ଜଲଦି ହୁଅନ୍ତୁ ସଚେତନ; ଏହି ଲକ୍ଷଣ ଭୋଗିଲେ ଜାଣିବେ ଆପଣଙ୍କର ରହିଛି କିଡନୀ ସମସ୍ୟା
18/03/2023 at 5:13 PM

ଭୁବନେଶ୍ୱର ୧୮/୦୩: ବର୍ତ୍ତମାନ ସମୟରେ କିଡନୀ ରୋଗ ପୂର୍ବାପେକ୍ଷା ବହୁତ ଅଧିକ ବଢ଼ିଯାଇଛି। ଏହି ସମସ୍ୟାରେ ପୀଡ଼ିତ ରୋଗୀମାନେ ବହୁ କଷ୍ଟ ପାଉଥିବା ବେଳେ ଗୁରୁତରମାନଙ୍କୁ ଡାଏଲିସିସ୍ ଚିକିତ୍ସା ମଧ୍ୟ କରାଯାଉଛି। ଯଦି କିଡନୀର କାର୍ଯ୍ୟକ୍ଷମତା ହ୍ରାସ ପାଏ ତାହେଲେ ଆମ ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସନ ପ୍ରକ୍ରିୟାରେ କୁପ୍ରଭାବ ପଡ଼ିବା ସହ ଅନ୍ୟ ରୋଗ ହେବାର ମଧ୍ୟ ବହୁ ସମ୍ଭାବନା ଥାଏ। ତେଣୁ କିଡନୀକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟକ ବ୍ୟକ୍ତି ଧ୍ୟାନ ଦେବା ଆବଶ୍ୟକ। ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଶରୀରରେ କେଉଁ ଲକ୍ଷଣ ଦଖାଦେଲେ କିଡନୀ ରୋଗର ସଙ୍କେତ ଦିଏ ?

ଓଜନ କମିବା:~ ଯେତେବେଳେ କିଡନୀ ସଠିକ୍ ଭାବେ କାର୍ଯ୍ୟକ୍ଷମ ହୁଆଏନାହିଁ ସେହି ସମୟରେ ଆମ ଶରୀରରେ ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇନପାରି ବଢ଼ିବାରେ ଲାଗେ। ଏହାଦ୍ୱାରା ଆମ ଭୋକ ଉପରେ ପ୍ରଭାବ ପଡ଼ିଥାଏ। ଏହାସହିତ ଆମର ଓଜନ ମଧ୍ୟ ବହୁଥ ଶୀଘ୍ର କମିଯାଏ। ଠିକ୍ ସମୟରେ ଭୋକ ନଲାଗିକା ଓ କମ୍ ଭୋକ କାରଣରୁ ସକାଳେ ବାନ୍ତି ମଧ୍ୟ ହୋଇପାରେ। ପେଟ ସବୁବେଳେ ପୁରିଲା ପୁରିଲା ଅନୁଭବ ହୁଏ। କିଛି ଖାଇବାକୁ ମଧ୍ୟ ମନ ହୁଏ ନାହିଁ। ସେଥିପାଇଁ ଏସବୁ ସମସ୍ୟାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ।

ପାଦ ଓ ଶରୀର ଫୁଲିବା:~ କିଡନୀ ଖରାପ ଆଉ ଏକ ଗମ୍ଭୀର ଲକ୍ଷଣ ହେଲା ଶରୀରରେ ପାଦ ସହିତ ମୁହଁ ଏବଂ ଏବଂ ଆଖି ଫୁଲିଯାଏ। କାରଣ କିଡନୀ ଆମ ଦେହରେ ସୃଷ୍ଟି ହେଉଥିବା ମାତ୍ରାଧିକ ସୋଡ଼ିୟମ୍କୁ ବାହାର କରିଥାଏ। କିନ୍ତୁ କିଡନୀର କାର୍ଯ୍ୟକ୍ଷମତା ପ୍ରଭାବିତ ହେଲେ ଏହି ପ୍ରକ୍ରିୟାରେ ବାଧା ଉପୁଜିବାରୁ ପାଦ ସହିତ ଅନ୍ୟାନ୍ୟ ଅଂଶ ଫୁଲିଯାଏ।
ପଢ଼ନ୍ତୁ:~ ଅଛିକି ଏସବୁ ବଦଭ୍ୟାସ ? ହୋଇପାରେ କିଡନୀ ସମସ୍ୟା, ତୁରନ୍ତ ଆପଣାନ୍ତୁ ଏହି ଚାରି ସରଳ ଉପାୟ

ବାରମ୍ୱାର ପରିଶ୍ରା ଲାଗିବା:~ ସେହିପରି କିଡନୀରେ ସମସ୍ୟା ଦେଖାଯିବାର ଅନ୍ଯ ଏକ ଲକ୍ଷଣ ରହିଛି।ଏହାକୁ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ। ଯଦି ରାତିରେ ଆପଣଙ୍କୁ ବାରମ୍ୱାର ପରିଶ୍ରା ଲାଗୁଛି ତାହେଲେ ସତର୍କ ହୋଇଯାଆନ୍ତୁ। ମଧୁମେହ ରୋଗ ହେଲେ ସାଧାରଣତଃ ଏପରି ସମସ୍ୟା ଦେଖାଦିଏ, ନହେଲେ କିଡନୀ ସମସ୍ୟା ଦେଖାଦେଲେ ଏମିତି ହୋଇଥାଏ। ଏପରି ହେଲେ କିଡନୀର କାର୍ଯ୍ୟକାରିତା ତୁରନ୍ତ କିଡନୀର କାର୍ଯ୍ୟକାରିତା ପରୀକ୍ଷା କରାଇନିଅନ୍ତୁ।