ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯେଉଁଠି ଚିହ୍ନଟ ହୋଇଥିଲା ‘ଓମିକ୍ରନ’ ସେଠି ୩ ସପ୍ତାହରେ ୮୦୦ ପ୍ରତିଶତ ବଢିଛି ସଂକ୍ରମଣ, ପ୍ରାଣ ହରାଇଲେଣି ୪୩୧

14/12/2021 at 6:59 PM

କେପଟାଉନ ୧୪।୧୨:  ସାରା ବିଶ୍ୱକୁ ଘନେଇଛି କରୋନାର ଓମିକ୍ରନ ଭାଇରସ ଭୟ। ଭୂତାଣୁର ଏହି ଖାସ ପ୍ରକାରକୁ ନଭେମ୍ବର ୨୪ ତାରିଖ ଦିନ ପ୍ରଥମେ ଦକ୍ଷିଣ ଆଫ୍ରିକା ବୋଟସୱାନାରେ ଚିହ୍ନଟ  କରାଯାଇଥିଲା। ଏ ନେଇ ସାରା ବିଶ୍ୱକୁ ତୁରନ୍ତ ସୂଚିତ କରିଦିଆଯାଇଥିବା ବେଳେ  ଡବ୍ଲୁଏଚଓ ମଧ୍ୟ ନୂଆ ଭୂତାଣୁ ପ୍ରକାରକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଭୂତାଣୁର ନୂଆ ପ୍ରକାର ଚିହ୍ନଟ ପରଠାରୁ ଏପର୍ଯ୍ୟନ୍ତ ବିଶ୍ୱର ୬୦ରୁ ଅଧିକ ଦେଶକୁ ପହଞ୍ଚିସାରିଲାଣି। ୩ ସପ୍ତାହରେ ଭୂତାଣୁର ଏପରି ପ୍ରସାର ଏବେ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି।

ଓମିକ୍ରନ ବାବଦେ ବୈଜ୍ଞାନିକ ଦେଇଥିବା ସବୁଠୁ ତାଜା ସୂଚନାରେ ଏହା ଡେଲ୍ଟା ଠାରୁ ମଧ୍ୟ ଅଧିକ ସଂକ୍ରମଣକାରୀ। ହେଲେ ଏଥିଯୋଗୁ ଉପୁଜିବାକୁ ଥିବା ଜଟିଳତା ନେଇ ଏବେବି ଅଙ୍କକଷା ଚାଲିଛି। ଏହି ଭୂତାଣୁ ପ୍ରକାର ଯେଉଁ ବଗରେ ବ୍ୟାପୁଛି ଏଥିରୁ ଚିକିତ୍ସା ସେବା ପାଇ ନପାରିଲେ ଆକ୍ରାନ୍ତଙ୍କ ଅବସ୍ଥା କଣ ହେବ ତାହାହିଁ ଚିନ୍ତାର କାରଣ ପାଲଟିଛି। ଏଥିରୁ ଯେଉଁ ଦେଶରେ ଓମିକ୍ରନ ପ୍ରଥମେ ଚିହ୍ନଟ ହୋଇଥିଲା ଆସନ୍ତୁ ଜାଣିବା ଏବେ ସେଠାକାର ହାଲ କିପିରି ।

ନଭେମ୍ବର ୯ ତାରିଖ ଦିନ ଦକ୍ଷିଣ ଆଫ୍ରିକାରେ କରୋନାର ସବୁଠୁ କମ୍‌ କେସ୍‌ ଥିଲା। ସେଦିନ ସାରା ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୧୬ ହଜାର ପାଖାପାଖି ଦେଖାଯାଇଥିଲା। ଲୋକେ ବେଶ୍ ଆଶ୍ୱସ୍ଥ ଥିଲେ। ହେଲେ ଦେଖୁ ଦେଖୁ ଦେଶରେ ମାମଲା ସଂଖ୍ୟା ଅଚାନକ ବଢିବାରେ ଲାଗିଥିଲା। ନଭେମ୍ବର ୨୩ ତାରିଖ ବେଳକୁ ଆକ୍ଟିଭ କେସ ଲୋଡ ୨୦ ହଜାର ପାର ହୋଇଯାଇଥିଲା। ଏଥିରୁ ମାମଲାର ଯାଞ୍ଚ ବେଳେ ନଭେମ୍ବର ୨୪ ତାରିଖ ଦିନ ପ୍ରଥମ ଥର ଓମିକ୍ରନର ଉପସ୍ଥିତି ଜଣାପଡିଥିଲା। ଏଥିରୁ କରୋନାର ଏହି ନୂଆ ପ୍ରକାର ଚିହ୍ନଟ ହେବାର ସପ୍ତାହେ ଅଥବା ୨ ସପ୍ତାହ ପୂର୍ବରୁ ଆଫ୍ରିକା ମହାଦ୍ୱୀପରେ ଏହା ବ୍ୟାପିବା ଆରମ୍ଭ କରିସାରିଥିଲା ବୋଲି ଏବେ ଆକଳନ କରାଯାଉଛି।

