ମହା ଶିବରାତ୍ରିରେ କରନ୍ତୁ ଏହି ଉପାୟ, ଭକ୍ତଙ୍କ ସମସ୍ତ ମନୋକାମନା ପୂରଣ କରିବେ ଭୋଳାନାଥ
21/02/2020 at 3:32 PM

ମହାଶିବରାତ୍ରି ଭଗବାନ ଶିବଙ୍କ ପୂଜା ଲାଗି ଏକ ବିଶେଷ ଦିନ। ଭକ୍ତମାନେ ଏହି ଦିନ ବିଧି ବିଧାନରେ ଶିବଙ୍କ ପୂଜାର୍ଚ୍ଚନା କରିବା ସହ ଉପବାସ ବ୍ରତ ବି ରଖନ୍ତି। ଭକ୍ତଙ୍କ ବିଶ୍ୱାସ ବ୍ରତ ଓ ଉପବାସ ଯୋଗୁ ସମସ୍ତ ମନୋକାମନା ପୂରଣ ହୋଇଥାଏ। ତେବେ ଏପରି କୌଣସି ପର୍ବ ପର୍ବାଣୀରେ ସମସ୍ତଙ୍କ ମନରେ ଗୋଟିଏ ଉତ୍କଣ୍ଠା ଥାଏ, ତାହା ହେଉଛି ପୂଜା କରିବାର ବିଧି ବିଧାନ। ତେବେ ଆସନ୍ତୁ ଜାଣିବା ମହା ଶିବରାତ୍ରି କିପରି ପାଳନ କରାଯାଏ

ରାତ୍ର ଜାଗରଣ
ମହାଶିବରାତ୍ରିକୁ ଜାଗର ବୋଲି ମଧ୍ୟ ଲୋକେ କହିଥାନ୍ତି। ଏହା ପଛରେ ବି ଏକ କାରଣ ରହିଛି। ଯେଉଁମାନେ ଶିବରାତ୍ରି ବ୍ରତ ଉପବାସ ରଖନ୍ତି ସେମାନେ ରାତ୍ରି ଜାଗରଣ କରି ଶିବଙ୍କ ୪ ପ୍ରହର ପୂଜା ବି କରନ୍ତି। ରାତ୍ରିଜାଗରଣ କାଳରେ ଭକ୍ତ ଚାହିଁଲେ ଶିବଙ୍କ ରୁଦ୍ରାଭିଷେକ ବି କରିପାରିବେ। ରାତ୍ର ଉଜାଗର ଲାଗି ଭକ୍ତ ଭଜନ କିର୍ତ୍ତନ ମଧ୍ୟ କରିପାରନ୍ତି। କେବଳ ସେତିକି ନୁହେଁ ରାତ୍ରି ଉଜାଗର ରହି ଶିବଙ୍କ କୌଣସି ମନ୍ତ୍ର ବି ସିଦ୍ଧି କରିପାରିବେ। ତେବେ ମହାଶିବରାତ୍ରିରେ ଶିବଙ୍କ ମହାମୃତ୍ୟଞ୍ଜୟ ମନ୍ତ୍ର ଜପ ଅତ୍ୟ୍ତ ଶୁଭପ୍ରଦନ ମନେ କରାଯାଏ। ଏହି ଦିନ ଆପଣ ମନକାମନା ସିଦ୍ଧି ଲାଗି ରୁଦ୍ରାକ୍ଷ ମଧ୍ୟ ଧାରଣ କରିପାରିବେ।

ହ୍ରାସ ହେବ ଶନି ଓ ରାହୁଙ୍କ ଅଶୁଭ ପ୍ରଭାବ
ମହାଶିବରାତ୍ରି ବ୍ରତ ଯେଉଁମାନେ ପାଳନ କରନ୍ତି ସେମାନଙ୍କର ଗୋଚର ଶନି ଓ ରାହୁ ଯଦି ଅଶୁଭ ଥାନ୍ତି ତେବେ ଏହି ଗ୍ରହମାନଙ୍କ ଅଶୁଭ ପ୍ରଭାବ ହ୍ରାସ ହୋଇଥାଏ। ଏହି ଦିନରେ ଦାନର ବି ବିଶେଷ ମହତ୍ୱ ରହିଛି। ସେହିପରି ତୀର୍ଥ ସ୍ନାନ କଲେ ବ୍ରତ ପାଳନକାରୀ ଅନେକ ପୂଣ୍ୟର ଅଧିକାରୀ ହୋଇଥାନ୍ତି। ଏହିନ ଦିନ ମନ୍ଦିର ଯାଇ ଶିବଙ୍କ ଦର୍ଶନ ଓ ଅଭିଷେକ କରିବା ବିଧେୟ।