ହାଇଦ୍ରାବାଦ ମେୟର ନିର୍ବାଚନକୁ ନେଇ ଫଶିଚି ପେଞ୍ଚ ! ଜାଣନ୍ତୁ କାହାର ସମର୍ଥନ ନେବ TRS

Published By : Prameya-News7 Bureau | December 05, 2020 IST

ହାଇଦ୍ରାବାଦ ୫।୧୨: ନିକଟରେ ଶେଷ ହୋଇଥିବା ଗ୍ରେଟର ହାଇଦ୍ରାବାଦ ମ୍ୟୁନସିପାଲ କର୍ପୋରେସନ (ଜିଏଚ୍ଏମସି) ନିର୍ବାଚନ ଫଳାଫଳ ଆସି ସାରିଛି। ଟିଆରଏସକୁ ଅଧିକ ଆସନ ମିଳିଥିଲେ ବି ନିର୍ଦ୍ୱନ୍ଦରେ ମେୟର ପ୍ରାର୍ଥୀ ଦେଇ ପାରିବନି। ଏଥିରେ ଟିଆରଏସ୍‌କୁ ସମର୍ଥନ ଲୋଡା। କଂଗ୍ରେସକୁ ନିର୍ବାଚନରେ ମାତ୍ର ୨ଟି ଆସନ ମିଳିଥିବା ବେଳେ ଏଆଇଏମଆଇଏମକୁ ୪୪, ବିଜେପିକୁ ୪୮ ଓ ଶାସକ ଟିଆରଏସକୁ ସର୍ବାଧିକ ୫୫ଟି ଆସନ ମିଳିଛି।

{"id":373225,"sizeSlug":"large"}

କେବଳ କଂଗ୍ରେସ ସମର୍ଥନରେ ଟିଆରଏସ୍ ମେୟର ପଦବୀ ଲାଗି ଦାବି କରିପାରିବନି। ଏଣୁ ହୁଏତ ଏଆଇଏମଆଇଏମ୍‌ ସମର୍ଥ ମଧ୍ୟ ଆବଶ୍ୟକ ପଡିବ। ତେବେ ଟିଆରଏସ ଏବେ ନୂଆ ଯୋଜନା କରୁଛି। କୌଣସି ଦଳର ସମର୍ଥନ ବିନା କିପରି ନିଜ ମେୟର ପ୍ରାର୍ଥୀଙ୍କୁ ଜିତାଇ ଆଣିବ ସେଥିଲାଗି ରଣନୀତି ପ୍ରସ୍ତୁତିରେ ଲାଗିଛି। ମେୟର ନିର୍ବାଚନରେ ଲୋକସଭା ସଦସ୍ୟ, ଜିଏଚଏମସିଙ୍କ ପୂର୍ବତନ ସଦସ୍ୟ ଓ ଅଞ୍ଚଳର ବିଧାୟକଙ୍କ ମତଦାନ ଲାଗି ଅଧିକାର ରହିଛି। ଏଣୁ ଟିଆରଏସ ଏବେ ଏପରି ଭୋଟରଙ୍କ ସୂଚୀ ପ୍ରସ୍ତୁତିରେ ଲାଗିପଡିଛି।

{"id":373231,"sizeSlug":"large"}

ଟିଆରଏସ ନିକଟରେ ମଧ୍ୟ ଏପରି ମତଦାତାଙ୍କ ଦୀର୍ଘ ସୂଚୀ ବି ରହିଛି। ଯେଉଁମାନେ ଆବଶ୍ୟକ ପଡିଲେ ଟିଆରଏସ ସପକ୍ଷରେ ଭୋଟ ଦେଇପାରିବେ। ହେଲେ ଏଥିରେ ବି ଏକ ପେଞ୍ଚ ରହିଛି। ମେୟର ନିର୍ବାଚନରେ ସେପରି ଲୋକେ ମତଦାନ କରିପାରିବେ ନାହିଁ ଯେଉଁମାନେ ନିକଟରେ ଅନୁଷ୍ଠିତ କୌଣସି ନିର୍ବାଚନରେ ଭୋଟ ଦେଇଥିବେ। ଏଣୁ ଏହିଠାରୁ ହିଁ ଆରମ୍ଭ ହେବ ଅସଲି ନଗରନିଗର ନିର୍ବାଚନ ରାଜନୀତି। ତେବେ ଜିଏଚ୍‌ଏମସିଙ୍କ ବର୍ତ୍ତମାନ ନିଗମ କାର୍ଯ୍ୟକାଳ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ବୈଧ ଅଛି। ଏଣୁ ଟିଆରଏସକୁ ମେୟାର ନିର୍ବାଚନ ଲାଗି ନିଷ୍ପତ୍ତି ନେବାକୁ ବା ଏଥିଲାଗି ଆବଶ୍ୟକ ରାଜନୈତିକ ଦଳ ସହ ମେଣ୍ଟ କରିବାକୁ ଯଥେଷ୍ଟ ସମୟ ମଧ୍ୟ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.