ଯୁଦ୍ଧ କାଳୀନ ଭିତ୍ତିରେ ଶ୍ରୀକ୍ଷେତ୍ରରେ ଚାଲିଛି ରଥ କାମ; ଜାଣନ୍ତୁ ୧୬ ଦିନରେ କେତେ ବାଟ ଆଗେଇଲା ରଥ ତିଆରି

Published By : Prameya-News7 Bureau | May 18, 2022 IST

ପୁରୀ ୧୮/୦୫ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଆସନ୍ତା ୨୨ରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ। ବିଧି ଅନୁଯାୟୀ ଏହି ଅବସରରେ ତିନି ରଥର ତିନୋଟି ଅଖ ସହିତ ୬ ଟି ଚକ ଡେରାଯିବ। ଏଥିପାଇଁ ବିଶ୍ଵକର୍ମା ମହାରଣା ମାନେ ତିନିରଥ ପାଇଁ ୬ଟି ଚକ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ବେଳେ ଆଜି ଅଖ ଅନୁକୂଳ କରିଛନ୍ତି। ସେହିପରି ରୂପକାର ସେବକମାନେ ଗୁଜ କାଠରେ ନୃସିଂହ ମୂର୍ତ୍ତି ଖୋଦେଇ କାମକୁ ତ୍ବରାନ୍ବିତ କରିଛନ୍ତି।

{"id":630708,"sizeSlug":"full","linkDestination":"none"}

ଭୋଇ ସେବକମାନେ ବିଲେଇ ବାଡିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି। ତିନିରଥ ପାଇଁ ସମୁଦାୟ ୪୨ଟି ଚକର ଆବଶ୍ୟକ ଥିବାବେଳେ ଖୁବଶୀଘ୍ର ସମସ୍ତ କାମ ଶେଷ ହେବ ବୋଲି ମୁଖ୍ୟ ବିଶ୍ଵକର୍ମା କହିଛନ୍ତି। ସେହିପରି ରୂପକାର ସେବକମାନେ ତାଳଧ୍ଵଜ ଓ ନନ୍ଦିଘୋଷ ରଥର ୧୬ ଟି ଓ ଦର୍ପଦଳନ ରଥରେ ୧୨ଟି ଲେଖାଏଁ ଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି।

{"id":630709,"sizeSlug":"full","linkDestination":"none"}

ସେପଟେ ଡ୍ରିଲ ମେସିନ୍ ଦ୍ବାରା ତୁମ୍ବର ମଝିରେ ଅଖ ପାଇଁ ବିନ୍ଧ କରାଯାଉଛି।‌ ପହିର ବିନ୍ଧରେ କୀଳା ଦେଇ ଅର ସହିତ ଟାଇଟ୍ ହେବା ପରେ ବିଲେଇ ବାଡିଆ ହେଉଛି। ଚକରେ ଲାଗି ହୋଇଥିବା ପହିର ବାହାର ଅଂଶରେ ଖୁସି ଅର ଲାଗୁଛି। ଗୋଟିଏ ଚକରେ ଚାରୋଟି ପହି ଓ ୧୬ଟି ଅର ଲାଗୁଥିବା ବେଳେ ଜଣେ ଅଭିଜ୍ଞ ବିଶ୍ଵକର୍ମା ମଝିରେ ତୁମ୍ବ ଉପରେ ବସି ହାତରେ ମାପ ବାଡି ଧରି ଚକର ଚତୁଃପାର୍ଶ୍ଵକୁ କେଉଁଠି କେତେ ମାଡ ପଡିବ ତାହା ନିର୍ଦ୍ଦେଶ ଦେଉଛନ୍ତି। ଏହାପରେ କଳସା କାମ ହେବ। ଚାରିଟି ପହିର ସଂଯୋଗ ସ୍ଥଳକୁ ମାପ କରି ଦାଗ ଦେଇ ଉଭୟ ଅଂଶକୁ ଆବଶ୍ୟକତା ଅନୁସାରେ କଟାଯାଇ ପଇକୁ ଖାପରେ ପକାଇ ଚକ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ବିଶ୍ଵକର୍ମା।

{"id":630710,"sizeSlug":"full","linkDestination":"none"}

ଭୋଇ ସେବକମାନେ ଜନ୍ତାଗାଡରେ ପ୍ରାୟ ୨୦ଟି ସିଙ୍ଗଡା ବାଡିଆ କାର୍ଯ୍ୟ ଶେଷ କରିଛନ୍ତି। ସେପଟେ କମାର ଶାଳରେ ଓଝା ସେବକମାନେ ଚକ ପାଇଁ ଆବଶ୍ୟକୀୟ ସମସ୍ତ କଣ୍ଟା ପ୍ରସ୍ତୁତ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.