥିଲାଗି ନିଜର କୌଣସି ଚମତ୍କାର ନାହିଁ ଜାଣି ବି ପବ୍ଲିକରେ ମିଛ ଚମତ୍କାରକୁ ଅସ୍ବୀକାର କରି ନ ଥିଲେ । ଏପିରିକି ସିମେଣ୍ଟ ଗାଈରୁ ସାରଥୀ କଣ କ୍ଷୀର ବାହାର କରିବେ, ଓଲଟି ଲୋକେ ଏଭଳି କହିବାରୁ ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅରୁଣ ବୋଥ୍ରା ଟ୍ବିଟ୍ କରି ଲେଖଛନ୍ତି- ‘ଯେତେବେଳେ ସାରଥୀକୁ ଗିରଫ କରିବାକୁ ବାହାରିଲୁ, ଆମର ଜଣେ ଷ୍ଟାଫ୍ କେୟାରଫୁଲ ରହିବାକୁ ସତର୍କ କଲେ । ସେ ମୋତେ ତାଙ୍କ ଶକ୍ତିରେ ଭସ୍ମ କରିଦେଇପାରନ୍ତି । ମୁଁ ଜାଣିଥିଲି ଏସବୁ ଅର୍ଥହୀନ କଥା । କିନ୍ତୁ ଭାବିଲି ଖୋଦ୍ ସାରଥୀକୁ ତାଙ୍କ ଶକ୍ତି ବିଷୟରେ ପଚାରି ଦିଏ ।

ସାରଥୀଙ୍କୁ ଗିରଫ କରିବା ବେଳେ ତାଙ୍କୁ ଆଇପିଏସ୍ ଅରୁଣ ବୋଥ୍ରା ପଚାରିଥିଲେ କିଛି ପ୍ରଶ୍ନ । ଯାହା ସେ ନିଜେ ଟ୍ବିଟ୍ କରି ଲେଖିଛନ୍ତି ।

ଆଇପିଏସ୍ ଅରୁଣ ବୋଥ୍ରାଙ୍କ ଟ୍ବିଟ୍ ରୁ ବୁଝି ହେଉଛି କେମିତି ସାରଥୀ ନିଜେ ନିଜକୁ ଭଗବାନ କହି ବୁଲୁଥିଲେ। ସବୁ ଜାଣି ବି ଚୁପ୍ ରହିଥିଲେ । ଅରୁଣ ବୋଥ୍ରା ଏସବୁ ଖୁଲାସା କରିବା ପରେ କିଛି ଟ୍ବିଟର ୟୁଜର ମଧ୍ୟ ପ୍ରଶ୍ନ ପଚାରିଛନ୍ତି । ସାରଥୀଙ୍କୁ ପୋଲିସ ଥାର୍ଡ ଡିଗ୍ରୀ କରିଥିଲା କି ? ଏହା ଉପରେ ଉତ୍ତର ରଖି ଅରୁଣ ବୋଥ୍ରା କହିଛନ୍ତି ସାରଥୀଙ୍କୁ କୌଣସି ଥାର୍ଡ ଡିଗ୍ରୀ କରାଯାଇ ନାହିଁ । କେବଳ ସେତିକି ନୁହେଁ ସେ କିଭଳି ଅଭିଯୁକ୍ତର ବୟାନକୁ ପବ୍ଲିକଲି କହିପାରୁଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ଅରୁଣ ବୋଥ୍ରା କହିଛନ୍ତି, ଏହା ଚାର୍ଜସିଟର ଅଂଶବିଶେଷ ନୁହେଁ ।

wp:html /wp:html wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.