କ୍ୟାସ୍ ଉଠାଣ ପୂର୍ବରୁ ଜାଣି ନିଅନ୍ତୁ ଗ୍ରାହକ, ୨.୪୦ ଲକ୍ଷ ATMରେ ହେବାକୁ ଯାଉଛି ଏହି ବଡ ପରିବର୍ତ୍ତନ
28/02/2020 at 8:55 PM

ନୂଆଦିଲ୍ଲୀ : ଗତ କିଛି ସମୟ ହେଲା ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଣକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଏଥିରେ ବ୍ୟାଙ୍କମାନେ ଏଟିଏମରେ ୨ହଜାର ଟଙ୍କାର ନୋଟ ବଦଳେ ଏଣିକି କମ୍ ମୂଲ୍ୟର ଟଙ୍କା ରଖିବେ ବୋଲି ଶୁଣାଯାଉଥିଲା। ତେବେ ଗଣମାଧ୍ୟମରେ ସାରା ଦେଶର ପ୍ରାୟ ୨ଲକ୍ଷ ୪୦ ହଜାର ଏଟିଏମ ମେସିନର କାଲିବରେଟ୍ ହେବ ବୋଲି ଏବେ ରିପୋର୍ଟ ପ୍ରକାଶିତ ହୋଇଛି । ତେବେ ଆସନ୍ତୁ ଜାଣିବା କଣ ହେବାକୁ ଯାଉଛି ପରିବର୍ତ୍ତନ।

ଏଫଆଇଏସ୍ର ପରିଚାଳନା ନିର୍ଦ୍ଦେଶକ ମହେଶ ରାମ ମୂର୍ତ୍ତିଙ୍କ ଅନୁସାରେ ଏଟିଏମରେ ହେବାକୁ ଯାଉଥିବା ପରିବର୍ତ୍ତନର ସାଧାରଣ ଲୋକଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଟିଏମ ମେସିନଗୁଡିକୁ ନୂଆ କରି କାଲିବରେଟ୍ କରାଯିବା ପରେ ଏଥିରୁ ଟଙ୍କା ଉଠାଣ ଆହୁରି ସୁଗମ ହେବ। ସେହିପରି ଅଧିକ ମୂଲ୍ୟର ନୋଟ୍ ଆଉ ଏଟିଏମରେ ଭରାଯିବ ନାହିଁ। ଏଣୁ ଲୋକଙ୍କୁ ବଡ ମୂଲ୍ୟର ନୋଟ ଉଠାଣ କରି ଖୁଚୁରା ଜନିତ ସମସ୍ୟାରେ ବି ପଡିବାକୁ ଦିଆଯିବନି।

ଆଗାମୀ କିଛିମାସ ମଧ୍ୟରେ ଏହି ସବୁ ମେସିନର ରିକାଲିବରେଟ୍ ହେବ। ଯାହା ଏଟିଏମ ଅପରେଟର ଓ ବ୍ୟାଙ୍କମାନଙ୍କ ଲାଗି ଏହା ଏକ ବଡ କସରତ ହେବ। ଏଥିଲାଗି ବ୍ୟାଙ୍କମାନଙ୍କ ସହ ଆଲୋଚନା ପରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏଣୁ ଗ୍ରାହକ କୌଣସି ସମସ୍ୟାରେ ଫଶିବେ ନାହିଁ ବୋଲି କହିଛନ୍ତି ମୂର୍ତ୍ତି। ତେବେ ଏହା ପୂର୍ବରୁ ଶୁଣା ଯାଉଥିଲା ୨୦୦୦ ଟଙ୍କା ନୋଟ୍ ଗୁଡିକୁ ବଜାରରୁ କାଢି ନିଆଯିବ। ଏଥିଲାଗି ବ୍ୟାଙ୍କମାନେ ସେମାନଙ୍କ ଏଟିଏମର କାଲିବରେଟ୍ କରୁଛନ୍ତି। ତେବେ ବ୍ୟାଙ୍କମାନଙ୍କୁ ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇନଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ କହିସାରିଛନ୍ତି।