ମୋଗଲଙ୍କ ‘ଦୟା’ରୁ ଜୀବିତ ଅଛି ‘ହିନ୍ଦୁ’, ରାମ ଓ କୃଷ୍ଣ କେବଳ ପୋଥିର ଚରିତ୍ର ! ଜାଣନ୍ତୁ ଅବସର ପ୍ରାପ୍ତ ବିଚାରପତି କହିଲେ କ’ଣ?

Published By : Prameya-News7 Bureau | December 03, 2022 IST

ବିଜୟୱାଡା ୩।୧୨: କର୍ଣ୍ଣାଟକର ଜନୈକ ପୂର୍ବତନ ବିଚାରପତି ହିନ୍ଦୁଙ୍କ ସମ୍ପର୍କରେ ବୟାନ ଦେଇ ନୂଆ ବିବାଦ ଛିଡା କରିଛନ୍ତି। ସେ ତାଙ୍କ ବୟାନରେ କହିଛନ୍ତି ଯେ ଯଦି ମୁସଲମାନ ଏତେ ବିରୋଧ କରିଥାନ୍ତେ ତେବେ ମୋଗଲ ଶାସନ କାଳରେ ଭାରତରେ ଜଣେ ବି ହିନ୍ଦୁ ଜୀବିତ ନଥାନ୍ତେ। ରିଟାୟାର୍ଡ ଜିଲ୍ଲା ଜଜ୍ ବସନ୍ତା ମୁଲାସାୱାଲଗୀ କହିଛନ୍ତି ଯେ ଭାରତରେ କେବଳ ଏଥି ପାଇଁ ହିନ୍ଦୁ ଆଜି ଅଛନ୍ତି ଯେହେତୁ ମୁସଲମାନ ସେମାନଙ୍କୱୁ ‘ଦୟା’ କରିଥିଲେ।ମୁସଲମାନ ଶହଶହ ବର୍ଷ ଶାସନ କରିଥିଲେ ତଥାପି ଭାରତରେ ମୁସଲମାନ ସଂଖ୍ୟାଲଘୁ, ଏହା କିପରି ବୋଲି ସେ ପ୍ରଶ୍ନ କରିଛନ୍ତି।

ରିଟାୟାର୍ଡ ଜଜ୍ ଏହି ବିବାଦୀୟ ବୟାନ ବିଜୟୱାଡା ସହରରେ ଅନୁଷ୍ଠିତ ‘କଣ ସମ୍ବିଧାନର ଉଦ୍ଦେଶ୍ୟ ପୁରଣ ହୋଇଛି?’ ଶୀର୍ଷକ ଆଲୋଚନା ଚକ୍ରରେ ଦେଇଛନ୍ତି। ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସେମିନାରକୁ ରାଷ୍ଟ୍ରୀୟ ସୌହାର୍ଦ୍ଦ୍ୟ ଭେଦିକ ଓ ଅନ୍ୟ ସଙ୍ଗଠମାନେ ମିଳିତ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବ ଜଜ କହିଥିଲେ ଯେ ଯେଉଁମାନେ କହୁଛନ୍ତି ମୁସଲମାନମାନେ ଏହା କରିଛନ୍ତି ତାହା କରିଛନ୍ତି ସେମାନେ ଭାରତରେ ମୁସଲମାନଙ୍କ ୨୦୦ ବର୍ଷର ଇତିହାସ ଜାଣିନ୍ତିନି। 

ରିଟାୟାର୍ଡ ଜଜ୍ ବସନ୍ତା କେବଳ ଏତିକିରେ ଅଟକି ନଥିଲେ। ସେ ହିନ୍ଦୁ ଦେବୀ ଦେବତାଙ୍କ ଅସ୍ତିତ୍ୱ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ହିନ୍ଦୁ ଦେବୀ ଦେବତା ଭଗବାନ ରାମ ଓ କୃଷ୍ଣ କେବଳ ପୋଥି ପୂରାଣର ଚରିତ୍ର। ସେମାନେ ଐତିହାସିକ ବ୍ୟକ୍ତି ନଥିଲେ। ତେବେ ସମ୍ରାଟ ଅଶୋକ ଅସଲ ଐତିହାସିକ ବ୍ୟକ୍ତିତ୍ୱ ଥିଲେ। ସେ କହିଥିଲେ ଯେ ଉତ୍ତରାଖଣ୍ଡରେ ଶିବଲିଙ୍ଗ ଉପରେ ବୁଦ୍ଧଙ୍କ ଛବି ରହିଛି। ଏହି ମାମଲାରେ ବୌଦ୍ଧ ଧର୍ମାବଲମ୍ବୀମାନେ ପିଟିସନ ଦାଖଲ କରିଛନ୍ତି। କୁହାଯାଉଛି ମନ୍ଦିରଙ୍କୁ ମସଜିଦରେ ପରିବର୍ତ୍ତନ କରିଦିଆଯାଇଛି। ତେବେ ମନ୍ଦିର ନିର୍ମାଣ ପୂର୍ବରୁ ସମ୍ରାଟ ଅଶୋକ ୮୪ ହଜାର ବୌଦ୍ଧ ବିହାର ନିର୍ମାଣ କରାଇଥିଲେ। ସେ ସବୁ ବୌଦ୍ଧ ବିହାର ଏବେ କାଇଁ ? ସମୟ ସହିତ ଏପରି ଅନେକ କିଛି ହୋଇଥାଏ, ତେବେ ଏହାକୁ ପ୍ରସଙ୍ଗ କରାଯିବା ଦରକାର କି ବୋଲି ସେ ପ୍ରଶ୍ନ କରିଥିଲେ।

ମୁଲାସାୱଲଗୀ କହିଥିଲେ ଯେ ସମ୍ବିଧାନର ଉଦ୍ଦେଶ୍ୟ ସମ୍ପୂ୍ର୍ଣ୍ଣ ସ୍ପଷ୍ଟ ଓ ସଠିକ। ତେବେ ସନ୍ଦେହ ଏଥିପାଇଁ ହେଉଛି କାରଣ ସିଷ୍ଟମ ଏହି ସବୁ ଲକ୍ଷକୁ ପୁରଣ କରିବାରେ ବିଫଳ ହୋଇଛି। ଏଣୁ ଯୁବ ପୀଢିକୁ ଆଗକୁ ଆସିବାକୁ ପଡିବ ଓ ସତର୍କତାର ସହିତ ଏ ସବୁକୁ ସମାପ୍ତ କରିବାକୁ ପଡିବ। ୧୯୯୯ରେ ଆଇନ ଥିଲା ଏଣୁ ମନ୍ଦିର, ଚର୍ଚ୍ଚ ଓ ମସଜିଦ ଯଥାସ୍ଥିତି କାୟମ ରଖିବାକୁ ନିର୍ଦ୍ଦେଶ ଥିଲା। ଏହା ସତ୍ତ୍ୱେ ଜିଲ୍ଲା ଅଦଲତ ଏପରି ମାମଲାରେ ପୃଥକ ରାୟ ଦେଇଛନ୍ତି ବୋଲି ମୁଲାସାୱାଲଗୀ କହିଛନ୍ତି। ଏଣୁ ଏ ସବୁ ବିଷୟରେ ଚିନ୍ତା କରିବା ଦରକାର ଓ ଇତିହାସରୁ ପଛକୁ ଫେରିବା ଉଚିତ ନୁହେଁ ବୋଲି କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.