ପାଟକୁରା ବିଧାନସଭା ଆସନରେ ୬ଜଣ ସ୍ବାଧୀନ ପ୍ରାର୍ଥୀ, ଜାଣନ୍ତୁ ଏମାନେ କିଏ ଓ ଏମାନଙ୍କ ଷ୍ଟ୍ରାଟେଜି କଣ…

Published By : Prameya-News7 Bureau | July 16, 2019 IST

ପାଟକୁରା୧୬|୭: ମାତ୍ର ତିନିଦିନ ପରେ ପାଟକୁରା ନିର୍ବାଚନ । ପ୍ରଚାର ମୈଦାନ ସରଗରମ ।  ୟା ଭିତରେ ପାଟକୁରା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୬ଜଣ ସ୍ବାଧୀନ ପ୍ରାର୍ଥୀ ଚର୍ଚ୍ଚାର ଆଢୁଆଳରେ ରହିଯାଉନାହାନ୍ତି ତ?  କେଉଁ ରଣନୀତି ଆପଣାଇଛନ୍ତି ସ୍ବାଧୀନ ପ୍ରାର୍ଥୀ ସେମାଙ୍କର ବିଜୟ ସମ୍ଭାବନା କେତେ ଆସନ୍ତୁ ନଜର ପକାଇବା।

{"id":134343}

ପାଟକୁରା ଗଡ ଜିତିବା ଲକ୍ଷ୍ୟରେ ଅଛନ୍ତି କିଛି ସ୍ବାଧୀନ ପ୍ରାର୍ଥୀ।  ପାଟକୁରା ନିର୍ବାଚନରେ ୬ଜଣ ପ୍ରାର୍ଥୀ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି । ସ୍ବାଧୀନ ଭାବେ ପ୍ରଫୁଲ ବେହେରା, ପରମାନନ୍ଦ ମହାରଣା, ଅନ୍ନଦା ପ୍ରସାଦ ରାଉତରାୟ, ଦିବ୍ୟ ସିଂହ ଦାସ, ରତିକାନ୍ତ କାନୁନଗୋ ଏବଂ ସଂଜୟ କୁମାର ସ୍ବାଇଁ ନିର୍ବାଚନ ଲଢୁଛନ୍ତି । ତେବେ ପ୍ରମୁଖ ତିନିଦଳର ଲଢେଇ ଭିତରେ ଏମାନଙ୍କ ପ୍ରଚାର ଯେମିତ ଫିକା ପଡିଯାଇଥିଲେ ବି ଏମାନେ ବିଜୟ ଆଶା ଛାଡ଼ିନାହାନ୍ତି । ନିଜ ଉଦ୍ୟମରେ ଭୋଟରମାନଙ୍କୁ ସାକ୍ଷାତ କରି ସମର୍ଥନ ଲୋଡ଼ିଛନ୍ତି। ଅଂଚଳର ବିକାଶ ସେମାନଙ୍କ ପ୍ରମୁଖ ମୁଦ୍ଦା ହୋଇଛି।  

{"id":134344}

୬ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ କେହି କେହି ପ୍ରମୁଖ ୩ ଦଳକୁ ଭିତିରିଆ ସମର୍ଥନ ନେଇ ଚର୍ଚ୍ଚା ହେଉଛି । ସ୍ବାଧୀନ ପ୍ରାର୍ଥୀ ଦିବ୍ୟସିଂହ ଦାସ ଏବେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ସମର୍ଥନ କରୁଛନ୍ତି।

{"id":134345}

ଦଳୀୟ ପ୍ରାର୍ଥୀଙ୍କ ଖାତାରେ ଅଧିକ ସଂଖ୍ୟକ ଭୋଟ ପଡିବାର ସମ୍ଭାବନା ଥିବା ବେଳେ ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ୍ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ଘାତକ ବି ହୋଇପାରେ । 

{"id":134346}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.