oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

କେଜିଏଫ୍‌ ର ଇତିହାସ; ୧୨୧ ବର୍ଷ ପର୍ଯ୍ୟନ୍ତ ଖୋଳିଥିଲେ ସୁନା, ବାହାରି ଥିଲା ୯୦୦ ଟନ୍‌ ସୁନା

5/05/2022 at 10:59 AM

ମୁମ୍ବାଇ ୦୫/୦୫ : କେଜିଏଫ୍‌-୨ ସବୁଠି କରୁଛି ଧମାଲ୍‌। ରିଲିଜ୍‌ ହେବାର ୧୫ ଦିନ ପରେ ବି କମିନି କ୍ରେଜ୍‌।  ରକିଂ ଷ୍ଟାର ରକି ଭାଇଙ୍କ ଜଲୱା ଏବେ ସବୁଠି। ତେବେ ଆପଣ କଣ ଜାଣିଛନ୍ତି କେଜିଏଫ୍‌ ଏକ ସତ କାହାଣୀ ଉପରେ ଆଧାରିତ।  ଭାରତରେ ରହିଛି ସୁନା ଖଣିର ଖାଦାନ୍‌। ଯେଉଁଠୁ  ରାଜା ମହାରାଜଠୁ ଇଂରେଜ୍ ପର୍ଯ୍ୟନ୍ତ ଲୁଟିନେଇଥିଲେ ସୁନା। ତେବେ ଆସନ୍ତୁ ସେହି ସୁନାର ଭଣ୍ଡାର ବିଷୟରେ ଜାଣିବା। 

ଭାରତକୁ କୁହାଯାଏ ସୁନାର ଖାଦାନ। ତେବେ କେବେ ଭାବିଛନ୍ତି ଭାରତରେ ଏତେ ସୁନା ଆସୁଛି କେଉଁଠି। କର୍ଣ୍ଣାଟକ ବାଙ୍ଗଲୁରୁରରୁ ପାଖାପାଖି ୧୦୦ କିମି ଦୂରରେ ଏକ ସୁନାର ଖାଦାନ ରହିଛି। ଯେଉଁଠି ରହିଛି ସୁନା।  ଯାହାର ନାଁ ସୁନା କେଜିଏଫ୍‌। 

ଫିଲ୍ମଟି ଏହି  ସୁନା ଖଣି ଉପରେ ଆଧାରିତ।  କର୍ଣ୍ଣାଟକରେ ଦକ୍ଷିଣ କୋଲାର ଜିଲ୍ଲାରେ ରହିଛି ଏହି ସୁନା ଖଣି ।  ବ୍ରିଟିଶ୍‌ ଶାସନ କାଳରେ ଏହି ସୁନା ଖଣି ବେଶ୍‌ ପ୍ରସିଦ୍ଧ ଥିଲା। କୋଲାର ଖଣି ଇତିହାସ ପାଖାପାଖି ୧୨୧ ବର୍ଷ ପୁରୁଣା। ଜାଣିଲେ ଆଶ୍ଚର୍ଯ୍ୟ ହେବେ କେଜିଏଫ୍‌ ଅଞ୍ଚଳରୁ ପାଖାପାଖି ୯୦୦ଟନ୍‌ ସୁନା ଉତ୍ତୋଳନ ହୋଇଛି।

୧୮୭୧ରେ ଭାରତରେ ଥିଲା ବ୍ରିଟିସ୍‌ ଶାସନାଧିନ। ସେତେବେଳେ ବ୍ରିଟିସ୍‌ ସୈନିକ ମାଇକେଲ୍‌ ଲେଭଲି ବେଙ୍ଗାଲୁରୁରେ ଏକ ଘର ତିଆରି କରିଥିଲେ। ସେ ଭାରତର ଇତିହାସ ସମୟରେ ଜାଣିବାକୁ ଇଚ୍ଛା କରିଥିଲେ। ଆଉ ଏହି ସମୟରେ ୧୮୦୪ରେ ଛପିଥିବା ଏସିଆଟିକ୍‌ ଜର୍ଣ୍ଣାଲ୍‌ ରେ କୋଇଲା ଖଣି ଉପରେ ପ୍ରକାଶିତ ଏକ ପ୍ରବନ୍ଧ ପଢ଼ିଥିଲେ। ଏହାକୁ ବ୍ରିଟିଶ୍  ସରକାରଙ୍କ ଲେଫ୍ଟନାଣ୍ଟ ଜନ୍ ୱାରେନ୍‌ ଲେଖିଥିଲେ। ପରେ ତାଙ୍କର ଏହି ସୁନା ଖଣି ପ୍ରତି ଆଗ୍ରହ ବଢ଼ିଥିଲା।   

