ଏଥିରୁ ମିଳେ ଘରେ ଭୂତପ୍ରେତଙ୍କ ଅବସ୍ଥାନର ସଙ୍କେତ, ଚେଷ୍ଟା କରନ୍ତୁ ବୁଝିବାକୁ

Published By : Prameya-News7 Bureau | November 21, 2019 IST

ଈଶ୍ୱରଙ୍କ ଅବସ୍ଥିତି ନେଇ ଲୋକଙ୍କର ଯେପରି ଆସ୍ଥା ରହିଛି ଠିକ୍ ବିପରୀତ ଭୂତ,ପ୍ରେତ ଓ ଅଶରୀରଙ୍କ ଅବସ୍ଥାନ ନେଇ ମଧ୍ୟ ଲୋକଙ୍କ ବିଶ୍ୱାସ ରହିଛି। ତେବେ ଭୂତପ୍ରେତଙ୍କ ଅବସ୍ଥାନର ସୂଚନା ବେଶ ସହଜରେ ମିଳିଯାଇଥାଏ। ଯେଉଁଥିଲାଗି ଲୋକେ ଆତଙ୍କିତ ହୋଇପଡନ୍ତି। ତେବେ ଆପଣଙ୍କ ଘର ସେଭଳି ନେଗେଟିଭ ଏନର୍ଜୀଙ୍କ ବାସସ୍ଥାନ ନୁହେଁତ ? ଆସନ୍ତୁ ଜାଣିବା।

{"id":187879,"width":582,"height":575,"sizeSlug":"large"}

ଭୂତ,ପ୍ରେତ ଅଶରୀର। ସେମାନଙ୍କୁ ଦେଖି ହୁଏନି। ହେଲେ ମଣିଷ ସହ ସେମାନଙ୍କ ଅବସ୍ଥାନ କିନ୍ତୁ ଭଲ ନୁହେଁ। ତେବେ ଘରେ ଏଭଳି ଏନର୍ଜିର ସ୍ଥିତି ଘରର ମୁଖ୍ୟ ଦରୱାଜା, ଫାଟକ, ଘରର ବେସମେଣ୍ଟ ଓ ନିର୍ମାଣ ଶୈଳୀରୁ ସହଜରେ ଜାଣି ହୋଇଯାଏ। ଯଦି ଘରର ମୁଖ୍ୟ ଫାଟକ ଦକ୍ଷିଣ-ପଶ୍ଚିମ ଦିଗ ଅର୍ଥାତ ନୈଋତ କୋଣରେ ଥାଏ , ବେସମେଣ୍ଟରେ ଘରର ଆବର୍ଜା ପାଣି ବାହାରକୁ ଯିବାର ବ୍ୟବସ୍ଥା ଥାଏ ଅଥବା ଘରର କୌଣସି ଅଂଶ ଅଧିକ ବଢିକରି ଥିଲେ ସେଠାରେ ଏଭଳି ଏନର୍ଜୀଙ୍କ ଅବସ୍ଥାନ ଅନୁଭବ କରାଯାଇପାରେ।

{"id":187880,"width":577,"height":385,"sizeSlug":"large"}

ତେବେ ଘରେ ଯଦି ଏଭଳି ବାସ୍ତୁଦୋଷ ଯୋଗୁ ନେଗେଟିଭ ଏନେର୍ଜୀକୁ ପ୍ରୋତ୍ସାହନ ମିଳୁଥାଏ ଏହାର ପ୍ରଥମ ପ୍ରଭାବ ଘରର ମହିଳାଙ୍କ ଉପରେ ପଡିଥାଏ। ଏଣୁ ଏଭଳି ବାସ୍ତୁ ଦୋଷକୁ ଅବହେଳା କରନ୍ତୁନି। ଯଦି ଘରେ ଅଧିକ ସମୟ ଧରି ପରିସ୍ଥିତି ଜାରି ରହେ ତେବେ ଘରର ଦକ୍ଷିଣ-ପଶ୍ଚିମ କୋଣ ଯାଞ୍ଚ କରନ୍ତୁ। ସେଠାରେ ଯଦି କୌଣସି ଗାଡ, ଖାତ ଆଦି ଥାଏ ତେବେ ତାକୁ ତୁରନ୍ତ ପୋତିବାର ବ୍ୟବସ୍ଥା କରିବା ସହ ମନରୋଗ ଭୋଗୁଥିବା ସଦସ୍ୟଙ୍କ ଡାକ୍ତରୀ ଚିକିତ୍ସା ମଧ୍ୟ କରାନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.