ମଙ୍ଗଳବାର ରାଶିଫଳ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ; ସାମୟିକ ଭାବେ ଦେହ ଅସୁସ୍ଥ ହୋଇପାରେ !

Published By : Prameya-News7 Bureau | August 08, 2022 IST

ମେଷ:~ ପାରିବାରିକ ଶାନ୍ତି ଅକ୍ଷୁର୍ଣ୍ଣ ରହିଥିଲେ ମଧ୍ୟ ମାନସିକ ସ୍ତରରେ ଅଶାନ୍ତି ରହିପାରନ୍ତି। ଦିନଟି ଅଶୁଭ ଫଳ ଦାୟକ ହୋଇପାରେ। ଲକ୍ଷ୍ୟ ପୂରଣ ବିଳମ୍ବିତ ହେବ। ବନ୍ଧୁ ସହଯୋଗରେ କାର୍ଯ୍ୟ ସାଧନ କରିବେ। ଦୂର ଯାତ୍ରା କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାରମ୍ଭ କରଣୀୟନୁହେଁ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୬।

ଗୃହିଣୀ- ଭାଗ୍ୟଶାଳୀ ହେବେ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି।

କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ।

ଛାତ୍ରଛାତ୍ରୀ- କମନୀୟ ଶରୀର ଯୁକ୍ତ ହେବେ।

ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ।

ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ।

ବୃଷ:~ ବନ୍ଧୁଙ୍କ ସହ-ଯୋଗ ଲାଭକରି ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ କରିପାରିବେ। ସ୍ୱାସ୍ଥ୍ୟହାନୀର ଆଶଙ୍କା ଅଛି। ଚକ୍ଷୁପୀଡା, ଅଗ୍ନିମାନ୍ଦ୍ୟ କିମ୍ବା ସ୍ନାୟୁ ମଣ୍ଡଳୀରେ ଅସୁସ୍ଥତା ଆସିପାରେ। କର୍ମକ୍ଷେତ୍ରରେ ଉଦଯୋଗ ସିଦ୍ଧି କରିପାରିବେ। ଆବଶ୍ୟକତା ଠାରୁ ଅଧିକ ବ୍ୟୟ ହୋଇପାରେ। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ।

ମିଥୁନ:~ ଫେରନ୍ତା ବାଟରୁ ଗୃହକୁ ସୌଖୀନ ପଦାର୍ଥ କିମ୍ବା ମୂଲ୍ୟବାନ୍ ଜିନିଷ ଆଣିପାରନ୍ତି। ଦିନଟି ପ୍ରାୟ ସବୁ ଦିଗରୁ ଶୁଭଫଳ ଦାୟକ ହେବ। କର୍ମ କୁଶଳତା ବଢିବ। ଅର୍ଥ ବଳ ଅଧିକ ରହିବ। ବନ୍ଧୁ ପରିଜନଙ୍କ ଠାରୁ ଉତ୍ସାହ ମିଳିବ। ପୂର୍ବରୁ ମାନସିକ ଆଳସ୍ୟ, ବିମର୍ଷତା ଅଧିକ ପରିମାଣରେ ଦୁର କରିପାରିବେ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ।

କର୍ମଜୀବି- କର୍ମଚଞ୍ଚଳ ରହିବେ।

ଛାତ୍ରଛାତ୍ରୀ- ପାଠପଢା ବିଦେଶ ଯିବା ସମସ୍ୟା ରହିବ।

ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।

କର୍କଟ:~ ଆର୍ଥିକ ଦିଗଟି ବହୁତ ଭଲ ରହିବା କାରଣରୁ ମନ ପ୍ରଫୁଲ୍ଲ ରହିବ। ଯାନ ବାହାନରେ ବ୍ୟୟ ବରାଦ ଆସିବ। ପାରିପାଶ୍ୱିର୍କ ସ୍ଥିତିକୁ ଆଖି ଆଗରେ ରଖି ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିବେ। ଦେବାଦେବୀ କାର୍ଯ୍ୟରେ ଆଗ୍ରହ ବଢିବ। ଶୁଭ ରଙ୍ଗ ଧୂସର ।ଶୁଭ ଅଙ୍କ ୨ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ଅର୍ଥ ହାନୀ ହେବ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।

ସିଂହ:~ ଅପ୍ରିୟ ସତ୍ୟ ପ୍ରକାଶ କରିବା ଆକସ୍ମିକ କଳହର କାରଣ ହୋଇପାରେ । ଧର୍ମ ଧାରଣା ବଢିବ। ଦୃଢ ବିଶ୍ୱାସକୁ ପାଥେୟ କରି ଅଗ୍ରଗତି ଅବ୍ୟାହତ ରଖିବେ। ସାମୟିକ ଭାବରେ ଦେହ ଅସୁସ୍ଥ ହୋଇପାରେ। ସନ୍ତାନ ସନ୍ତତିଙ୍କ ପାଇଁ ଦୁଃଶ୍ଚିନ୍ତା ବଢିବ। ନିର୍ମାଣମୂଳକ କର୍ମରେ ଅଗ୍ରଗତି ହେବ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

କନ୍ୟା:~ ଅତୀତରୁ ରହିଆସିଥିବା ରୋଗପୀଡା, ଶତ୍ରୁତା ଓ ଧାରକରଜ ସକାଶେ ଚିନ୍ତା ବଢାଇବ। ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ପରିବାର କିମ୍ବା କର୍ମକ୍ଷେତ୍ରରେ ପ୍ରତିକୂଳ ସ୍ଥିତି ଆଣିପାରେ। କର୍ତ୍ତବ୍ୟରେ ଅବହେଳା କରି ପଶ୍ଚାତାପ କରିବେ। ଗୃହ ଭୂମି ସଂପର୍କୀୟ ଋଣ ଭାର ଅଧିକ ହେବ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୫।