ତଥ୍ୟକୁ ଦେଖିଲେ ନଭେମ୍ବର ୨୪ ତାରିଖ ଦିନ ଦେଶରେ ଓମିକ୍ରନ ଚିହ୍ନଟ ହୋଇଥିବା ବେଳେ ୧ ଡିସେମ୍ବର ବେଳକୁ ଆକ୍ଟିଭ କେସ୍ ସଂଖ୍ୟା ୩୬ ହଜାର ୬୦୦ ପହଞ୍ଚି ସାରିଥିଲା। ଯାହା ଡିସେମ୍ବର ୮ ତାରିଖ ବେଳକୁ ୧ ଲକ୍ଷ ୧୩ ହଜାରରେ ପହଞ୍ଚିବା ସରକାରଙ୍କ ନିଦ ହଜାଇଥିଲା। ସେତେବେଳକୁ ଦେଶରେ ଭୂତାଣୁ ସଂକ୍ରମଣ ହାର ୨୦୦ ପ୍ରତିଶତକୁ ଛୁଇଁ ସାରିଥିଲା।

ତାଜା ତଥ୍ୟକୁ ବିଚାରକୁ ନେଲେ ଦେଶରେ ମହଜୁଦ କରୋନା ମାମଲରୁ ୬୦ ପ୍ରତିଶତ କେବଳ ଓମିକ୍ରନ ସଂକ୍ରମିତ। ଗତ ସୋମବାର ୬ ଡିସେମ୍ବର ଦିନ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୮୬ ହଜାରରୁ ଅଧିକ ଥିଲା। ସପ୍ତାହକ ପରେ ଅର୍ଥାତ ଡିସେମ୍ବର ୧୩ ତାରିଖ ବେଳକୁ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୭୭ ହଜାରରେ ପହଞ୍ଚିଯାଇଛି। ଅର୍ଥାତ ଓମିକ୍ରନ ଯୋଗୁ ଦକ୍ଷିଣ ଆଫ୍ରିକାରେ କରୋନା ମାମଲା ହାର ପ୍ରାୟ ୧୧୦ ପ୍ରତିଶତକୁ ବଢି ଯାଇଛି।

୧୦୦ ରୁ ୩୧ଜଣ ବାହାରୁଛନ୍ତି ସଂକ୍ରମିତ, ମରୁଛନ୍ତି ୧୧
ଦକ୍ଷିଣ  ଆଫ୍ରିକା ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ କମ୍ୟୁନିକେବଲ ଡିଜିଜେସ୍ (ଏନଆଇସିଡି)ଙ୍କ ଅନୁସାରେ ଦେଶରେ ଏବେ ପ୍ରତି ୧୦୦ ଜଣରେ ୩୧ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ହସ୍ପିଟାଲ ଆଡମିସନ ହାର ମଧ୍ୟ ବଢିଛି। ଗତ ୨୪ ଘଣ୍ଟାର ସ୍ଥିତି ଦେଖିଲେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। 

ଜାଣନ୍ତୁ କଣ କହୁଛନ୍ତି ବୈଜ୍ଞାନିକ?
ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ସଂକ୍ରମଣ ବଢ଼ିବଢି ଚାଲିଥିବା ବେଳେ ବୈଜ୍ଞାନିକ ତଥ୍ୟର ଲଗାତାର ବିଶ୍ଲେଷଣ କରୁଛନ୍ତି। ପ୍ରାୟ ଆକ୍ରାନ୍ତ ସାମାନ୍ୟ ଅସୁସ୍ଥ ଭାବେ ହସ୍ପିଟାଲକୁ ଆସୁଥିବା ବେଳେ ଚିକିତ୍ସା ପରେ ଖୁବ୍ ଶୀଘ୍ର ସେମାନେ ଡିଶ୍ଚାର୍ଯ ହେଉଥିବା କହିଛନ୍ତି। ତେବେ ଡେଲ୍ଟା ଭାରିଏଣ୍ଟରେ ଆକ୍ରାନ୍ତ ଲୋକେ ଯେତେ ଗୁରୁତର ଅବସ୍ଥାରେ ହସ୍ପିଟାଲ ଆସୁଥିଲେ ଓମିକ୍ରନ କ୍ଷେତ୍ରରେ ସେପରି ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ଅନୁନ୍ୟ ଏକ ତୃତୀୟାଂଶରୁ କମ ବୋଲି କହିଛନ୍ତି।

   Related Posts