ହଙ୍ଗକଙ୍ଗରେ ବିକ୍ରି ହେଲା ବିଶ୍ୱର ସବୁଠୁ ମହଙ୍ଗା କାର ପାର୍କିଂ ପ୍ଲେସ, ମୂଲ୍ୟ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ

Published By : Prameya-News7 Bureau | October 28, 2019 IST

ହଙ୍ଗକଙ୍ଗ: ଏକ ୭୩ ମହଲା ବିଲ୍ଡିଂର କାର ପାର୍କିଂ ପ୍ଲେସ ବିକ୍ରି ହୋଇଛି। ତେବେ ୧୩୪.୫ ବର୍ଗଫୁଟର ଏହି ପାର୍କିଂ ପ୍ଲେସ ଯେଉଁ ଦରରେ ବିକ୍ରି ହୋଇଛି ତାହା ହିଁ ଏବେ ପାଲଟିଛି ଚର୍ଚ୍ଚାର ବିଷୟ। ଏହି ପାର୍କିଂଟି ୯ଲକ୍ଷ ୬୯ ହଜାର ଡଲାର( ଭାତୀୟ ମୁଦ୍ରାରେ ୬.୭୮କୋଟି ଟଙ୍କା ) ରେ ବିକ୍ରି ହୋଇଛି। ଫଳରେ କାର ପାର୍କିଂଟି ବିଶ୍ୱର ସବୁଠାରୁ ମହଙ୍ଗା ପାର୍କିଂ ପ୍ଲେସରେ ପରିଣତ ହୋଇଛି।

{"id":176156,"width":584,"height":389}

ଜନି ଚ୍ୟୁଙ୍ଗ ଶୁନ-ୟୀ ଏହି ପାର୍କିଂ ପ୍ଲେସର ମାଲିକ ଥିଲେ। ଜନିଙ୍କ ଅନୁସାରେ ସେ ତାଙ୍କର ଚତୁର୍ଥ ତଥା ଶେଷ ପାର୍କିଂ ପ୍ଲେସ୍ କୁ ବିକ୍ରି କରିଛନ୍ତି। ତେବେ ତାଙ୍କର ପ୍ରଥମ ପାର୍କିଂ ପ୍ଲେସ ଟିକୁ ଯିଏ କିଣି ଥିଲେ ସେ ହିଁ ଦ୍ୱିତୀୟ, ତୃତୀୟ ଓ ଶେଷ ପାର୍କିଂକୁ କିଣିଛନ୍ତି। ବିଲ୍ଡିଂରେ ତାଙ୍କର କାର୍ଯ୍ୟାଳୟ ରହିଛି। ଏଣୁ ସେ ପାର୍କିଂ ପ୍ଲେସଗୁଡିକୁ କ୍ରୟ କରିଛନ୍ତି। ତେବେ ଜନି ତାଙ୍କଠାରୁ ପାର୍କିଂ ପ୍ଲେସ କ୍ରୟ କରିଥିବା କ୍ରେତାଙ୍କ ନାମ ଗୋପନ ରଖିଛନ୍ତି।

{"id":176155,"width":581,"height":385}

ତେବେ ହଙ୍ଗକଙ୍ଗରେ ପାର୍କିଂ ପ୍ଲେସ ମୂଲ୍ୟରୁ ଏଠାରେ ପ୍ରପର୍ଟିର ମୂଲ୍ୟ କେତେ ତାହା ସହଜରେ ଅନୁମାନ କରାଯାଇପାରେ। ଜନି ତାଙ୍କ ପାର୍କିଂ ପ୍ଲେସକୁ ପ୍ରତି ବର୍ଗ ଫୁଟ ୭ ହଜାର ୨ଶହ ଡଲାର ଅର୍ଥାତ ୫ଲକ୍ଷ ଟଙ୍କାରେ ବିକିଛନ୍ତି। ତେବେ ଏହି ହିସାବରେ ଆମେରିକାର ମେନହଟନରେ ପ୍ରତି ବର୍ଗଫୁଟ ୧ହଜାର ୭୭୦ ଡଲାରରେ ବିକ୍ରି ହେଉଛି। ହଙ୍ଗକଙ୍ଗର ପାର୍କିଂ ପ୍ଲେସ ମୂଲ୍ୟରେ ଏଠାରେ ୪ଟି ଲଗଜୁରୀ ଆପାର୍ଟମେଣ୍ଟ କ୍ରୟ କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.