scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୨ ଡିସେମ୍ବର ରାତି ହେବ ସବୁଠୁ ଦୀର୍ଘ, ଜାଣନ୍ତୁ କେତେ ଘଣ୍ଟାର ଦିନ?

16/12/2023 at 8:01 PM

ନୂଆଦିଲ୍ଲୀ ୧୬।୧୨: ଡିସେମ୍ବର ସୋଲିଷ୍ଟିସ ସେହି ବିନ୍ଦୁ, ଯେଉଁଦିନ ଆକାଶରେ ସୂର୍ଯ୍ୟଙ୍କ ମାର୍ଗ ସବୁଠୁ ଦୂର ଦକ୍ଷିଣ ଦିଗରେ ଥାଏ। ଜ୍ୟୋତିଷୀୟ ଭାଷାରେ ଏହାକୁ ସୂର୍ଯ୍ୟଙ୍କ ଦକ୍ଷିଣାୟନ ମଧ୍ୟ କୁହାଯାଏ। ଏହି ସମୟରେ ଉତ୍ତର ଧ୍ରୁବରେ ରାତି ହୋଇଯାଏ ଓ ଦକ୍ଷିଣ ଧ୍ରୁବରେ ସୂର୍ଯ୍ୟ ଚମକୁଥାନ୍ତି। ୱିଣ୍ଟର ସୋଲିଷ୍ଟିସ୍‌ରେ ସୂର୍ଯ୍ୟ ଆକାଶରେ ସବୁଠୁ ଛୋଟ ମାର୍ଗରେ ଯାତ୍ରା କରନ୍ତି। ଏଣୁ ବର୍ଷର ଏହି ଦିନଟି ସବୁଠୁ କମ ସୂର୍ଯ୍ୟାଲୋକର ଦିନ ହୋଇଥାଏ। ଏଣୁ ସେଦିନ ରାତି ସବୁଠୁ ଦୀର୍ଘ ହୋଇଥାଏ।

ରାତି ପାଖାପାଖି ୧୬ ଘଣ୍ଟାର ହୋଇଥିବା ବେଳେ ଦିନ ମାତ୍ର ୮ ଘଣ୍ଟାର ହୋଇଥାଏ। ଏହି ଦିନଟି ହେଉଛି ଡିସେମ୍ବର ୨୨ ତାରିଖ, ଯେବେ ରାତି ଦୀର୍ଘ ହେବାକୁ ଥିବା ବେଳେ ଦିନ ଛୋଟିଆ ହୋଇଯିବ। ଏହା ଏଥି ଯୋଗୁ ହୋଇଥାଏ ଯେତେବେଳେ ପୃଥିବୀ ଘୂର୍ଣ୍ଣନ ଅକ୍ଷରେ ପାଖାପାଖି ୨୩.୫ ଡିଗ୍ରି ଅଣେଇ ହୋଇଯାଏ। ୱିଣ୍ଟର ସୋଲିଷ୍ଟିସ୍‌ ଏକ ବାର୍ଷିକ ପ୍ରକ୍ରିୟା, ବାସ୍ତବରେ ପୃଥିବୀ ବର୍ଷରେ ଦୁଇଥର ସୋଲିଷ୍ଟିସ୍‌ ଦେଇଯାଇଥାଏ। ଏଥିରୁ ଗୋଟିଏ ଉତ୍ତର ଗୋଲାର୍ଦ୍ଧରେ ହୋଇଥିବା ବେଳେ ଅନ୍ୟଟି ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ କାଳରେ ହୋଇଥାଏ।

୨୦-୨୧ ଜୁନ ବେଳକୁ ସମର ସୋଲିଷ୍ଟିସ୍‌ ହେଉଥିବା ବେଳେ ଡିସେମ୍ବର ୨୧-୨୨ ତାରିଖ ବେଳେ ୱିଣ୍ଟର ସୋଲିଷ୍ଟିସ୍ ହୋଇଥାଏ। ଆମେ ସମସ୍ତେ ଜାଣେ ପୃଥିବୀ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛି। ଯାହାର ପରିଣାମ ଦିନ ଓ ରାତି ହେବା ସହ ପୃଥିବୀରେ ଋତୁ ପରିବର୍ତ୍ତନ ହୋଇଥାଏ। ତେବେ ପୃଥିବୀର ଘୂର୍ଣ୍ଣ ଅକ୍ଷ ସରଳ ନଥାଏ। ସୂର୍ଯ୍ୟଙ୍କ ଚାରିପଟେ ଘୂରିବା ବେଳେ ନିଜ କକ୍ଷରେ ପାଖାପାଖି ୨୩.୫ ଡିଗ୍ରି କୋଣରେ ଝୁକି ରହିଥାଏ। ପୃଥିବୀ ଏପରି ଝୁଲି ରହିବା ଯୋଗୁ ସୂର୍ଯ୍ୟଙ୍କ କିରଣ ପୃଥିବୀର ଅଧିକ ବାୟୁମଣ୍ଡଳ ଦେଇ ଗତି କରିଥାଏ।

ଡିସେମ୍ବରରେ ଦିନ ଛୋଟ ହେବା ଯୋଗୁ ଶୀତଳତା ଅନୁଭବ ବଢି ଯାଇଥାଏ। ଆମକୁ ଦିନ ଛୋଟ ଓ ରାତି ଦୀର୍ଘ ଲାଗିଥାଏ। ସୂର୍ଯ୍ୟ ଆକାଶରେ ଖବୁ୍ ତଳେ ଦେଖାଯାଇଥାନ୍ତି। ଏଣୁ ତାଙ୍କର ଛାୟା ଦୀର୍ଘ ହୋଇଥାଏ। ଫଳରେ  ବର୍ଷର ଏହି ଦିନ ସବୁଠୁ ଥଣ୍ଡା ଓ ଅନ୍ଧକାର ଛନ୍ନ ହୋଇଥାଏ। ତେବେ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ କିରଣ ବେଶ୍ ସ୍ପଷ୍ଟ ପଡିଥାଏ ଓ ଉଷ୍ମ ଅନୁଭବ ବଢେ। ଏଣୁ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁର ଆଗମନ ହୁଏ।   

   Related Posts