LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନିଜ ଜୀବନକୁ ବାଜି ଲଗେଇ କସାଵର ଫଟୋ ଉଠେଇଥିବା ଫଟୋଗ୍ରାଫରଙ୍କୁ ଜାଣିଛନ୍ତି କି ? ଜାଣନ୍ତୁ ସେ କିଏ…

26/11/2018 at 1:39 PM

ଦିଲ୍ଲୀ ୨୬/୧୧ : ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଛି ୧୦ ବର୍ଷ | ତଥାପି ଲୋକଙ୍କ ମନରୁ ସେହିଦିନର ଦୃଶ୍ୟ ଉଦ୍ଭିଯାଇ ନାହିଁ | ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଥିଲେ ୧୬୬ ଜଣ ନିରୀହ ଜନତା | ୩୦୦ରୁ ଅଧିକ ଆହତ ହୋଇଥିଲେ | ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କୀ ଅଜମଲ କସାଵକୁ ଜୀବନ୍ତ କାବୁ କରିବାରେ ସକ୍ଷମ ହୋଇଥିଲା ମହାରାଷ୍ଟ୍ର ପୋଲିସ | ୨୦୧୨ ମସିହାରେ କସାଵକୁ ଫସି ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା | କସାଵର ଆକ୍ରମଣ ବେଳର ଫଟୋ ଆଜି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି | ତେବେ କସାଵଙ୍କ ସେହି ଫଟୋ କିଏ ଉଠେଇଥିଲେ ଜାଣିବା |

୨୦୦୮ ମସିହା ନଭେମ୍ବର ୨୬ ଆକ୍ରମଣ ବେଳେ ସେବେଷ୍ଟୀଆନ ଡି’ସୌଜା ନାମକ ଜଣେ ଫଟୋଗ୍ରାଫର କସାଵ ଏବଂ ତାର ସାଥି ଆତଙ୍କୀ ଇଶମେଲ ଖାନର ଫଟୋ ନେବାରେ ସଫଳ ହୋଇଥିଲେ |

ପୋଲିସ ସହ ଫିରିଙ୍ଗ ବେଳେ ସେବେଷ୍ଟୀଆନ କସାଵର ଏହି ଫଟୋ ନେବାରେ ସକ୍ଷମ ହୋଇଥିଲେ | ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାସ ଷ୍ଟେସନରେ ନିରୀହ ଲୋକଙ୍କ ଉପରକୁ ଗୁଳି ଚାଲିଥିବାବେଳେ ସେବେଷ୍ଟୀଆନ କସାଵର ଫଟୋ ଉଠାଇଥଲେ | ଏକ ଟ୍ରେନ ପଛପଟେ ଲୁଚି ନିଜ ଟେଲି ଫଟୋ ଲେନ୍ସ ଜରିଆରେ କସାଵର ଏହି ଫଟୋ ଉଠେଇଥିଲେ |

ସେବେଷ୍ଟୀଆନଙ୍କ ଅଫିସ ଛତ୍ରପତି ଶିବାଜୁ ଷ୍ଟେସନର ଠିକ ପଛପଟେ ଥିଲା | ଫାଇରିଂ ଶବ୍ଦ ଶୁଣି ସେ ଷ୍ଟେସନକୁ ଦୌଡ଼ି ଆସିଥିଲେ | ନିଜ ଜୀବନକୁ ଖାତିର ନକରି କସାଵର ଫଟୋ ଉଠେଇଥିଲେ ସେବେଷ୍ଟୀଆନ ଯେଉଁଥିରେ କସାଵ ଏକେ୪୭ ଧରି ଗୁଳି କରୁଥିଲା | ତାଙ୍କର ଏହି ଫଟୋ ସାରା ବିଶ୍ୱର ମିଡ଼ିଆ ବ୍ୟବହାର କରିଥିଲା |

   Related Posts