suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

G-20 ଅତିଥିମାନଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଲେ କ’ଣ ସବୁ ଉପହାର? ଜାଣନ୍ତୁ

12/09/2023 at 8:10 PM

ନୂଆଦିଲ୍ଲୀ ୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ଶିଖର ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାଷ୍ଟ୍ରମୁଖ୍ୟ ଓ ସେମାନଙ୍କ ପତ୍ନୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ସ୍ୱାଗତ ସତ୍କାର କରାଯାଇଛି। ଦୁଇ ଦିବସୀୟ କାର୍ଯ୍ୟକ୍ରମ କାଳରେ ଅତିଥିମାନେ ରାଜନୀତି ଓ କୂଟନୀତି ଉପରେ ଚର୍ଚ୍ଚା କରିଥିଲେ ଓ ଭାରତୀୟ ସଂସ୍କୃତିର ଖୁବ୍ ଲାଭ ଉଠାଇବା ସହ ଦର୍ଶନୀୟ ସ୍ଥାନର ପରିଦର୍ଶନ ମଧ୍ୟ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିଙ୍କ ସ୍ୱାଗତ ଓ ସତ୍କାରରେ ସାମାନ୍ୟତମ ଅବହେଳା କରିନଥିବା ବେଳେ ସେମାନଙ୍କୁ ଓ ସେମାନଙ୍କ ପତ୍ନୀମାନଙ୍କୁ ଭାରତୀୟ ସଂସ୍କୃତି ଓ ହସ୍ତଶିଳ୍ପର ଉତ୍କୃଷ୍ଟ ଉପହାର ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଅତିଥିଙ୍କୁ ଖଦିରେ ପ୍ରସ୍ତୁତ ଅଙ୍ଗବସ୍ତ୍ରରେ ସମ୍ମାନୀତ କରିଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ଏହି ଅବସରରେ ଜି-୨୦ ଡାକଟିକେଟ୍‌ ଓ ମୁଦ୍ରା ମଧ୍ୟ ଜାରି କରିଥିଲେ। ପ୍ରଗତି ମୈଦାନରେ ଭାରତ ମଣ୍ଡପର ଉଦଘାଟନ ଉତ୍ସବ ଅବସରରେ ଡାକଟିକେଟ୍ ଓ ମୁଦ୍ରା ଜାରି  ହୋଇଥିଲା।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ବନାରସୀ ଷ୍ଟୋଲ ଉପହାରରେ ଦେଇଥିଲେ। ବନାରସର ରେସମୀ ଷ୍ଟୋଲ ଭାରତରେ ବେଶ୍ ଲୋକପ୍ରୀୟ । ଏହି ହସ୍ତ ନିର୍ମିତ ଷ୍ଟୋଲ ସାଂସ୍କୃତିକ ସମୃଦ୍ଧି ଓ ଏହାର ବୁଣା ପରମ୍ପରାକୁ ପ୍ରଦର୍ଶିତ କରୁଛି। ଷ୍ଟୋଲକୁ କାଠର ଆକର୍ଷକ ଜାଲି ବାକ୍ସରେ ପ୍ରସ୍ତୁତ କରାଯାଇଥିଲା। ଏହି ଜାଲି କାଠ ବାକ୍ସକୁ କେରଳର କାରୀଗରଙ୍କ ଦ୍ୱାରା ମାସମାସ ଲାଗି ପ୍ରସ୍ତୁତ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କାଶ୍ମିରୀ  ପସମିନା ଷ୍ଟୋଲ ଉପହାରରେ ଦେଇଛନ୍ତି। ଏହା ନିଜର ସୁନ୍ଦରତା ଓ ଶିଳ୍ପ କୌଶଳ ଲାଗି ବେଶ୍ ଜଣାଶୁଣା। ସେହିପରି ବ୍ରାଜିଲ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଏକ କାଶ୍ମୀର ପସମିନା ଷ୍ଟୋଲ ଉପହାର ଦେଇଛନ୍ତି।

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ଆସାମ ଷ୍ଟୋଲ ଉପହାରରେ ଦେଇଛନ୍ତି। ଏହି ଷ୍ଟୋଲକୁ କଦମ୍ବ କାଠରେ ନିର୍ମିତ ବାକ୍ସରେ ପ୍ରସ୍ତୁତ କରାଯାଇଥିଲା। ଏହି ବାକ୍ସକୁ କର୍ଣ୍ଣାଟକର କାରିଗରମାନେ ତିଆରି କରିଛନ୍ତି। ସେହିପରି ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ମୋଦି କାଞ୍ଜିବରମ ଷ୍ଟୋଲ ଉପହାରରେ ଦେଇଛନ୍ତି। କାଞ୍ଜିବରମ ରେଶମ ଭାରତୀୟ ବସ୍ତ୍ର ଶିଳ୍ପର ଏକ ଉତ୍କୃଷ୍ଟ ନମୁନା। ଏହି ଷ୍ଟୋଲକୁ କଦମ୍ବ କାଠର ଜାଲି ବାକ୍ସରେ ପ୍ରସ୍ତୁତ କରାଯାଇଥିଲା।

ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ବନାରସୀ ରେସମରେ ପ୍ରସ୍ତୁତ ଷ୍ଟୋଲ ଉପହାରରେ ଦିଆଯାଇଛି। ବନାରସୀ ରେସମ ଷ୍ଟୋଲ ଏହାର ସୁନ୍ଦରତା ଓ କୋମଳତା ଲାଗି ବେଶ୍ ପ୍ରଶିଦ୍ଧ। ଏଭଳି ଷ୍ଟୋଲ ବିବାହୋତ୍ସବ ଓ ଅନ୍ୟ ଅବସରରେ ଭାରତୀୟ ମହିଳାମାନେ ବ୍ୟବହାର କରୁଥିବା ବେଳେ ଫ୍ୟାସନ ନିମନ୍ତେ ମଧ୍ୟ ଏହା ବେଶ୍ ଗ୍ରହଣୀୟ। ସେହିପରି ମରିସସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ମୋଦି ସହତୁତ ରେସମରେ ପ୍ରସ୍ତୁତ ଷ୍ଟୋଲ ଉପହାର ଦେଇଥିବା ବେଳେ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ବନାରସୀ ରେସମରେ ପ୍ରସ୍ତୁତ ଷ୍ଟୋଲ ଉପହାର ଦେଇଛନ୍ତି।  

ଠିକ୍ ହେଲା ବିମାନ, ୨ ଦିନ ଅଟକିବା ପରେ କାନାଡା ଯାତ୍ରା କଲେ ଜଷ୍ଟିନ ଟ୍ରୁଡୋ

   Related Posts