୧୭୯୯ ଶ୍ରୀରଙ୍ଗପଟନମର ଲଢେଇରେ ଇଂରେଜମାନେ ତତ୍କାଳିନ ଶାସକ ଟିପୁ ସୁଲତାନଙ୍କୁ ହତ୍ୟା କରିଥିଲେ।  ଆଉ କୋଲାରଖଣିକୁ ଅକ୍ତିଆର୍‌ କରିନେଇଥିଲେ। କିଛି ବର୍ଷ ପରେ ଇଂରେଜ ଏହି ଅଞ୍ଚଳକୁ ମହିଶୁର୍‌ ରାଜ୍ୟକୁ ଦାନ କରିଦେଇଥିଲେ। କିନ୍ତୁ ଚତୁରତାର ସହ ସୁନା ବାହରୁଥିବା ସ୍ଥାନକୁ ନିଜ ପାଖରେ ରଖିଥିଲେ। 

ବ୍ରିଟିଶ୍ ସରକାରର ଲେଫନାଣ୍ଟଟ ଜନ୍‌ ୱାରେନ୍‌ ଚୋଳ ବଂଶ ସମୟରୁ ଏହି ସୁନା ଖଣି ବିଷୟରେ ଶୁଣିଥିଲେ।   ଚୋଳ ସାମ୍ରାଜ୍ୟରେ  ଲୋକମାନେ ହାତରେ ଖୋଳି ସୁନା ବାହାର କରୁଥିଲେ।  ପରେ ଗାଁ ଲୋକଙ୍କୁ ଲାଞ୍ଚ ଦେଇ ସୁନା ବାହାର କରୁଥିଲେ ୱାରେନ୍।

 କିନ୍ତୁ ବହୁ ଖୋଳିଲ ପରେ ଖୁବ୍ ଅଳ୍ପ ସୁନା ବାହାରିଥିଲା। ୧୮୦୪ରୁ ୧୮୬୦ ପର୍ଯ୍ୟନ୍ତ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରାଗଲା। କିନ୍ତୁ କୌଣସି ଫାଇଦା ହେଲା ନାହିଁ।  ଏହାପରେ ଖୁବ୍‌ ବିପଦଜନ୍ନକ ପନ୍ଥା ବି ଆପଣାଇଥିଲେ । ଏହାଦ୍ୱାରା ଅନେକ ଜୀବନ ଯାଇଥିଲା, ପରେ ଇଂରେଜ୍‌ ସରକାର ଏହି ଖନନ୍‌ ଉପରେ ସଂପର୍ଣ୍ଣ ରୋକ ଲଗାଇଥିଲେ।

ପରେ ବ୍ରିଟିଶ୍‌ ସୈନିକ ମାଇକେଲ୍ ଏହି  ପ୍ରବନ୍ଧ ପଢ଼ିବା ପରେ ସୁନା ପାଇବାକୁ ମନ ବଳାଇଥିଲେ। ଆଉ ମହିଶୁର୍‌ ରାଜାଙ୍କ ଠାରୁ ଅନୁମତି ନେଇ ୧୮୭୫ ସୁନା ଖନନ୍ କାମ ଆରମ୍ଭ କଲେ।  ଏହି କାମ ପାଇଁ ସେଠାରେ ବିଦ୍ୟୁତ ସେବା ବି ଦିଆଗଲା।  ମାଇକେଲଙ୍କ ପ୍ରଚେଷ୍ଟାରେ ସେଠାରୁ ୯୫ ପ୍ରତିଶତ  ସୁନା ବାହାର କରାଗଲା।

୧୯୩୦ ପର୍ଯ୍ୟନ୍ତ ଏଠାରେ ୩୦୦ ହଜାର ଶ୍ରମିକ କାମ କରୁଥିଲେ। ଏହା ବ୍ରିଟିସ୍‌ଙ୍କ ପ୍ରିୟ ସ୍ଥାନ ହେଲା। ଯେଉଁଠି ବ୍ରିଟିଶ୍‌ମାନେ ନିଜ ଘର କରିବା ବି  ଆରମ୍ଭ କରିଦେଲେ। ଏହି ସମୟରେ ସେ ଖଣିକୁ ମିନି ଇଂଲଣ୍ଡ  ବି କୁହାଗଲା। ଦେଶ ସ୍ୱାଧିନତା ପରେ ଏହା ଭାରତ ସରକାରଙ୍କ ଅଧିନକୁ ଆସିଲା। ହେଲ୧୯୫୬ ଏହା ରାଷ୍ଟ୍ରିୟକରଣ କରଗଲା। ଭାରତ ଗୋଲ୍ଡ ମାଇନ୍‌ ଏଠାରେ ସୁନା ଖୋଳିବା ଆରମ୍ଭ କଲା।  ପ୍ରଥମେ ଲାଭରେ ଥିବାବେଳେ ପରେ ପରେ କମ୍ପାନୀ ଲସ୍‌ ରେ ଚାଲିଲା । ସେଥିପାଇଁ ୨୦୦୧ରେ କମ୍ପାନୀକୁ ବନ୍ଦ୍‌ କରାଯାଇଥିଲା।  

ତେବେ କେଜିଏଫ୍‌ ରୁ ୧୨୧ ବର୍ଷରୁ ଅଧିକ ସମୟ ଧରି ସୁନା ଖୋଳାଯାଇଥିଲା। ଯେଉଁଠୁ ୯୦୦ ଟନରୁ ମିଳିଛି ଅଧିକ ସୁନା।

   Related Posts