୧୪ ଡିସେମ୍ବରରେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ : ଜାଣନ୍ତୁ ସମୟ, ମହତ୍ତ୍ବ ଏବଂ ପ୍ରଭାବ

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୯।୧୨: ଚଳିତବର୍ଷର ଶେଷ ସୂର୍ଯ୍ୟ ପରାଗ ୧୪ ଡିସେମ୍ବର ସୋମବାର ଦିନ ହେବାକୁ ଯାଉଛି । ସେହିଦିନ ଅମାବାସ୍ୟା ମଧ୍ୟ ପଡୁଛି । ସେହି ଦିନ ରାତିରେ ଲାଗିବାକୁ ଥିବା ପରାଗକୁ ଭାରତୀୟ ଜ୍ୟୋତିଷଶାସ୍ତ୍ରରେ ଖଣ୍ଡଗ୍ରାସ ପରାଗ ବୋଲି କୁହାଯାଇଥାଏ ।

ଯେତେବେଳେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଆସିଥାଏ ତେବେ ସେହି ସ୍ଥିତିକୁ ସୂର୍ଯ୍ୟ ପରାଗ କୁହାଯାଏ । ମାତ୍ର ଚନ୍ଦ୍ର ଯେତେବେଳେ ଆଂଶିକ ରୂପରେ ସୂର୍ଯ୍ୟକୁ ଘୋଡାଇଦିଏ ତେବେ ତାହାକୁ ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ କୁହାଯାଇଥାଏ । ଅର୍ଥାତ୍ ୧୪ ଡିସେମ୍ବରକୁ ହେବାକୁ ଥିବା ସୂର୍ଯ୍ୟ ପରାଗ ଆଂଶିକ ଗ୍ରହଣ ହେବ ।

ରିପୋର୍ଟ ଅନୁସାରେ ଭାରତୀୟ ସମୟ ଅନୁସାରେ ୧୪ ଡିସେମ୍ବର ସନ୍ଧ୍ୟା ୭ଟା ୩ ମିନିଟ୍ ରୁ ପରାଗ ଆରମ୍ଭ ହେବ । ତାରି ୧୨ଟା ୨୩ରେ ଶେଷ ହେବ । ଏହି ଗ୍ରହଣ ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଧରି ରହିବ ।

ଏମିତିରେ ଗ୍ରହଣ ଏକ ସାଧାରଣ ଖଗୋଳୀୟ ଘଟଣା ଯାହାର ମନୁଷ୍ୟ ଜୀବନ ଉପରେ ଖାସ୍ ମହତ୍ତ୍ବ ନାହିଁ । ମାତ୍ର ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ମହତ୍ବପୂର୍ଣ୍ଣ ବୋଲି ଜଣାଯାଉଛି । ପରାଗର ପ୍ରଭାବ ରାଶି ଏବଂ ଲୋକଙ୍କ ଭବିଷ୍ୟତ ଉପରେ ପଡିଥାଏ । ମାତ୍ର ଚଳିତ ଥର ଏହା ଭାରତରେ ଦେଖାନଯିବା କାରଣରୁ ଏହାର ପ୍ରଭାବ ପଡିବନାହିଁ । ସୂର୍ଯ୍ୟ ପରାଗ ରାତିରେ ହେବା କାରଣରୁ ଏହାର ସୂତ୍ର ମଧ୍ୟ ରହିବ ନାହିଁ । ଫଳରେ କାହାକୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡିବନାହିଁ । ଯଦି ଏହି ପରାଗ ଦେଖାଦିଏ ତେବେ ଗର୍ଭବତୀ ମହିଳାଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡିଥାନ୍ତା । ମାତ୍ର ଚଳିତଥର ଏହାର ପ୍ରଭାବ ପଡିବ ନାହିଁ ।

୧୪ ଡିସେମ୍ବର ୨୦୨୦ରେ ହେବାକୁ ଥିବା ପରାଗ ଦକ୍ଷିଣ ଆମେରିକା, ଦକ୍ଷିଣ ଆଫ୍ରିକୀୟ ଦେଶ ଏବଂ ପ୍ରଶାନ୍ତ ମହାସାଗରର କିଛି ଅଞ୍ଚଳରେ ଦେଖିବାକୁ ମିଳିବ ।

୨୦୨୧ରେ ଦୁଇଟି ସୂର୍ଯ୍ୟ ପରାଗ ପଡିବ । ପ୍ରଥମଟି ୧୦ ଜୁନ୍ ରେ ଏବଂ ଦ୍ବିତୀୟଟି ୧୦ ଡିସେମ୍ବରରେ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.