ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

କେତେବର୍ଷ ବଞ୍ଚିଥିଲା ରାବଣ, ମିଳିଥିଲା କେଉଁ ସବୁ ବର? ରାବଣ ସଂହିତାରୁ ଜାଣନ୍ତୁ ଅସୁଣା କଥା

3/10/2022 at 6:34 PM

ରାବଣ ସମ୍ପର୍କରେ ରାମାୟଣରେ ବର୍ଣ୍ଣିତ କାହାଣୀ ଆପଣ ବି ଜାଣିଥିବେ। ତେବେ ରାମଚରିତ ମାନସ, ରାବଣ ସଂହିତା ଅଥବା ସ୍କନ୍ଦପୁରାଣରେ ରାବଣ ସମ୍ପର୍କରେ ପଢିଛନ୍ତି କି? ଏହି ସବୁ ସେଇ ପୌରାଣିକ ପୁସ୍ତକ ଯେଉଁଥିରେ ରାବଣ ସମ୍ପର୍କରେ ଅଜଣା କଥା ରହିଛି। କିଛି ଲୋକେ ପଚାରନ୍ତି ରାବଣଙ୍କୁ ବ୍ରହ୍ମା କେଉଁ ସବୁ ବର ଦେଇଥିଲେ, ସେ କେତେବର୍ଷ ବଞ୍ଚିଥିଲା ଓ କେଉଁ ବର୍ଷ ତାର ମୃତ୍ୟ ହୋଇଥିଲା ? ଏପରି ଅନେକ କଥା ତେବେ ଆସନ୍ତୁ ଜାଣିବା ରାବଣ ସମ୍ପର୍କରେ ଅଜଣା କଥା।

ରାବଣର ଜନ୍ମ ତ୍ରେତେୟା ଯୁଗର ଅନ୍ତିମ ପର୍ଯ୍ୟାୟରେ ହୋଇଥିଲା। ରାବଣ ସଂହିତାରେ ଏହା ଉଲ୍ଲେଖ ରହିଛି ଯେ ରାବଣ ତା ଭାଇମାନଙ୍କ (କୁମ୍ଭକର୍ଣ୍ଣ ଓ ବିଭିଷଣ) ସହିତ ୧୦ ହଜାର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମାଙ୍କ ତପସ୍ୟା କରିଥିଲା। ପ୍ରତି ୧ ହଜାର ବର୍ଷରେ ରାବଣ ତାର ଗୋଟିଏ ଲେଖାଏଁ ମୁଣ୍ଡ ଆହୁତି ଦେଉଥିଲା। ଏହି ପରି ୧୦ ହଜାର ବର୍ଷରେ ସେ ତାର ଦଶମ ମୁଣ୍ଡ ଆହୁତି ଦେବା କାଳରେ ବ୍ରହ୍ମା ପ୍ରକଟ ହୋଇଥିଲେ। ରାବଣ ବ୍ରହ୍ମାଙ୍କୁ ଦେବ, ଦାନବ, ଦୈତ୍ୟ, ରାକ୍ଷସ, ଗନ୍ଧର୍ବ, ନାଗ, କିନ୍ନର ଓ ଯକ୍ଷ ଆଦି ଯେପରି କେହି ତାର ବଦ୍ଧ ନକରିପାରିବେ ସେଥି ପାଇଁ ବର ମାଗିଥିଲା। ବ୍ରହ୍ମା ତଥାସ୍ତୁ କହିବା ସହ ନରବାନରଙ୍କ ଆଡୁ ବିପଦ ଥିବାର ଚେତାଇ ଦେଇଥିଲେ। ତେବେ ସେମାନେ ଆହାର ହୋଇଥିବାରୁ ସେମାନଙ୍କୁ ନେଇ କୌଣସି ବିପଦ ଆଶଙ୍କା ନଥିବା ରାବଣ ଉତ୍ତର ଦେଇଥିଲା।

ବ୍ରହ୍ମାଙ୍କଠାରୁ ବର ପ୍ରାପ୍ତି ପରେ କୁବେରଠାରୁ ଲଙ୍କା ଛଡେଇ ନେଇ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଦେବତାଙ୍କ ସହ ଯୁଦ୍ଧ କରିଥିଲା। ଦେବ, ଦାନବ ଓ ଯକ୍ଷ ବୀରଙ୍କୁ ପରାଜିତ କରି ରାବଣ ଶିବଙ୍କୁ ଯୁଦ୍ଧ ଆହ୍ୱାନ ଦେବାକୁ କୈଳାଶରେ ପହଞ୍ଚିଥିଲା। କୈଳାଶ ପର୍ବତ ସହ ଶିବଙ୍କୁ ଉଠାଇ ନେବାକୁ ରାବଣ ଉଦ୍ୟମ କରିବା ବେଳେ ପାହାଡ ତଳେ ତା ହାତ ଚାପି ହୋଇଯାଇଥିଲା। ଏଣୁ ହାତ ବାହାର କରିବା ପାଇଁ ହଜାରେ ବର୍ଷ ପର୍ଯ୍ୟନ୍ତ ରାବଣ ଶିବଙ୍କ ସ୍ତୁତି କରିଥିଲା। ଶିବ ପ୍ରସନ୍ନ ହୋଇ ତାକୁ ବର ଦେଇଥିଲେ। ଫଳରେ ବ୍ରହ୍ମାଙ୍କ ବର ପାଇଥିବା ରାବଣ ଶିବଙ୍କ ବର ପାଇ ଆହୁରି ଶକ୍ତିଶାଳୀ ହେବା ସହ ମାୟାବୀ ହୋଇଯାଇଥିଲା।

ବର ମିଳିବା ପର୍ଯ୍ୟନ୍ତ ତାକୁ ୧୧ ହଜାର ବର୍ଷ ହୋଇଥିଲା। ସେ କେବଳ ୬ ଜଣଙ୍କଠାରୁ ହାରିଥିଲା ନହେଲେ ଅନ୍ୟ ସମସ୍ତଙ୍କୁ ପରାସ୍ତ କରିଥିଲା। ଲଙ୍କାରେ ତାର ଶାସନ ୭୨ ଚୌକଡି ପର୍ଯ୍ୟନ୍ତ ଥିଲା। ଗୋଟିଏ ଚୌକଡି ୪୦୦ ବର୍ଷ, ସେହି ଅନୁସାରେ ସେ ୨୮ ହଜାର ୮୦୦ ବର୍ଷ ଧରି ଲଙ୍କାରେ ରାଜୁତି କରୁଥିଲା। ରାବଣର ମୋଟ ଆୟୁ ୧୦ହଜାର ଯୁକ୍ତ ୧ ହଜାର ଯୁକ୍ତ ୨୮ ହଜାର ୮୦୦ ବର୍ଷ ମୋଟ ୪୦ ହଜାର ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲା। ୪୧ ହଜାରତମ ବର୍ଷରେ ରାବଣର ଶ୍ରୀରାମ ସେନା ସହ ଭେଟ ହୋଇଥିଲା ଓ ଯୁଦ୍ଧରେ ସବଂଶେ  ନାଶ ଯାଇଥିଲା।   

   Related Posts