ଜାଣନ୍ତୁ ଏହି କୁଖ୍ୟାତ ମହିଳାମାନଙ୍କୁ ଯେଉଁମାନେ ଅପରାଧ ସହ ରାଜନୀତିରେ ବି ଥିଲେ ସଫଳ

Published By : Prameya-News7 Bureau | September 03, 2019 IST

ଅପାରଧ ଡେସ୍କ:  ଅପରାଧ ଦୁନିଆରେ କେବଳ ପୁରୁଷ ନୁହଁନ୍ତି ମହିଳାଙ୍କର ବି ରହିଛି ଅଖଣ୍ଡ ଆଧିପତ୍ୟ । ଭାରତରେ ଏପରି ଅନେକ ମହିଳା ଅଛନ୍ତି ଯେଉଁମାନଙ୍କ ଅପରାଧ ଏବେ ଲୋକଙ୍କ ଦନ୍ତକଥା ହୋଇରହିଛି। ପୁରୁଷଙ୍କ ଭଳି ଅପରାଧ ଭିଆଉଥିଲେ ସେମାନେ, ହେଲେ ପୋଲିସକୁ ଅପରାଧୀର ଟେର ବି ମିଳୁନଥିଲା। ଭାରତରେ ଏଭଳି ଅନେକ ମହିଳା ଅପରାଧୀ ଥିଲେ ଯେଉଁମାନଙ୍କ ନାମରେ ଲୋକେ ଥରୁଥିଲେ।  ଆସନ୍ତୁ ଜାଣିବା ଅପରାଧ ଦୁନିଆରେ ନାମ କମାଇଥିବା ସେହି ମହିଳାମାନଙ୍କୁ।

{"id":152714,"width":592,"height":665}

ଏଭଳି ଜଣେ ମହିଳା ହେଉଛନ୍ତି ସନ୍ତୋକ ବେନ ଜାଡେଜା। ବେଶ ସାଧାସିଧା ମହିଳା ଥିଲେ ସନ୍ତୋକ। ତାଙ୍କ ସ୍ୱାମୀ ମିଲରେ କାମ କରି ଯାହା ଉପାର୍ଜନ କରୁଥିଲେ ସେଥିରେ ପରିବାର ଚଳୁଥିଲା। ହେଲେ କିଛି ସ୍ଥାନୀୟ ଗୁଣ୍ଡା ତାଙ୍କୁ ମିଳିତ ଆକ୍ରମଣ କରି ହତ୍ୟା କରିଥିଲେ। ତେବେ ଅପରାଧୀଙ୍କୁ ଧରି ସଜା ଦେବା ଲାଗି ସନ୍ତୋକ ପୋଲିସ ନିକଟକୁ ଯାଇନଥିଲେ। ନିଜେ ଜଣ ଜଣ କରି ୧୪ ଜଣଙ୍କୁ ହତ୍ୟା କରିଥିଲେ। ଏହି ୧୪ ଜଣ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଏହି ସବୁ ହତ୍ୟା ପରେ ସନ୍ତୋକ କାଥିଆବାଡର ଡନ ହୋଇସାରିଥିଲେ। ବେଶ ଜନ ସମର୍ଥନ ବି ହାସଲ କରିସାରିଥିଲେ ସନ୍ତୋକ। ଏଣୁ ରାଜନୀତିରେ ପ୍ରବେଶ ଲାଗି ମଧ୍ୟ ଉଦ୍ୟମ କରିଥିଲେ ଓ ସଫଳ ବି ହୋଇଥିଲେ। ୧୯୯୦ରୁ ୯୫ ମସିହା ପର୍ଯ୍ୟନ୍ତ ବିଧାୟକ ଥିବା ଏହି ମହିଳା ଡନ ପରିବହନଠାରୁ ଆରମ୍ଭ କରି ରିୟଲ ଇଷ୍ଟେଟ ପର୍ଯ୍ୟନ୍ତ ସବୁ କାରବାରରେ ଏବେ ଜଡିତ।

{"id":152713}

ସେହିପରି ଅନ୍ୟ ଜଣେ ମହିଳା ହେଉଛନ୍ତି ମୁମ୍ବାଇର ରୁବିନା। ହିରୋଇନ ନାମରେ ପ୍ରସିଦ୍ଧ ଏହି ମହିଳା ଅପରାଧୀ ଦାଉଦ ଇବ୍ରାହୀମର ସହଯୋଗୀ ଛୋଟା ସକିଲକୁ ଜେଲରେ ଭେଟୁଥିବା ଅପରାଧୀଙ୍କୁ ମାଗଣାରେ ଖାଇବା ପଠାଉଥିଲା। କେବଳ ଏତିକି ନୁହେଁ ଅପରାଧୀଙ୍କୁ ଜେଲ ଭିତରେ ଅସ୍ତ୍ରଶସ୍ତ୍ର ବି ପହଞ୍ଚାଉଥିଲା। ସେହିଭଳି ଅନ୍ୟ ଜଣେ ମହିଳା ଅପରାଧି ହେଉଛନ୍ତି ଜେନାବାଇ। ଖାଦ୍ୟାନ୍ନ ତସ୍କରୀ କରୁଥିବା ଏହି ମହିଳା ପରେ ମଦ ବେପାରଠାରୁ ଆରମ୍ଭ କରି ବିଭିନ୍ନ ଅପରାଧରେ ସାମିଲ ହୋଇଯାଇଥିଲା। କୁହାଯାଏ ଏକ ସମୟରେ ଜେନାବାଇଙ୍କ ଘରକୁ ସେ ସମୟର କୁଖ୍ୟାତ ଡନ  ହାଜି ମସ୍ତାନର ବି ଆତଯାତ ରହୁଥିଲା। କୁହାଯାଏ ଦାଉଦ ଇବ୍ରାହିମ ମଧ୍ୟ ଜେନାବାଇଙ୍କୁ ଭୟ କରୁଥିଲା ।

{"id":152707}

କେବଳ ପଶ୍ଚିମ ଭାରତ ନୁହେଁ ଉତ୍ତର ଭାରତରେ ବି ମହିଳା ଅପରାଧ ଜଗତରେ ଖୁବ୍ କୁଖ୍ୟାତ ଥିଲେ। ଏମିତି ଜଣେ ହେଉଛନ୍ତି ସୀମା ପରିହାର। ଯିଏ ଡାକୁରାଣୀ ଫୁଲଦେବୀଙ୍କୁ ତାଙ୍କର ଆଦର୍ଶ ବୋଲି ଭାବୁଥିଲେ। ଫୁଲନଙ୍କ ଭଳି ତାଙ୍କ ବିରୋଧରେ ବି ଅନେକ ଚୋରୀ. ଡକୈତୀ, ହତ୍ୟା, ଲୁଣ୍ଠନ ଓ ଅପହରଣ ଆଦି ମୋକଦ୍ଦମା ଥିଲା। ପରେ ସେ ରାଜନୀତିକୁ ବି ଆସିଥିଲେ। ଉତ୍ତରପ୍ରଦେଶ ଅଉରେୟାର ଏହି ମହିଳା ଅପରାଧୀ ୧୩ ବର୍ଷ ବୟସରେ ଅପହୃତା ହୋଇ ପରେ ଅପରାଧୀ ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.