ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଔଷଧ  ପ୍ୟାକେଟ୍‌ରେ ଲେଖା ଥାଏ Rx, NRx, XRx, ଜାଣନ୍ତିକି ଏହାର ଅର୍ଥ?

29/09/2022 at 2:16 PM

ନୂଆଦିଲ୍ଲୀ ୨୯।୯: ଥଣ୍ଡା, କାସ କି ଜ୍ୱର ହେଲେ ଆମେ ସାଧାରଣତଃ ମେଡିସିନ ଷ୍ଟୋରରୁ କହିକି ଔଷଧ ନେଇ ଆସନ୍ତି। ବହୁତ ଲୋକେ ଏପରି କରନ୍ତି, ଅର୍ଥାତ ଡାକ୍ତରଙ୍କ ପରାମର୍ଶ ବିନା ଔଷଧର ପ୍ରୟୋଗ କରିଥାନ୍ତି। ତେବେ ବହୁତ କମ୍ ଲୋକେ ଧ୍ୟାନ ଦିଅନ୍ତି ସେମାନେ ଯେଉଁ ଔଷଧ ଖାଆନ୍ତି ସେହି ଔଷଧ ସମ୍ପର୍କରେ ପ୍ୟାକେଟ୍ ପଛପଟେ ଅନେକ ସୂଚନା ଦିଆଯାଇଥାଏ। ଏଣୁ ଔଷଧ ପ୍ୟାକେଟର ପଛପଟକୁ ଖୁବ କ୍ୱଚିତ ଲୋକେ ଦେଖିଥାନ୍ତି।

ଔଷଧ ପ୍ୟାକେଟ୍ ପଛପଟେ ଆରଏକ୍ସ, ଏନଆରଏକ୍ସ ଓ ଏକ୍ସଆରଏକ୍ସ ଆଦି ସାଙ୍କେତିକ ଭାବେ ଲେଖା ଯାଇଥାଏ। ଯାହାର ଅର୍ଥ ମଧ୍ୟ କ୍ୱଚିତ ଲୋକେ ବୁଝିଥାନ୍ତି। ଏଣୁ ଔଷଧ କିଣିବା ଓ ପ୍ରୟୋଗ କରିବା ବେଳେ ସତର୍କତା ଅବଲମ୍ବନ କରିଥାନ୍ତି। ଫଳରେ ଔଷଧକ ପାର୍ଶ୍ୱପ୍ରତିକ୍ରିୟା ଅଥବା ସେଭଳି କୌଣସି ପ୍ରକାରର ଅସୁବିଧାରୁ ବର୍ତ୍ତି ପାରନ୍ତି। ତେବେ ଆସନ୍ତୁ ଜାଣିବା ଔଷଧ ପ୍ୟାକେଟ୍ ଉପରେ ଲେଖାଥିବା ସାଙ୍କେତିକ ଶବ୍ଦର ଅର୍ଥ କ’ଣ ?

ଏହିପରି ଏକ ସାଙ୍କେତିକ ଶବ୍ଦ ହେଉଛି ଆରଏକ୍ସ। ଏହାର ଅର୍ଥ ଏପରି ଔଷଧ କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗ୍ରହଣ କରାଯାଇପାରେ। ଏଣୁ ଯେତେବେଳେ ଔଷଧ କିଣିବାକୁ ଯାଉଛନ୍ତି ପ୍ୟାକେଟ୍‌ରେ ଆରଏକ୍ସ ଲେଖାଥିଲେ ଚିକିତ୍ସକଙ୍କ ବିନା ପରାମର୍ଶରେ ଏପରି ଔଷଧ କିଣନ୍ତୁ ନାହିଁ।

ସେହିପରି ଏନଆରଏକ୍ସ ମଧ୍ୟ ଏକ ସଂକେତ, ଅର୍ଥାତ ଏପରି ଔଷଧ ଖାଇବାକୁ କେବଳ ସେହି ଡାକ୍ତର ଦେଇ ପାରନ୍ତି ଯେଉଁ ଡାକ୍ତରଙ୍କ ଏପରି ଔଷଧ ଲେଖିବା ପାଇଁ ଲାଇସେନ୍ସ ଥାଏ। ଯଦି କୌଣସି ମେଡିକାଲ ଷ୍ଟୋର ବିନା ଡାକ୍ତରଙ୍କ ପ୍ରେସ୍କ୍ରିପସନରେ ଏପରି ଔଷଧ ଦେଉଛନ୍ତି ତାଙ୍କଠାରୁ ଏପରି ଔଷଧ କିଣନ୍ତୁ ନାହିଁ କି ନିଜେ ନିଜେ ଏହାର ପ୍ରୟୋଗ କରନ୍ତୁ ନାହିଁ।

ସେହିପରି ଆଉ ଏକ ସଂକେତ ହେଉଛି ଏସଆରଏକ୍ସ, ଅର୍ଥାତ ଏପରି ଔଷଧ କେବଳ ଡାକ୍ତରଙ୍କଠାରୁ ନିଆଯାଇପାରେ। ଏଣୁ ବାହାରୁ କାହାଠାରୁ ଏପରି ଔଷଧ ସଂଗ୍ରହ କରିବା ଓ ପ୍ରୟୋଗ କରିବା ଉଚିତ ନୁହେଁ। ଯଦି ଡାକ୍ତର ପ୍ରେସ୍କ୍ରିପସନରେ ଏପରି ଔଷଧ ଲେଖିକରି ବାହାରୁ କିଣି ନେବାକୁ ବି କହନ୍ତି ତେବେ ସେପରି କିଣିବା ଉଚିତ ନୁହେଁ।

   Related Posts