ଶନିଦେବଙ୍କୁ କାହିଁକି ତେଲ ଅର୍ପଣ କରାଯାଇଥାଏ, ଜାଣନ୍ତୁ ପୌରାଣିକ କାରଣ

Published By : Prameya-News7 Bureau | January 19, 2019 IST

ଭୁବନେଶ୍ୱର ୧୯/୧ : ଶନିଦେବଙ୍କୁ କର୍ମଫଳ ଦେବତା ବା କର୍ମଫଳ ଦେଉଥିବା ଗ୍ରହ ଭାବେ ବିଶ୍ୱାସ କରାଯାଏ | ଶନିଦେବଙ୍କୁ ତେଲ ଅର୍ପଣ କରାଯାଇଥାଏ | ଶନିଙ୍କୁ କାହିଁକି ତେଲ ଅର୍ପଣ କରାଯାଇଥାଏ ଆସନ୍ତୁ ଜାଣିବା :

{"id":75676}

ପୌରାଣିକ କଥାରେ ବର୍ଣ୍ଣନା କରାଯାଇଛି ଯେ, ଅହଙ୍କାରୀ ରାବଣ ନିଜ ବଳରେ ସମସ୍ତ ଗ୍ରହଙ୍କୁ ବନ୍ଦୀ କରିଦେଇଥିଲା | ଶନିଦେବଙ୍କୁ ମଧ୍ୟ ରାବଣ ବନ୍ଦୀ କରି ଓଲଟା ଟାଙ୍ଗି ଦେଇଥିଲା | ଯେତେବେଳେ ହନୁମାନ, ପ୍ରଭୁ ରାମଚନ୍ଦ୍ରଙ୍କ ଦୂତ ସାଜି ଲଙ୍କାରେ ପହଁଚିଲେ, ରାବଣ ହନୁମାନଙ୍କ ଲାଞ୍ଜରେ ମଧ୍ୟ ନିଆଁରେ ଲଗାଇଦେଇଥିଲା | ରାବଣର ଏସବୁ କାରନାମାରେ ହନୁମାନ କ୍ରୋଧିତ ହୋଇଯାଇଥିଲେ | ହନୁମାନଙ୍କ ଲାଞ୍ଜରେ ନିଆଁ ଲଗାଇଦେବାରୁ ହନୁମାନ ରାଗିଯାଇ ପୁରା ଲଙ୍କାରେ ନିଆଁ ଲଗାଇଦେଇଥିଲେ | ଫଳରେ ସମ୍ପୂର୍ଣ୍ଣ ଲଙ୍କା ଜଳିଯାଇଥିଲା ଏବଂ ସମସ୍ତ ଗ୍ରହ ମୁକ୍ତ ହୋଇଯାଇଥିଲେ | କିନ୍ତୁ ଓଲଟା ଟଙ୍ଗାଯାଇଥିବା କାରଣରୁ ଶନିଦେବଙ୍କର ଭୀଷଣ ଶରୀର ପୀଡା ହେଉଥିଲା | ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ | ଶନିଦେବଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ ହନୁମାନ ତାଙ୍କୁ ତେଲ ଲଗାଇ ମାଲିସ କରିଦେଇଥିଲେ | ଫଳରେ ଶନିଦେବ ଶରୀର ପୀଡାରୁ ମୁକ୍ତି ପାଇଥିଲେ | ସେତେବେଳେ ଶନିଦେବ କହିଥିଲେ ଯେ, ଯେଉଁ ବ୍ୟକ୍ତି ଶ୍ରଦ୍ଧାର ସହ ତାଙ୍କୁ ତେଲ ଅର୍ପଣ କରିବ, ତାର ସବୁ ସମସ୍ୟା ଦୂର ହେବ | ସେହିଦିନଠାରୁ ଶନିଦେବଙ୍କୁ ତେଲ ଅର୍ପଣ କରିବ ପରମ୍ପରା ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣିତ ରହିଛି |

