Whats App ରେ ଏବେ ମିଳିବ ସେହି ସବୁ ଫିଚର ଯାହାକୁ ଏପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଆପଣ, ଜାଣିବା ଲାଗି କ୍ଲିକ୍ କରନ୍ତୁ

Published By : Prameya-News7 Bureau | October 24, 2019 IST

ହ୍ୱାଟସ୍ ଆପ ୟୁଜରଙ୍କ ଲାଗି ଖୁସି ଖବର ! କିଛି ମାସ ପୂର୍ବରୁ ଭାରତୀୟ ୟୁଜରଙ୍କ ଲାଗି ହ୍ୱାଟସ୍ ଆପ୍ ଏକ ନୂଆ ପ୍ରାଇଭେସି ଫିଚର ଘୋଷଣା କରିଥିଲେ। ଗ୍ରୁପ ଲାଗି ଏହି ପ୍ରାଇଭେସି ଫିଚର ବେଶ ଗୁରୁତ୍ୱପୂର୍ଣ୍ଣ। କେବଳ ଏଣ୍ଡ୍ରଏଡ ଓ ଆଇଓଏସ୍ ୟୁଜର ଏହି ଫିଚରକୁ ବ୍ୟବହାର କରିପାରିବେ। ଫିଚର ଅନୁସାରେ ଗ୍ରୁପର ସଦସ୍ୟମାନଙ୍କ ବିନା ଅନୁମତିରେ ବାହରର କେହି ଗ୍ରୁପରେ ପଶି ପାରିବେ ନାହିଁ। ତେବେ ହ୍ୱାଟସ୍ ଆପ ଏବେ ଏହି ଫିଚରକୁ ଏକ୍ସଟେଣ୍ଡ କରି ଭାରତୀୟ ୟୁଜରଙ୍କ ଲାଗି ଲଞ୍ଚ କରିବାକୁ ଯାଉଛି।

{"id":174171}

ପୂର୍ବରୁ ୟୁଜର ନିଜ ଇଛା ବିରୋଧରେ କୌଣସି ନା କୌଣସି ଗ୍ରୁପରେ ଏଡ ହୋଇଯାଉଥିଲେ। ହେଲେ ଏବେ ଏହି ଫିଚର ପରେ ଏପରି ଆଉ ହେବନି। ଆଶା କରାଯାଉଛି ଏହି ନୂଆ ଫିଚର ଏବେ ଆପଣମାନଙ୍କ ଫୋନରେ ଆସି ସାରିବଣି। ଏବେ ଆପ୍ ଅପଡେଟ କଲେ ଆପଣ ନୂଆ ଫିଚର ବାବଦରେ ଜାଣି ପାରିବେ। ଆପଣଙ୍କ ସ୍କ୍ରିନରେ ନୂଆ ଗ୍ରୁପ ଓ ପ୍ରାଇଭେସି ସେଟିଂ ସମ୍ପର୍କରେ ସୂଚନା ପାଇବେ।

{"id":174172}

ଗ୍ରୁପର ପ୍ରାଇଭେସି ସେଟିଂରେ କିଛି ଅପ୍ସନ୍ସ ଦେଖିବାକୁ ପାଇବେ। ପୂର୍ବରୁ ‘ଏଭ୍ରି ୱାନ ’ ଅଥବା  ‘ନୋ ବଡି’ ଅପ୍ସନସ୍ ଥିଲା। ଯଦି ନୋ ବଡି ସିଲେକ୍ଟ କରୁଥିଲେ ତେବେ କେହି ଆପଣଙ୍କୁ ଗ୍ରୁପରେ ମିସାଇଲେ ଆପଣଙ୍କ ନିକଟକୁ ଇନଭିଟେସନ ରିକ୍ୱେଷ୍ଟ ଆସୁଥିଲା। ତେବେ ଅପଡେଟ ପରେ ନୋ ବଡି ଅପ୍ସନକୁ ହଟାଇ ଦିଆଯାଇଛି।

{"id":174173}

ନୂଆ ଫିଚରରେ ‘ମାଇ କଣ୍ଟାକ୍ଟ ଏକସେପ୍ଟ’ ଅପ୍ସନ ମିଳୁଛି। ଅର୍ଥାତ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକଙ୍କ ମଧ୍ୟରୁ କିଏ କ୍ରୁପରେ ସଂସ୍ଲିଷ୍ଟ ହୋଇପାରିବେ କିଏ ନାହିଁ ତାହା ଆପଣ ନିର୍ଦ୍ଧାରିତ କରିବେ। ଏହି ପ୍ରାଇଭେସି ସେଟିଂ ଏବେ ଅଧିକରୁ ଅଧିକ ଆଣ୍ଡ୍ରଏଡ ଓ ଆଇଓଏସ୍ ୟୁଜରଙ୍କୁ ଦିଆଯାଉଛି। ଏଣୁ କେହି ଏବେ ଆପଣଙ୍କ ଇଛା ବିରୋଧରେ ନିଜ ଗ୍ରୁପରେ ସାମିଲ କରିପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.