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ।

ତୁଳା:~ ପ୍ରଶାସନିକ ସ୍ତରରେ ଟେନ୍‌ସନ କିଛି ମାତ୍ରାରେ ଲାଗି ରହିବ। ପ୍ରିୟ ପରିଜନଙ୍କଠାରୁ ସହ ଯୋଗ ଓ ସଦିଚ୍ଛା ପାଇବେ। ପରିବାରର ସ୍ୱାସ୍ଥ୍ୟ ସମସ୍ୟାର ଉନ୍ନତି ଘଟିବ।ମନୋବଳ ଦୃଢ ରହିବ। ଦାନ ଧର୍ମରେ ମନ, ଉଦ ଯୋଗ ସିଦ୍ଧି, ମାନ ସମ୍ମାନ ପ୍ରତିଷ୍ଠା ଓ ସଜ୍ଜନ ସଂପର୍କରେ ଆସିବେ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି।

କର୍ମଜୀବି- ଜଳଯାତ୍ରା ମନା।

ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ।

ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି।

ଚାଷୀ- ଅଧିକା ପାଣିରୁ , ହିନସ୍ତା ହୋଇପାରନ୍ତି।

ବିଛା:~ ଯାତ୍ରା ସମୟରେ ଅନ୍ୟମନସ୍କତା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। ସାହସ ହ୍ରାସ ପାଇବ। ନିଜକୁ ଅଧିକ ସଂକୁଚିତ ମନେ କରିବେ। ଦେହ ଅସୁସ୍ଥ ରହିପାରେ। ପାରିବାରିକ ସହ ଯୋଗ ଓ ଅନୁପ୍ରେରଣା ପାଇବେ। କର୍ମକ୍ଷେତ୍ରରେ ଆସିବାକୁ ଥିବା କେତେକ ସୁଯୋଗ ହାତଛଡା ନ କରିବା ହିତକର। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୧।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ଧନୁ:~ କୌଣସି ଅଭାବ ନ ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ମନକୁ ବିଚଳିତ କରିବ। ଅର୍ଥ ବୃତ୍ତିରେ ଉନ୍ନତି ଯୋଗ ଅଛି । ନିଜର ପରାକ୍ରମ ଓ ଶକ୍ତି ବିନିଯୋଗ କରି ସମ୍ମାନ ଓ ପ୍ରତିଷ୍ଠା ପାଇବେ। ଶୁଭ ଚିନ୍ତକଙ୍କ ସଂଖ୍ୟା ବଢିବ। ଯାନବାହନ, ଭୂମି, ଗୃହୋପକରଣ କ୍ରୟର ସୁଯୋଗ ଲାଭ କରିବେ। ଶୁଭ ରଙ୍ଗ ପିଚ୍। ଶୁଭ ଅଙ୍କ ୩।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି।

କର୍ମଜୀବି-ଅର୍ଥ ସଞ୍ଚୟ ପାଇଁ ଉଦ୍ୟମ କରିବେ।

ଛାତ୍ରଛାତ୍ରୀ- କୀର୍ତ୍ତି ସ୍ତମ୍ବ ସ୍ଥାପନ କରିବେ।

ରୋଗୀ- ଦିନବେଳା ବାହାରକୁ ଯାଆନ୍ତୁ ନାହିଁ ।

ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

ମକର:~ ଅନ୍ୟମାନଙ୍କ ଦ୍ୱାରା ପ୍ରେରିତ ନ ହୋଇ ଲକ୍ଷ୍ୟହାନି ଯାତ୍ରାରୁ ବିରତ ରହିବା ଭଲ। ନିଜର ସାମର୍ଥ୍ୟକୁ ଆଖି ଆଗରେ ରଖି କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ ହେବ। ବନ୍ଧୁ ପରିଜନମାନେ ଠିକ୍ ସମୟରେ ଅସହଯୋଗ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭ ରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୫।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।

କୁମ୍ଭ:~ ସଭାରେ ଆଲୋଚନା ଅସମାପ୍ତ ରହିପାରେ। କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିପାରିବେ। କଲ୍ୟାଣ କାର୍ଯ୍ୟ ପ୍ରତି ରୁଚି ରଖିବେ। ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ। ଆର୍ଥିକ ସମସ୍ୟାର ସମାଧାନ କଷ୍ଟକର ହେବ। ପାରିବାରିକ ସୁଖ ସୌଭାଗ୍ୟ ଅତୁଟ ରହିବ।ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୮ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ସହ-ଯୋଗୀ ବ୍ୟବସାୟ ଲାଭଜନକ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ।

ଛାତ୍ରଛାତ୍ରୀ- ଚିନ୍ତାଧାରା ମହତ ହେବ।

ରୋଗୀ- ୟୋଗା କରନ୍ତୁ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

ମୀନ:~ ଆଜି ନୂତନ ବସ୍ତ୍ର, ଅଳଙ୍କାର କିମ୍ବା ଗାଢି ମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। ଦୃଢ ମନୋବଳ ରକ୍ଷା କରି ଅଗ୍ରଗତି ଅବ୍ୟାହତ ରଖିବେ। ଭୋଗ ବିଳାସର ସାଧନ ମିଳିବ। ଆଧ୍ୟାତ୍ମିକ ଚିନ୍ତା ଓ ଭାବନାରେ ଉଦବୁଦ୍ଧି ହୋଇପାରନ୍ତି। କ୍ଷମତାସୀନ ବ୍ୟକ୍ତିଙ୍କ ସାନିଧ୍ୟରେ ଆସିବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୪ ।

ଚାଷୀ- ଜମିରୁ ବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.