{"id":75677}

ଏ ସମ୍ପର୍କରେ ପୁରାଣରେ ଆଉ ଏକ ବିଶ୍ଵାସ ମଧ୍ୟ ରହିଛି | ରାମାୟଣ ଯୁଗରେ ଶନିଦେବ ନିଜ ବଳ ଓ ପରାକ୍ରମକୁ ବହୁତ ଗର୍ବ କରୁଥିଲେ | ସେତେବେଳେ ହନୁମାନ ଭଗବାନଙ୍କ ବଳ ଓ ପରାକ୍ରମର କୀତ୍ତିମାନ ବିଷୟରେ ଶୁଣି ଶନିଦେବ ହନୁମାନଙ୍କ ସହ ଯୁଦ୍ଧ କରିବ ପାଇଁ ବାହାରି ପଡିଲେ | ଯେତେବେଳେ ଶନିଦେବ ହନୁମାନଙ୍କ ପାଖରେ ପହଁଚିଲେ, ହନୁମାନ ସେତେବେଳେ ଏକ ଶାନ୍ତ ଜାଗାରେ ବସି ଶ୍ରୀରାମଙ୍କୁ ପ୍ରାର୍ଥନା କରୁଥିଲେ | ଶନିଦେବ ସେଠାରେ ପହଂଚି ହନୁମାନଙ୍କୁ ଯୁଦ୍ଧ କରିବା ପାଇଁ ଉସୁକାଇଥିଲେ | କିନ୍ତୁ ସେତେବେଳେ ହନୁମାନ ଜାଣିସାରିଥିଲେ ଯେ, ଶନିଦେବ କାହିଁକି ତାଙ୍କ ପାଖକୁ ଯୁଦ୍ଧ କରିବା ପାଇଁ ଆସିଛନ୍ତି | ସେଥିପାଇଁ ସେ ଶନିଦେବଙ୍କ ସହ ଯୁଦ୍ଧ ନକରି ତାଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଥିଲେ | କିନ୍ତୁ ଶନିଦେବ ହନୁମାନଙ୍କ କଥା ଶୁଣିନଥିଲେ | ଶେଷରେ ହନୁମାନ ଯୁଦ୍ଧ ପାଇଁ ରାଜି ହୋଇଥିଲେ | ଏହାପରେ ଉଭୟ ଶନିଦେବ ଏବଂ ହନୁମାନଙ୍କ ମଧ୍ୟରେ ଜୋରଦାର ଯୁଦ୍ଧ ହୋଇଥିଲା |

{"id":75678}

ଯୁଦ୍ଧରେ ଶନିଦେବ ହାରି ଯାଇଥିଲେ | ଯୁଦ୍ଧରେ ହନୁମାନ ଶନିଦେବଙ୍କ ଉପରେ ଭୟଙ୍କର ପ୍ରହାର କରିଥିଲେ | ଯାହାଫଳରେ ଶନିଦେବଙ୍କ ଶରୀରରେ ଭୀଷଣ ପୀଡ଼ ହୋଇଥିଲା | ଶନିଦେବଙ୍କ ଶରୀରରେ ଏତେ ପୀଡା ହେଉଥିଲା ଯେ, ସେ ସହ୍ୟ କରିପାରିନଥିଲେ | ଏହାପରେ ହନୁମାନ ତେଲ ଆଣି ଶନିଦେବଙ୍କୁ ଦେଇଥିଲେ | ତେଲ ଲଗାଇବା ପରେ ଶନିଦେବଙ୍କ ଶରୀର ପୀଡା କମିଯାଇଥିଲା | ଏଥିରେ ପ୍ରସନ୍ନ ହୋଇ ଶନିଦେବ କହିଥିଲେ ଯେ, ଯେଉଁ ବ୍ୟକ୍ତି ଶ୍ରଦ୍ଧାର ସହ ତାଙ୍କୁ ତେଲ ଅର୍ପଣ କରିବା ସେ ସେହି ବ୍ୟକ୍ତିର ସବୁ ପୀଡା ଦୂର କରିବେ | ଏହାସହ ସେହି ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ କରିବେ |

{"id":75679}

ସେହି ଦିନଠାରୁ ଏହି ପରମ୍ପରା ଚାଲିଆସୁଛି | ପୂରଣ ବର୍ଣିତ ଏହି କଥା ଉପରେ ବିଶ୍ୱାସ କରି ଲୋକେ ଶନିଦେବଙ୍କୁ ତେଲ ଅର୍ପଣ କରିଥାନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.