oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କୋଭିଡ ଟୀକାର ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ରହିବ କେତେ ମାସ ବ୍ୟବଧାନ ? ଏମିତି ରହିଛି ସରକାରୀ ପ୍ଲାନ

26/12/2021 at 8:34 PM

ନୂଆଦିଲ୍ଲୀ ୨୬/୧୨  :  ଭାରତରେ କୋଭିଡର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ବା ଭିତରେ ୯ରୁ ୧୨ ମାସ ଭିତରେ ବ୍ୟବଧାନ ରହିବ। ରବିବାର ଦିନ ଏକ ବିଶେଷ ସୂତ୍ରରୁ ଏହି ସୁଚନା ମିଳିଛି। ସୂତ୍ର ମୁତାବକ କୋଭିସିଲ୍ଡ ଓ କୋଭାକ୍ସିନର ତୃତୀୟ ଡୋଜ ବା ବୁଷ୍ଟର ଡୋଜ ଭିତରେ ସମୟ ବ୍ୟବଧାନ ସ୍ଥିର କରିବା ପାଇଁ ଏବେ ବିଚାର ବିମର୍ଷ ଚାଲିଛି । ଖୁବ ଶୀଘ୍ର ଏନେଇ ଶେଷ ନିଷ୍ପତ୍ତି ନିଆଯିବ।

ବର୍ତ୍ତମାନ ଦେଶରେ ଓମିକ୍ରନ ସଙ୍କଟ ବଢ଼ୁଛି। ଶନିବାର ଦିନ ପ୍ରଧାନମନ୍ତ୍ରୀ ରାତିରେ ଘୋଷଣା କରିଛନ୍ତି ଜାନୁଆରି ୩ ତାରିଖରୁ ୧୫ ରୁ ୧୮ ବର୍ଷ ପିଲାମାନଙ୍କୁ ଟୀକାକରଣ ଆରମ୍ଭ କରାଯିବ। ସେହିପରି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମୀମାନଙ୍କୁ  ଜାନୁଆରି ୧୦ ତାରିଖରୁ ବୁଷ୍ଟର ଡୋଜ ଦିଆଜିବ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ୬୦ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଯେଉଁମାନେ ଗମ୍ଭୀର ରୋଗରେ ପୀଡ଼ିତ ଥିବେ ସେମାନେ ଡାକ୍ତରଙ୍କ ପରାମର୍ଷ ବୁଷ୍ଟର ଡୋଜ ଟୀକା ନେଇ ପାରିବେ। ସେମାନଙ୍କ ଟୀକାକରଣ ମଧ୍ୟ ଜାନୁଆରି ଆସନ୍ତା ୧୦ରୁ ଆରମ୍ଭ ହେବ। ପ୍ରିକସନ ଡୋଜର ଅର୍ଥ କୋଭିଡ ଟୀକାର ତୃତୀୟ ଡୋଜ ।

ନେସନାଲ ଟେକ୍ନିକାଲ ଏଡଭାଇଜରି ଗୃପ ଅନ ଇମ୍ୟୁନାଇଜେସନ (NTAGI) ଏହା ଉପରେ ବିଚାର ବିମର୍ଷ କରୁଛିକି ଦ୍ୱିତୀୟ ଓ ତୃତୀୟ ଡୋଜ ଭିତରେ ସମୟର ବ୍ୟବଧାନ ୯-୧୨ ମାସ ଭିତରେ ରହିବ । ସୂଚନା ଥାଉକି  ଭାରତରେ ୬୧ ଭାଗ ବୟସ୍କ ଲୋକ କରୋନାର ଦ୍ୱିତୀୟ ଡୋଜ ନେଇସାରିଛନ୍ତି। ସେହିପରି ୯୦ ଭାଗ ବୟସ୍କ ଲୋକ କୋଭିଡ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇ ସାରିଛନ୍ତି । ରବିବାର ସକାଳ ୭ଟା ପର୍ଯ୍ୟନ୍ତ ପରିସଂଖ୍ୟାନ ଅନୁସାରେ ଶନିବାର ପର୍ଯ୍ୟନ୍ତ ଦେଶରେ ପୁରା ୩୨ଲକ୍ଷ ୯୦ହଜାର ୭୬୬ଟି ଡୋଜ କୋଭିଡ ଟୀକାକରଣ କରାଯାଇଛି। ଯାହାଫଳରେ ଦେଶରେ ମୋଟ ଟୀକାକରଣ ୧୪୧.୩୭କୋଟିରେ ପହଞ୍ଚିଛି ।

   Related Posts